ଖୁସି ଖବର : ମାର୍ଚ୍ଚ୧ରୁ ଏହି ରାଜ୍ୟର ଯୁବପିଢ଼ିଙ୍କୁ ମିଳିବ ୩୫୦୦ ଟଙ୍କା ଲେଖାଏଁ ବେକାରୀ ଭତ୍ତା

ରାଜସ୍ଥାନର ବେକାରୀ ଯୁବକ ଓ ଯୁବତୀଙ୍କ ପାଇଁ ରାଜ୍ୟ ସରକାର ଖୁସି ଖବର ଦେଇଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ରାଜ୍ୟର ଶିକ୍ଷିତ ବେକାରୀ ଯୁବପିଢ଼ିଙ୍କୁ ୩୦୦୦ ଟଙ୍କା ଓ ଯୁବତୀ, ଦିବ୍ୟାଙ୍ଗଙ୍କ ପାଇଁ ୩୫୦୦ ଟଙ୍କା ପ୍ରତି ମାସରେ ବେକାରୀ ଭତ୍ତା ଦେବାକୁ ଘୋଷଣା କରିଛନ୍ତି । ଏହି ବେକାରୀ ଭତ୍ତା ଫେବୃୟାରୀ ୧ରୁ ଲାଗୁ ହୋଇଯାଇଛି, କିନ୍ତୁ ଏହି ଭତ୍ତା ମାର୍ଚ୍ଚ ୧ରୁ ମିଳିବ ।

ଏକ ଲକ୍ଷ ଶିକ୍ଷିତ ଯୁବଗୋଷ୍ଠୀଙ୍କୁ ହେବ ଲାଭ

ରିପୋର୍ଟ ଅନୁସାରେ, ରାଜ୍ୟର ସବୁଠାରୁ ଅଧିକ ୬୩,୦୪୩ ବେକାରୀ ଜୟପୁରରେ ପଞ୍ଜୀକୃତ ଅଛି । ଏହି ରାଜ୍ୟରେ ମୋଟ୍ ବେକାରୀଙ୍କ ସଂଖ୍ୟା ୧୦.୨୨% ରହିଛି । ବେକାରୀ ଭତ୍ତାର ଘୋଷଣା ସହିତ ହିଁ ପଞ୍ଜୀକରଣ କରୁଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ହୋଇଥିଲା । ମୁଖ୍ୟମନ୍ତ୍ରୀ ଗେହଲଟ୍ କହିଛନ୍ତି ଯେ ୧ ମାର୍ଚ୍ଚରୁ ସମସ୍ତଙ୍କୁ ଏହି ଭତ୍ତା ମିଳିବ।

ନିଶ୍ଚୟ ପଢ଼ନ୍ତୁ : ରୋଜଗାରର ସହଜ ଉପାୟ : ଆପ୍ ଜରିଆରେ ଘରେ ବସି କମାନ୍ତୁ ଟଙ୍କା

ଜାଣନ୍ତୁ ୩ଟି ମୁଖ୍ୟ ଯୋଗ୍ୟତା :

• ବରୋଜଗାରୀ ଭତ୍ତାର ଲାଭ ଉଠାଇବା ପାଇଁ ରାଜସ୍ଥାନର ନିବାସୀ ହେବା ଜରୁରୀ ।

• ରାଜ୍ୟ ସରକାରଙ୍କ ଠାରୁ ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଥିବେ ।

• ବେକାରୀ ଯୁବକର ପରିବାରର ଆୟ ୨ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ କିମ୍ବା ତା’ଠାରୁ କମ୍ ଥିବ ।

ରାଜ୍ୟ ସରକାରଙ୍କ ଏହି ନିର୍ଣ୍ଣୟ ଦ୍ୱାରା ରାଜ୍ୟର ପାଖାପାଖି ୧ଲକ୍ଷ ଶିକ୍ଷିତ ବେକାରୀ ଯୁବକ ଲାଭାନ୍ୱିତ ହେବେ । ଯେବେକି ବର୍ତ୍ତମାନ ଏହି ଯୋଜନାରେ ୭୦ହଜାର ଯୁବକଙ୍କୁ ଲାଭ ମିଳୁଛି । ଏହି ଯୋଜନା ପାଇଁ ରାଜ୍ୟ ସରକାର ପ୍ରତିବର୍ଷ ୫୨୪ଟଙ୍କା ବ୍ୟୟ କରିବେ ।

Pritiparna

Recent Posts

ପ୍ୟାରିସ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍‌ ଘୋଷଣା, ଓଡିଆ ଖେଳାଳି ଅମିତ ରୋହିଦାସଙ୍କୁ ସୁଯୋଗ

ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…

28 mins ago

ବର୍ଷାରେ ଜଳମଗ୍ନ ରାଜଧାନୀ, ଯାତାୟାତ ବାଧାପ୍ରାପ୍ତ

ଭୁବନେଶ୍ୱର: ଗରମ ଓ ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି । ଭୁବନେଶ୍ବର ଓ କଟକରେ ଝଡ଼ପବନ ସହ ବର୍ଷା । ରାଜଧାନୀର…

30 mins ago

ସେଲଫି ନେବା ସମୟରେ ଫ୍ୟାନ୍ସଙ୍କୁ ଧକ୍କା ମାରିଲେ ଧନୁଷଙ୍କ ବଡିଗାର୍ଡ, ଭାଇରାଲ ହେଉଛି ଭିଡିଓ

ଫ୍ୟାନ୍ସ ପ୍ରାୟତଃ ବଲିଉଡ ଷ୍ଟାରମାନଙ୍କ ସହିତ ଫଟୋ ଉଠାଇବାକୁ ଏବଂ ଦେଖା କରିବାକୁ ଚାହଁଥାନ୍ତି । ତେବେ ଅନେକ ଥର…

1 hour ago

ବଦଳିଲା ପାଣିପାଗର ମିଜାଜ: ରାଜଧାନୀରେ ପ୍ରବଳ ବର୍ଷା, ବୁଡିଲା କାର୍‌ ଓ ବସ୍‌

ଭୁବନେଶ୍ୱର: ବଦଳିଲା ପାଣିପାଗର ମିଜାଜ। ରାଜଧାନୀର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା । ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ପ୍ରବଳ ବର୍ଷା…

1 hour ago

ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼ ବୟାନ, ନିଶା ଦ୍ୱାରା ସମାଜ କଳୁଷିତ ହେଉଛି

ଭୁବନେଶ୍ୱର: ଓଡ଼ିଶାକୁ ମଦ ମୁକ୍ତ କରିବା ପାଇଁ ଯୋଜନା । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ମନ୍ତ୍ରୀଙ୍କ ବଡ଼…

2 hours ago

ମଦ ପାଇଁ ପ୍ରତି ବର୍ଷ ଯାଉଛି ୩୦ ଲକ୍ଷ ଲୋକଙ୍କ ଜୀବନ, ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଦେଲା ଚେତାବନୀ

ପ୍ରତି ବର୍ଷ ୩୦ ଲକ୍ଷ ଲୋକଙ୍କର ମଦ ପାଇଁ ଯାଉଛି ଜୀବନ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ମଙ୍ଗଳବାର ଏହା…

2 hours ago