Below header

ଖୁସି ଖବର : ମାର୍ଚ୍ଚ୧ରୁ ଏହି ରାଜ୍ୟର ଯୁବପିଢ଼ିଙ୍କୁ ମିଳିବ ୩୫୦୦ ଟଙ୍କା ଲେଖାଏଁ ବେକାରୀ ଭତ୍ତା

ରାଜସ୍ଥାନର ବେକାରୀ ଯୁବକ ଓ ଯୁବତୀଙ୍କ ପାଇଁ ରାଜ୍ୟ ସରକାର ଖୁସି ଖବର ଦେଇଛନ୍ତି । ରାଜ୍ୟର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ରାଜ୍ୟର ଶିକ୍ଷିତ ବେକାରୀ ଯୁବପିଢ଼ିଙ୍କୁ ୩୦୦୦ ଟଙ୍କା ଓ ଯୁବତୀ, ଦିବ୍ୟାଙ୍ଗଙ୍କ ପାଇଁ ୩୫୦୦ ଟଙ୍କା ପ୍ରତି ମାସରେ ବେକାରୀ ଭତ୍ତା ଦେବାକୁ ଘୋଷଣା କରିଛନ୍ତି । ଏହି ବେକାରୀ ଭତ୍ତା ଫେବୃୟାରୀ ୧ରୁ ଲାଗୁ ହୋଇଯାଇଛି, କିନ୍ତୁ ଏହି ଭତ୍ତା ମାର୍ଚ୍ଚ ୧ରୁ ମିଳିବ ।

ଏକ ଲକ୍ଷ ଶିକ୍ଷିତ ଯୁବଗୋଷ୍ଠୀଙ୍କୁ ହେବ ଲାଭ

ashok gehlatରିପୋର୍ଟ ଅନୁସାରେ, ରାଜ୍ୟର ସବୁଠାରୁ ଅଧିକ ୬୩,୦୪୩ ବେକାରୀ ଜୟପୁରରେ ପଞ୍ଜୀକୃତ ଅଛି । ଏହି ରାଜ୍ୟରେ ମୋଟ୍ ବେକାରୀଙ୍କ ସଂଖ୍ୟା ୧୦.୨୨% ରହିଛି । ବେକାରୀ ଭତ୍ତାର ଘୋଷଣା ସହିତ ହିଁ ପଞ୍ଜୀକରଣ କରୁଥିବା ଲୋକଙ୍କ ସଂଖ୍ୟାରେ ବୃଦ୍ଧି ହୋଇଥିଲା । ମୁଖ୍ୟମନ୍ତ୍ରୀ ଗେହଲଟ୍ କହିଛନ୍ତି ଯେ ୧ ମାର୍ଚ୍ଚରୁ ସମସ୍ତଙ୍କୁ ଏହି ଭତ୍ତା ମିଳିବ।

ନିଶ୍ଚୟ ପଢ଼ନ୍ତୁ : ରୋଜଗାରର ସହଜ ଉପାୟ : ଆପ୍ ଜରିଆରେ ଘରେ ବସି କମାନ୍ତୁ ଟଙ୍କା

ଜାଣନ୍ତୁ ୩ଟି ମୁଖ୍ୟ ଯୋଗ୍ୟତା :

eduacation• ବରୋଜଗାରୀ ଭତ୍ତାର ଲାଭ ଉଠାଇବା ପାଇଁ ରାଜସ୍ଥାନର ନିବାସୀ ହେବା ଜରୁରୀ ।

• ରାଜ୍ୟ ସରକାରଙ୍କ ଠାରୁ ମାନ୍ୟତା ପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ସ୍ନାତକ କରିଥିବେ ।

• ବେକାରୀ ଯୁବକର ପରିବାରର ଆୟ ୨ଲକ୍ଷ ଟଙ୍କା ପର‌୍ୟ୍ୟନ୍ତ କିମ୍ବା ତା’ଠାରୁ କମ୍ ଥିବ ।

ରାଜ୍ୟ ସରକାରଙ୍କ ଏହି ନିର୍ଣ୍ଣୟ ଦ୍ୱାରା ରାଜ୍ୟର ପାଖାପାଖି ୧ଲକ୍ଷ ଶିକ୍ଷିତ ବେକାରୀ ଯୁବକ ଲାଭାନ୍ୱିତ ହେବେ । ଯେବେକି ବର୍ତ୍ତମାନ ଏହି ଯୋଜନାରେ ୭୦ହଜାର ଯୁବକଙ୍କୁ ଲାଭ ମିଳୁଛି । ଏହି ଯୋଜନା ପାଇଁ ରାଜ୍ୟ ସରକାର ପ୍ରତିବର୍ଷ ୫୨୪ଟଙ୍କା ବ୍ୟୟ କରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.