ନିଜଠୁ ୧୭ବର୍ଷ ବଡ଼ ଏହି ସାଉଥ ଅଭିନେତାଙ୍କୁ ବିବାହ କରୁଛନ୍ତି ଦିଲିପ କୁମାରଙ୍କ ନାତୁଣୀ

ମୁମ୍ବାଇ : ଅଜୟ ଦେବଗନଙ୍କ ଫିଲ୍ମ ‘ଶିବାୟ’ରୁ ବଲିଉଡରେ ଡେବ୍ୟୁ କରିଥିବା ଅଭିନେତ୍ରୀ ସାୟେଶା ସେହଗଲ୍ ଖୁବ୍ ଶୀଘ୍ର ହେବାକୁ ଯାଉଛନ୍ତି ଦୁଲହନ୍। ଆଜ୍ଞା ହଁ, ଅଭିନେତ୍ରୀ ପ୍ରସିଦ୍ଧ ତାମିଲ ଅଭିନେତା ଆର‌୍ୟ୍ୟଙ୍କୁ ବିବାହ କରିବାକୁ ଯାଉଛନ୍ତି। ସାୟେଶା ହେଉଛନ୍ତି ଅଭିନେତ୍ରୀ ସାୟେରା ବାନୁ ଏବଂ ଦିଲିପ କୁମାରଙ୍କ ନାତୁଣୀଝିଆରୀ। କୁହାଯାଉଛି ସାୟେଶା ଇସଲାମ୍ ରୀତିରେ ବିବାହ କରିବେ।

satesa

ସାୟେଶା ଏବଂ ଆର‌୍ୟ୍ୟଙ୍କ ବିବାହ ମାର୍ଚ୍ଚ ୧୦ତାରିଖରେ ହାଇଦ୍ରାବାଦରେ ହେବ। ଏହାପରେ ପରିବାରଲୋକ ଏବଂ ବନ୍ଧୁ ବାନ୍ଧବଙ୍କ ପାଇଁ ଏକ ଗ୍ରାଣ୍ଡ ରିସେପ୍ସନ ପାର୍ଟି ଦିଆଯିବ। ସାୟେଶା ଏବଂ ଆର‌୍ୟ୍ୟଙ୍କ ସାକ୍ଷାତ ୨୦୧୮ରେ ‘ଗଜନୀକାନ୍ତ’ର ସୁଟିଂସେଟରେ ହୋଇଥିଲା ଏବଂ ଏହାପରଠୁ ଦୁହେଁ ରିଲେସନସିପରେ ଥିଲେ।

ସାୟେଶା ଅଭିନେତା-ନିର୍ମାତା ସୁମିତ ସେହଗଲ୍ ଏବଂ ଅଭିନେତ୍ରୀ ଶାହୀନ ବାନୋଙ୍କ ଝିଅ। ସାୟେଶା ଏବଂ ଆର‌୍ୟ୍ୟ ଏବେ ‘କାପ୍ପନ’ ଫିଲ୍ମର ସୁଟିଂରେ ବ୍ୟସ୍ତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.