Categories: ମନୋରଂଜନ

ଶେଖର ସୁମନଙ୍କ କୋଲ୍ଡ ଡ୍ରିଙ୍କ୍ସ ରୁ ବାହାରିଲା ପୋକ, ଫଟୋ ସେୟାର କରି ନ ପିଇବାକୁ ଦେଲେ ପରାମର୍ଶ

ଶେଖର ସୁମନଙ୍କୁ ଗତ କିଛି ଦିନ ହେବ କୌଣସି ଫିଲ୍ମ କିମ୍ବା ଟେଲିଭିଜନରେ ଆଉ ଦେଖିବାକୁ ମିଳୁନି । ନିକଟରେ ଶେଖର ସାମ୍ନାକୁ ଆସିଛନ୍ତି । ସେ କୋଲ୍ଡ ଡ୍ରିଙ୍କ୍ସ ନ ପିଇବା ପାଇଁ ନିଜ ଫ୍ୟାନ୍ସ ମାନଙ୍କୁ ନିବେଦନ କରିଛନ୍ତି । କାରଣ ସେ ପିଉଥିବା ଏକ କୋଲ୍ଡ  ଡ୍ରିଙ୍କ୍ସ ରେ ବହୁତ କୀଟ ଥିବା ଦେଖିବାକୁ ପାଇଥିଲେ। ଏହି କଥାର ସୂଚନା ସେ ନିଜର ଟ୍ବିଟର ପେଜ୍ ରେ ଦେଇଛନ୍ତି । ଶେଖର ସୁମନ କୋଲ୍ଡ ଡ୍ରିଙ୍କ୍ସ  ପିଇବା ପାଇଁ ଯେମିତି ହିଁ ଠିପି ଫିଟାଇଥିଲେ ସେଥିରେ ସେ କୀଟ ବା ପୋକ ଥିବା ଦେଖିବାକୁ ପାଇଥିଲେ । ଯାହାପରେ ସେ ଆଶ୍ଚର୍ଯ୍ୟ ହୋଯାଇଥିଲେ। ସେ ଏହାର ଫଟୋ ମଧ୍ୟ ଟ୍ବିଟରରେ ସେୟାର କରିଛନ୍ତି ।


ଏହାସହ ପଢନ୍ତୁ : ଏହି ପ୍ରଶଂସିକା ଜଣକ ଗୋଡରେ ଆଙ୍କିଲେ ସଲମାନ ଖାନଙ୍କ ପେଣ୍ଟିଙ୍ଗ୍, ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

ସେ ଟ୍ବିଟରରେ ଲେଖିଛନ୍ତି କି, ବସ୍ ଲିମ୍କାର ଏକ ବୋତଲ ଖୋଲିଲି, ଠିପି ଭିତରେ ବୋତଲ ରିମରେ ବହୁତ ସାରା ପୋକ ଦେଖିଲି । ତେଣୁ ଲୋକଙ୍କୁ ନିବେଦନ କରୁଛି କି ଲିମ୍କା ନ ପିଅନ୍ତୁ ଏବଂ ଏହି ମାମଲାର ତୁରନ୍ତ ରିପୋର୍ଟ କରାଯାଉ । ଦୟାକରି ଏହାକୁ ସାର୍ବଜନୀନ ହିତରେ ରିଟ୍ବିଟ୍ କରନ୍ତୁ । ଆଉ ଏକ ଟ୍ବିଟ୍ ରେ ସେ ଲେଖିଛନ୍ତି ଲିମ୍କାରୁ ଏପରି ପୋକ ବାହାରିବା ଅତି ଲଜ୍ଜା ଜନକ କଥା ଅଟେ ଯେଉଁଥିପାଇଁ ସେମାନେ ଏକ ଟିମ୍ ପଠାଇ ନିରୀକ୍ଷଣ କଲେ ଏବଂ କ୍ଷମା ମଧ୍ୟ ମାଗିଲେ । ଏବେ ଶେଖର ସୁମନ ନିଜର ହୋମ ପ୍ରଡକ୍ସନ୍ ଫିଲ୍ମ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଏହି ଫିଲ୍ମ ଆର୍ମୀ ଏବଂ କଶ୍ମୀରରେ ହେଉଥିବା ପଥରବାଜୀ ଉପରେ ଆଧାରିତ ।

Sonalisa

Recent Posts

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଛି ବୁଥ ବାହୁଡ଼ା ମତ, ଲଗାତାର ତୃତୀୟ ଥର ପାଇଁ ହେଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…

4 mins ago

ସୁନା ଦର ହେଉଛି ଆକାଶ ଛୁଆଁ , ଜାଣନ୍ତୁ ଭୁବନେଶ୍ୱରରେ ଆଜି ୨୪ କ୍ୟାରେଟ ସୁନାର ଦାମ୍

ସୁନା କିଣିବାକୁ ଯାଉଥିଲେ ନଜର ପକାନ୍ତୁ ଆଜି ଓଡ଼ିଶା ସମେତ ଦେଶର ପ୍ରମୁଖ ସହର ମାନଙ୍କରେ କେତେ ରହିଛି ସୁନା…

19 mins ago

କରମଣ୍ଡଳ ରେଳ ଦୁର୍ଘଟଣା: ମନେପଡିଲେ ଥରି ଉଠୁଛି ଛାତି, ଟାଙ୍କୁରି ଯାଉଛି ଲୋମ

ବାଲେଶ୍ଵର (କେନ୍ୟୁଜ): ବାଲେଶ୍ଵର ବାହାନଗା ରେଳ ଦୁର୍ଘଟଣାକୁ ଆଜି ପୁରିଛି ବର୍ଷେ । ୨୦୨୩  ଜୁନ୍ ୨ ଶୁକ୍ରବାର, ସମୟ…

39 mins ago

ସରିଲା ୪ର୍ଥ ପର୍ଯ୍ୟାୟ ନିର୍ବାଚନ, ରାଜ୍ୟରେ ମତଦାନ ହାର ୭୦.୬୭% ରହିଛି

ଭୁବନେଶ୍ୱର (କେନ୍ୟୁଜ): ଷ୍ଟ୍ରଙ୍ଗ ରୁମରେ ଇଭିଏମ୍ । ରାଜ୍ୟରେ ୪ର୍ଥ ପର୍ଯ୍ୟାୟ ନିର୍ବାଚନ ସରିବା ପରେ ଇଭିଏମରେ ସିଲ ହୋଇଛି…

1 hour ago

ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି, ଆଜି ୫ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା । ଉପକୂଳରେ କଲବଲ କରୁଛି ଗରମ ଓ ଗୁଳୁଗୁଳି ।  ପଶ୍ଚିମ ଓଡ଼ିଶାରେ…

1 hour ago

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

9 hours ago