ଶେଖର ସୁମନଙ୍କ କୋଲ୍ଡ ଡ୍ରିଙ୍କ୍ସ ରୁ ବାହାରିଲା ପୋକ, ଫଟୋ ସେୟାର କରି ନ ପିଇବାକୁ ଦେଲେ ପରାମର୍ଶ

ଶେଖର ସୁମନଙ୍କୁ ଗତ କିଛି ଦିନ ହେବ କୌଣସି ଫିଲ୍ମ କିମ୍ବା ଟେଲିଭିଜନରେ ଆଉ ଦେଖିବାକୁ ମିଳୁନି । ନିକଟରେ ଶେଖର ସାମ୍ନାକୁ ଆସିଛନ୍ତି । ସେ କୋଲ୍ଡ ଡ୍ରିଙ୍କ୍ସ ନ ପିଇବା ପାଇଁ ନିଜ ଫ୍ୟାନ୍ସ ମାନଙ୍କୁ ନିବେଦନ କରିଛନ୍ତି । କାରଣ ସେ ପିଉଥିବା ଏକ କୋଲ୍ଡ  ଡ୍ରିଙ୍କ୍ସ ରେ ବହୁତ କୀଟ ଥିବା ଦେଖିବାକୁ ପାଇଥିଲେ। ଏହି କଥାର ସୂଚନା ସେ ନିଜର ଟ୍ବିଟର ପେଜ୍ ରେ ଦେଇଛନ୍ତି । ଶେଖର ସୁମନ କୋଲ୍ଡ ଡ୍ରିଙ୍କ୍ସ  ପିଇବା ପାଇଁ ଯେମିତି ହିଁ ଠିପି ଫିଟାଇଥିଲେ ସେଥିରେ ସେ କୀଟ ବା ପୋକ ଥିବା ଦେଖିବାକୁ ପାଇଥିଲେ । ଯାହାପରେ ସେ ଆଶ୍ଚର୍ଯ୍ୟ ହୋଯାଇଥିଲେ। ସେ ଏହାର ଫଟୋ ମଧ୍ୟ ଟ୍ବିଟରରେ ସେୟାର କରିଛନ୍ତି ।

Shekar-Sumanpic

ଏହାସହ ପଢନ୍ତୁ : ଏହି ପ୍ରଶଂସିକା ଜଣକ ଗୋଡରେ ଆଙ୍କିଲେ ସଲମାନ ଖାନଙ୍କ ପେଣ୍ଟିଙ୍ଗ୍, ଭିଡିଓ ଦେଖିଲେ ହୋଇଯିବେ ଆଶ୍ଚର୍ଯ୍ୟ

sekhar sumanସେ ଟ୍ବିଟରରେ ଲେଖିଛନ୍ତି କି, ବସ୍ ଲିମ୍କାର ଏକ ବୋତଲ ଖୋଲିଲି, ଠିପି ଭିତରେ ବୋତଲ ରିମରେ ବହୁତ ସାରା ପୋକ ଦେଖିଲି । ତେଣୁ ଲୋକଙ୍କୁ ନିବେଦନ କରୁଛି କି ଲିମ୍କା ନ ପିଅନ୍ତୁ ଏବଂ ଏହି ମାମଲାର ତୁରନ୍ତ ରିପୋର୍ଟ କରାଯାଉ । ଦୟାକରି ଏହାକୁ ସାର୍ବଜନୀନ ହିତରେ ରିଟ୍ବିଟ୍ କରନ୍ତୁ । ଆଉ ଏକ ଟ୍ବିଟ୍ ରେ ସେ ଲେଖିଛନ୍ତି ଲିମ୍କାରୁ ଏପରି ପୋକ ବାହାରିବା ଅତି ଲଜ୍ଜା ଜନକ କଥା ଅଟେ ଯେଉଁଥିପାଇଁ ସେମାନେ ଏକ ଟିମ୍ ପଠାଇ ନିରୀକ୍ଷଣ କଲେ ଏବଂ କ୍ଷମା ମଧ୍ୟ ମାଗିଲେ । ଏବେ ଶେଖର ସୁମନ ନିଜର ହୋମ ପ୍ରଡକ୍ସନ୍ ଫିଲ୍ମ ପ୍ରସ୍ତୁତ କରିବାରେ ଲାଗିଛନ୍ତି । ଏହି ଫିଲ୍ମ ଆର୍ମୀ ଏବଂ କଶ୍ମୀରରେ ହେଉଥିବା ପଥରବାଜୀ ଉପରେ ଆଧାରିତ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.