Below header

ସୋନଭଦ୍ରରେ ନରସଂହାର : ୩୨ ଟି ଟ୍ରାକ୍ଟରରେ ଗାଁରେ ପଶି ମୃତ୍ୟୁର ତାଣ୍ଡବ ରଚିଲେ ୩୦୦ ଲୋକ, ଖେଳିଲେ ରକ୍ତର ହୋଲି

କାହାର ହାତରେ ଗୁଳି ଲାଗିଛି ତ କାହାର ଗୋଡରେ । କାହାର ମୁଣ୍ଡ ଫାଟିଛି ତ କେହି ପଡିଛି ଷ୍ଟ୍ରେଚରରେ । କେହି କାନ୍ଦୁଛି ତ କେହି କାନ୍ଦି କାନ୍ଦି ଶୁଖି ଯାଇଛି ଆଖି । କାହାର ଆଖିରୁ ବାହାରୁଛି ଲୁହ ତ କାହାର ଛାତିରୁ ବାହାରୁଛି କୋହ । ଉଭୟ ମହିଳା ଏବଂ ପୁରୁଷଙ୍କୁ ଲାଗିଛି ଗୁଳି । ଏଭଳି ଏକ ହୃଦୟବିଦାରକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ସୋରଭଦ୍ର ଜିଲ୍ଲାରେ । ଯେଉଁଠି ୧୦ ଜଣଙ୍କୁ କରାଯାଇଛି ହତ୍ୟା ।

ଉତ୍ତରପ୍ରଦେଶର ଆଇନ୍ ବ୍ୟବସ୍ଥାକୁ ଖୋଲଶ ଚ୍ୟାଲେଞ୍ଜ ଦେଉଛି ଏହି ନରସଂହାର । ଯେଉଁଠି ଜମି ପାଇଁ ଦିନ ଦ୍ବିହରେ ଜବରଦସ୍ତ ଗୁଳି ଚଳାଇଛନ୍ତି ଦୁର୍ବୃତ୍ତ । ୩୨ ଟି ଟ୍ରାକ୍ଟରରେ ଗାଁରେ ପଶି ମୃତ୍ୟୁର ତାଣ୍ଡବ ରଚିଛନ୍ତି ୩୦୦ ଲୋକ । ଖେଳିଥିଲେ ରକ୍ତର ହୋଲି । ପୁରା ଉତ୍ତରପ୍ରଦେଶରେ ଆତଙ୍କ ଖେଳାଇଛି ଏହି ଗ୍ୟାଙ୍ଗ୍ସ ଅଫ୍ ସୋନଭଦ୍ର । ଏହି ଲୋମଟାଙ୍କୁରା ଘଟଣାରେ ଗ୍ରାମ ପଂଚାୟତ ସମେତ ୨୪ ଜଣ ଗିରଫ ହୋଇଛନ୍ତି । ୫୦ ଜଣଙ୍କ ବିରୋଧରେ ମାମଲା ରୁଜୁ କରିଛି ପୋଲିସ୍ । ତେବେ ଗୁଳି ଚଲାଇଥିବା ମୁଖ୍ୟ ଅଭିଯୁକ୍ତ ଫେରାର୍ ଅଛି ।

ଜାଣନ୍ତୁ ପୁରା ମାମଲା :

ଜମିଜମା ବିବାଦକୁ ନେଇ ଘଟିଛି ଏହି ଲୋମଟାଙ୍କୁରା ଘଟଣା । ଗାଁ ର ବାହାରେ ଅନେକ ଜମି ଅଛି ଯେଉଁଥିରେ କିଛି ଗ୍ରାମବାସୀ ଦୀର୍ଘ ଦିନ ଧରି ଚାଷ କରି ଆସୁଛନ୍ତି । ତେବେ ଏଥିରୁ ସବୁଠାରୁ ବଡ଼ ଭାଗ ପ୍ରଧାନ ୟଜ୍ଞଦତ୍ତଙ୍କ ନାଁରେ ଅଛି । ତେବେ ଏହି ଜମି ଉପରେ କବଜା କରିବା ପାଇଁ ୟଜ୍ଞଦତ୍ତ ନିଜ ସାଥୀ ମାନଙ୍କ ସହ ଟ୍ରାକ୍ଟରରେ ପହଂଚିଥିଲା । ହେଲେ ଗ୍ରାମବାସୀ ଏହାକୁ ବିରୋଧ କରିଥିଲେ । ଏହା ପରେ ୟଜ୍ଞଦତ୍ତଙ୍କ ସାଥୀ ଗ୍ରାମବାସୀଙ୍କ ଉପରେ ଆଖିବୁଜା ଗୁଳି ଚାଳନା କରିଥିଲେ । ଯେଉଁଥିରେ ୧୦ ଲୋକଙ୍କର ମୃତ୍ୟୁ ହେବା ସହ ୨୩ ଜଣ ଗୁରୁତର ହୋଇଛନ୍ତି ।

ଅନ୍ୟପଟେ ଉତ୍ତରପ୍ରଦେଶ ଇତିହାସରେ ଏହା ବର୍ତ୍ତମାନ ପର୍ଯ୍ୟନ୍ତ ସବୁଠାରୁ ବଡ଼ ଘଟଣା । ଯାହକୁ ନେଇ ପ୍ରିୟଙ୍କା ଗାନ୍ଧୀ ଟୁଇଟ୍ କରି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଟାର୍ଗେଟ କରିଛନ୍ତି । କହିଛନ୍ତି ବିଜେପି ରାଜ୍ୟରେ ଅପରାଧୀଙ୍କ ସାହସ ଏତେ ବଢିଗଲାଣି ଯେ ଦି ଦ୍ବିପହରରେ ହତ୍ୟା ଚାଲିଛି । ତେବେ ମୃତକଙ୍କ ପରିଜନଙ୍କୁ ୫ ଲକ୍ଷ ଲେଖାଏ ସହାୟତା ଦେବାକୁ ଘୋଷଣା କରିଛନ୍ତି ଆଦିତ୍ୟନାଥ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.