Below header

ବାକି ଟଙ୍କା ମାଗିବା ପଡିଲା ମହଙ୍ଗା, କିନ୍ନର କାଟିଦେଲା ଯୁବକଙ୍କ ଗୁପ୍ତାଙ୍ଗ

ଆମ ସମ୍ବିଧାନରେ କିନ୍ନରଙ୍କୁ ତୃତୀୟ ଲିଙ୍ଗର ମାନ୍ୟତା ପ୍ରଦାନ କରାଯାଇଛି। ପ୍ରତି କ୍ଷେତ୍ରରେ କିମ୍ବା କାର୍ଯ୍ୟରେ କିନ୍ନରମାନଙ୍କୁ ସମ୍ମାନ ସହ କାମ କରିବାର ସୁଯୋଗ ମଧ୍ୟ ମିଳିଛି। କିନ୍ତୁ ବେଳେ ବେଳେ ଏହି ତୃତୀୟ ଲିଙ୍ଗ ଆମ ମଣିଷ ସମାଜକୁ ବିପଦରେ ପକାଇଥାନ୍ତି। ଏଭଳି ଏକ ଘଟଣା ମୁରାଦାବାଦର ଅଗବାନପୁରରେ ଦେଖିବାକୁ ମିଳିଛି। ସିଭିଲି ଲାଇନ୍ସ ଥାନା ଅଞ୍ଚଳ ଅଗବାନପୁରରେ ଜଣେ ଯୁବକ କିନ୍ନରଙ୍କ ଘରକୁ ବାକି ଟଙ୍କା ମାଗିବାକୁ ଯାଇ ମୃତ୍ୟୁମୁଖରେ ପଡିଛନ୍ତି।

ଘଟଣା ମୁତାବକ, ଅଗବାନପୁରରେ ଅଞ୍ଚଳରେ ରହୁଥିବା କିନ୍ନରଙ୍କ ଘରେ ଯୁବକ ଜଣକ କିଛି କାମ କରିଥିଲେ। ଉକ୍ତ କାମ ପାଇଁ ଯେଉଁ ପଇସା ଦେବାର ଥିଲା ତାହା କିନ୍ନର ଜଣକ ଯୁବକଙ୍କୁ ଦେଇନଥିଲେ। ଗୁରୁବାର ରାତି ୯ଟାରେ ଯୁବକ ଜଣକ ଉକ୍ତ କିନ୍ନରଙ୍କ ଘରକୁ ବାକି ଟଙ୍କା ମାଗିବାକୁ ଯାଇଥିଲେ। ଏହି ସମୟରେ କିନ୍ନର ଜଣକ ଚା’ ପିଆଇବା ବାହାନାରେ ଉକ୍ତ ଯୁବକଙ୍କୁ ସେଠାରେ ବସାଇ ସେଥିରେ ବିଷାକ୍ତ ପଦାର୍ଥ ମିଶାଇ ଉକ୍ତ ଯୁବକଙ୍କ ଗୁପ୍ତାଙ୍ଗକୁ କାଟିଦେଇଥିଲା।

ଏହାସହ ପଢନ୍ତୁ: ମୋବାଇଲ ଗ୍ରାହକଙ୍କ ପାଇଁ ଖୁସି ଖବର, ନେଟଫ୍ଲିକ୍ସ ଆଣୁଛି ଶସ୍ତା ପ୍ଲାନ

ପୀଡିତ ଯୁବକ କ୍ଷତାକ୍ତ ଅବସ୍ଥାରେ ଘରେ ପହଞ୍ଚି ଘଟଣା ବିଷୟରେ ପରିବାର ଲୋକଙ୍କୁ ଜଣାଇଥିଲେ। ପୀଡିତ ଯୁବକଙ୍କୁ ଗୁରୁତର ଅବସ୍ଥାରେ କୋନ୍ସମାନ୍ସ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ଏଠାରେ ତାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଦିଲ୍ଲୀକୁ ସ୍ଥାନାନ୍ତର କରାଯାଇଛି। ପରେ ଘର ଲୋକ ପୁଲିସକୁ ଖବର କରିବା ପରେ ସିଭିଲି ଲାଇନ୍ସର ଇନ୍ସପେକ୍ଟର ଶକ୍ତି ସିଂ ଘଟଣାସ୍ଥଳରେ ପହଞ୍ଚି ଉକ୍ତ କଟା ଅଙ୍ଗକୁ ଜବତ କରିଥିଲେ। ଏପର‌୍ୟ୍ୟନ୍ତ ଅପରାଧୀ କିନ୍ନର ଫେରାର ରହିଛି। ଖୁବଶୀଘ୍ର ତାକୁ ଗିରଫ କରାଯିବ ବୋଲି ପୁଲିସ କହିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.