ମନୋରଂଜନ

କଙ୍ଗନା ପରେ ଏବେ ଟାର୍ଗେଟରେ ଅକ୍ଷୟ, ମୁମ୍ବାଇ ଉପରେ କଙ୍ଗନାଙ୍କ ମନ୍ତବ୍ୟକୁ ନେଇ ସମାଲୋଚନା କଲା ଶିବସେନା

ଶିବସେନା ନିଜ ମୁଖପତ୍ର ‘ସାମନା’ ଜରିଆରେ ପୁଣି ଥରେ ଅଭିନେତ୍ରୀ କଙ୍ଗନା ରାଣାୱତଙ୍କୁ ଟାର୍ଗେଟ କରିଛି। ନିଜ ମୁଖପତ୍ରରେ ଅଭିନେତ୍ରୀ ମୁମ୍ବାଇକୁ ଅପମାନିତ କରିଥିବା ଅଭିଯୋଗ ହୋଇଛି। କୁହାଯାଇଛି ଯେ, କଙ୍ଗନା ମୁମ୍ବାଇ ପୁଲିସକୁ ବାବର ସହିତ ତୁଳନା କରିବା ଏବଂ ସହର ପାକିସ୍ତାନ ଅଧିକୃତ କାଶ୍ମୀର ଭଳି ଲାଗିବା କଥା କହିଥିଲେ ମଧ୍ୟ ପୂରା ବଲିଉଡର ଏ ନେଇ ନୀରବ ରହିଛି। କଙ୍ଗନାଙ୍କ ମତ ସମଗ୍ର ବଲିଉଡର ମତ ନୁହେଁ ବୋଲି ବଲିଉଡର କୌଣସି କଳାକାର ସ୍ପଷ୍ଟ କରିନାହାନ୍ତି।

ଏଥିରେ ବିଶେଷ କରି ଅଭିନେତା ଅକ୍ଷୟ କୁମାରଙ୍କୁ ଟାର୍ଗେଟ କରାଯାଇଛି। ମୁଖପତ୍ରରେ ଲେଖାଯାଇଛି ଯେ, ମୁମ୍ବାଇ ଅକ୍ଷୟ କୁମାରଙ୍କୁ ବହୁତ କିଛି ଦେଇଛି। ଏହି ସ୍ୱପ୍ନର ସହରରେ ସେ ଅପାର ସଫଳତା ପାଇଛନ୍ତି, ତଥାପି ସେ କଙ୍ଗନାଙ୍କୁ ବିରୋଧ କରି ନାହାଁନ୍ତି। ଯେଉଁ ସହର ତାଙ୍କୁ ସଫଳତା ଦେଇଛି, ସେହି ସହର ଅପମାନିତ ହେଉଥିବା ବେଳେ ସେମାନେ ଏହାକୁ ବିରୋଧ କରିନଥିଲେ।

ସମସ୍ତେ ନହେଲେ ବି, ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀର ଅତିକମରେ ଅଧା କଳାକାର ମୁମ୍ବାଇର ଅପମାନକୁ ବିରୋଧ କରିବାକୁ ଆଗେଇ ଆସିବା ଉଚିତ୍ | କଙ୍ଗନାଙ୍କ ମତ ସମଗ୍ର ଫିଲ୍ମ ଜଗତର ମତ ନୁହେଁ, ଏହା କହିବା ଉଚିତ୍। ଅନ୍ତତଃପକ୍ଷେ ଅକ୍ଷୟ କୁମାରଙ୍କ ଭଳି ବଡ ଅଭିନେତାମାନେ ଏହାକୁ ବିରୋଧ କରିବାର ଥିଲା |

Swagatika

Recent Posts

୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତ ମୃତ୍ୟୁ ୨୦, ରାଜସ୍ୱ କମିସନଙ୍କ କାର୍ଯ୍ୟାଳୟ ଦେଲା ସୂଚନା

ଗତ ୭୨ ଘଣ୍ଟାରେ ରାଜ୍ୟରେ ଅଂଶୁଘାତରେ ୨୦ଜଣଙ୍କ ମୃତ୍ୟୁ ଘଟିଛି । ଏହି ସମୟ ମଧ୍ୟରେ ୯୯ଟି ଅଂଶୁଘାତଜନିତ ମୃତ୍ୟୁ…

4 mins ago

ବର୍ଷେ ପରେ ବି ତାଜା ଅଛି ସେହି ଭୟଙ୍କର ଦୁର୍ଘଟଣାର ସ୍ମୃତି, ମନେ ପକାଉଛନ୍ତି ଗାଁ ଲୋକେ ଓ ସ୍ୱେଚ୍ଛାସେବୀ

ସେହି ରେଳ ଧାରଣା ଅଛି । ସେଇଠି ଟ୍ରେନ୍‌ ବି ଚାଲୁଛି । ତଥାପି ଗୁମୁରି ଗୁମୁରି କାନ୍ଦୁଛି ଏ…

57 mins ago

ବାହାନଗା ରେଳ ଦୁର୍ଘଟଣାକୁ ବର୍ଷେ, ମୃତକଙ୍କ ପରିବାରକୁ ସହଯୋଗ କରିଥିଲେ ଡ. ଅଚ୍ୟୁତ ସାମନ୍ତ

ବାଲେଶ୍ୱର ଜିଲ୍ଲା ବାହାନଗାଠାରେ ଘଟିଥିବା ମର୍ମନ୍ତୁଦ ରେଳ ଦୁର୍ଘଟଣାକୁ ପୂରିଛି ଏକ ବର୍ଷ । ଏଭଳି ଦୁର୍ଘଟଣାରେ ମର୍ମାହତ ହୋଇ…

1 hour ago

କାମ ସାରି ଗଛ ମୂଳେ ବିଶ୍ରାମ ନେଉଥିଲେ, ହଠାତ୍‌ ମାରିଲା ବିଜୁଳି ଚାଲିଗଲା ୨ ଯୁବକଙ୍କ ଜୀବନ

ଗଞ୍ଜାମ : ପ୍ରବଳ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଅସହ୍ୟ ଗରମ ଗୁଳୁଗୁଳିରେ ଛଟପଟ ହେଉଛନ୍ତି ପୁରା ଓଡ଼ିଶାବାସୀ ।…

1 hour ago

ପୁରୀ ବାଣ ବିସ୍ଫୋରଣ ଦୁର୍ଘଟଣା, ମୃତ୍ୟୁ ସଂଖ୍ୟା ୧୩କୁ ବୃଦ୍ଧି

ପୁରୀ : ପୁରୀ ବାଣ ବିସ୍ଫୋରଣ ଘଟଣାରେ ବଢିଲା ମୃତ୍ୟୁ ସଂଖ୍ୟା । ଆଉ ୨ଜଣଙ୍କ ମୃତ୍ୟୁ ପରେ ମୃତ୍ୟୁ…

2 hours ago

ତିହାର ଜେଲରେ ପହଞ୍ଚିଲେ କେଜ୍ରିଓ୍ଵାଲ, ଯିବା ପୂର୍ବରୁ କହିଲେ… ଆପଣ ଖୁସିରେ ରହିଲେ ମୁଁ ଖୁସିରେ ରହିବି

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ତଥା ଆପର ସଂଯୋଜକ ଅରବିନ୍ଦ କେଜ୍ରିଓ୍ଵାଲ ତିହାର ଜେଲରେ ସରେଣ୍ଡର କରିଛନ୍ତି । ସୁପ୍ରିମ କୋର୍ଟ ତାଙ୍କୁ…

2 hours ago