ମନୋରଂଜନ

ସିଦ୍ଧୁ ମୁସେଓ୍ଵାଲାଙ୍କ ହତ୍ୟାପରେ ଏବେ ପରିବାର ସଦସ୍ୟଙ୍କୁ ମିଳିଲା ଜୀବନରୁ ମାରିବାରୁ ଧମକ, ବାପା-ମା’ ଦେଶ ଛାଡ଼ିଥିବା ନେଇ ଚର୍ଚ୍ଚା

ପଞ୍ଜାବୀ ସିଙ୍ଗର ତଥା ର‍୍ୟାପର ସିଦ୍ଧୁ ମୁସେଓ୍ଵାଲାଙ୍କୁ ନିର୍ମମ ହତ୍ୟା ପରେ ଏବେ ତାଙ୍କ ପରିବାରଙ୍କୁ ମଧ୍ୟ ଜୀବନରୁ ମାରି ଦେବାକୁ ଧମକ ମିଳିଛି। ଇତି ମଧ୍ୟରେ ସିଦ୍ଧୁ ମୁସେଓ୍ଵାଲାଙ୍କ ବାପା-ମା’ ଦେଶ ବାହାରେ ଅଛନ୍ତି ବୋଲି କୁହାଯାଉଛି। ତାଙ୍କ ଜୀବନ ବିପଦରେ ଥିବା କୁହାଯାଉଛି। କିଛି ଦିନ ତଳେ ସିଦ୍ଧୁ ମୁସେଓ୍ଵାଲାଙ୍କ ବାପା ବଲକୌର ସିଂହ ଏକ ମଞ୍ଚରେ ତାଙ୍କ ପୁଅର ହତ୍ୟାକାରୀର ନାଁ କହିବାକୁ ଘୋଷଣା କରିଥିଲେ। ଏହା ପରଠାରୁ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ମିଳୁଛି।

ସୂଚନା ମୁତାବକ, କୌଣସି ସୋସିଆଲ ମିଡିଆ ପୋଷ୍ଟ ନୁହେଁ ବରଂ ବଲକୌର ସିଂହଙ୍କୁ ଏହି ଧମକ ସିଧାସଳଖ ତାଙ୍କୁ ଇମେଲ ପଠାଇ ଦିଆଯାଇଛି। ସିଦ୍ଧୁ ମୁସେଓ୍ଵାଲାଙ୍କ ଅଫିସିଆଲ ମେଲକୁ ଏହି ଧମକ ଆସିଛି।

ରିପୋର୍ଟ ଅନୁସାରେ, ବଲକୌର ସିଂହଙ୍କୁ ଏହି ଧମକ ଏଜେ ବିଷ୍ଣୋଇ ନାମକ ଗ୍ୟାଙ୍ଗ୍‌ଷ୍ଟର ସୋପୁ ଗ୍ରୁପ୍‌ ନାମକ ଗ୍ୟାଙ୍ଗ୍‌ ପକ୍ଷରୁ ପଠାଯାଇଛି। ମେଲ୍‌ରେ ଲେଖାଯାଇଛି ଯଦି ସେ ଚୁପ୍‌ ହେବେ ନାହିଁ ତେବେ ତାଙ୍କ ଅବସ୍ଥା ମଧ୍ୟ ସିଦ୍ଧୁ ମୁସେଓ୍ଵାଲାଙ୍କ ଭଳି କରି ଦିଆଯିବ। ଧମକରେ କୁହାଯାଇଛି, ଯଦି ତୁ ମୁହଁ ବନ୍ଦ ନ କରିବୁ ତେବେ ତତେ ବି ତୋ ପୁଅ ପାଖକୁ ପଠାଇ ଦେବୁ। ତୁ ଗ୍ୟାଙ୍ଗ୍‌ଷ୍ଟର ଲରେନ୍ସ ଓ ଜଗୁ ଭଗବାନପୁରିଆ ବିଷୟରେ କିଛି କହନି। ଚୁପ୍‌ ରହ। ବୁଢ଼ା ସୁଧୁରି ଯାଅ। ନ ହେଲେ ତୋ ପୁଅ ଭଳି ତୋ ଅବସ୍ଥା କରିବୁ। ତୁ ଅଧିକ ବକ୍‌ ବକ୍‌ କରୁଥିବା ଯୋଗୁ ହିଁ ମନୁ ଓ ଜଗରୁପ ରୁପାଙ୍କ ଏନ୍‌କାଉଣ୍ଟର ହେଲା। ଏବେ ବି ଯଦି ତୁ ନ ସୁଧୁରିବୁ ତା ହେଲେ ଅବସ୍ଥା ସିଦ୍ଧୁ ଠାରୁ ବି ଅଧିକ ଭୟଙ୍କର ହେବ।

ଏବେ ସିଦ୍ଧୁ ମୁସେଓ୍ଵାଲାଙ୍କ ବାପା-ମା’ ଦେଶ ବାହାରେ ଅଛନ୍ତି। ଏଣୁ କୁହାଯାଉଛି ଯେ ଧମକ ମିଳିବା ପରେ ହିଁ ଏମାନେ ସୁରକ୍ଷା ଦୃଷ୍ଟିରୁ ଦେଶ ଛାଡ଼ି ଚାଲିଯାଇଛନ୍ତି। ତେବେ ଏହା କେତେ ସତ ଏବେ ଯାଏଁ ତାହା ଜଣାପଡ଼ି ନାହିଁ।

Also Read: ଆଜିର ଭାଗ୍ୟ ! ଏସବୁ ରାଶିର ବ୍ୟକ୍ତିଙ୍କର ଆଜି ରହିଛି ଶୁଭ ଯୋଗ

WCW 11

Recent Posts

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

18 mins ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

29 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

42 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

45 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

1 hour ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago