କ୍ରୀଡା

‘ମୁଁ ଯାହା ବି କରୁଛି, ତୁମ ପାଇଁ କରୁଛି’, ପୁଅ ପାଇଁ ଏମିତି ଲେଖି ପୋଷ୍ଟ କଲେ ହାର୍ଦ୍ଦିକ ପାଣ୍ଡ୍ୟା

ଟିମ୍‌ ଇଣ୍ଡିଆର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଏବେ ଏସିଆ କପରେ ଖେଳୁଛନ୍ତି। ଏସିଆ କପରେ ପାକିସ୍ତାନ ବିପକ୍ଷରେ ଶାନଦାର ବ୍ୟାଟିଂ କରିଥିଲେ। ଖେଳ ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ପର୍ସନାଲ ଲାଇଫକୁ ନେଇ ମଧ୍ୟ ବେଶ୍‌ ଚର୍ଚ୍ଚାରେ ରୁହନ୍ତି। ୨୦୨୦ରେ ହାର୍ଦ୍ଦିକ ନତାଶା ଷ୍ଟେନକୋଭିକଙ୍କୁ ବିବାହ କରିଥିଲେ। ସେମାନଙ୍କର ଏକ ପୁତ୍ର ସନ୍ତାନ ବି ରହିଛି। ହାର୍ଦ୍ଦିକ ଏବଂ ନତାଶା ସୋସିଆଲ ମିଡିଆରେ ନିଜର ପର୍ସନାଲ ଲାଇଫ ଫଟୋକୁ ସେୟାର ମଧ୍ୟ କରନ୍ତି।

ଏମିତି କିଛି ଫଟୋ ଇନଷ୍ଟାରେ ସେୟାର କରିଛନ୍ତି ହାର୍ଦ୍ଦିକ। ଏହି ଫଟୋରେ ହାର୍ଦ୍ଦିକ ପାଣ୍ଡ୍ୟ ପୁଅ ଅଗସ୍ତ୍ୟଙ୍କ ସହିତ ମସ୍ତି କରୁଥିବାର ଦେଖିବାକୁ ମିଳିଛନ୍ତି। ଏହି ଫଟୋ ବହୁତ ପୁରୁଣା। କିନ୍ତୁ ଏବେ ବହୁତ ଲୋକପ୍ରିୟ ହେବାରେ ଲାଗିଛି।
ହାର୍ଦ୍ଦିକ ଏହି ଫଟୋ ସେୟାର କରିବା ସହିତ କ୍ୟାପସନରେ ଲେଖିଛନ୍ତି, ମୁଁ ଆଜି ଯାହା ବି କରୁଛି, ତୁମ ପାଇଁ କରୁଛି। ଏହି ଫଟୋରେ ହାର୍ଦ୍ଦିକ ପାଣ୍ଡ୍ୟା ଏକ ପୁଲ ପାଖରେ ସାର୍ଟଲେସ ହୋଇ ବସିଥିବା ବେଳେ ଅଗସ୍ତ୍ୟ ପୁଲ୍‌ରେ ସୁଇମିଂ କରୁଛନ୍ତି। ଦୁହେଁ ଫଟୋରେ ହସୁଛନ୍ତି ଏବଂ ମସ୍ତି ମୁଡରେ ନଜର ଆସିଛନ୍ତି।

ହାର୍ଦ୍ଦିକଙ୍କ ଏହି ଇନଷ୍ଟାଗ୍ରାମ ପୋଷ୍ଟ ଖୁବ୍‌ ଭାଇରଲ ହେବାରେ ଲାଗିଛି। ଏହି ପୋଷ୍ଟ ପାଖାପାଖି ୧୨ ଲକ୍ଷ ଲୋକ ଲାଇକ କରିସାରିଲେଣି। ହାର୍ଦ୍ଦିକ ପାଣ୍ଡ୍ୟା ଭାରତୀୟ ଟିମ୍‌ ସହିତ ଏସିଆ କପ ପାଇଁ ଦୁବାଇରେ ଅଛନ୍ତି। ଭାରତୀୟ ଟିମ୍‌ ଦୁଇଟି ଯାକ ମ୍ୟାଚ ଜିତିବା ପରେ ସୁପର-୪ରେ ପହଞ୍ଚିସାରିଛି। ଭାରତ ନିଜର ପ୍ରଥମ ମ୍ୟାଚରେ ପାକିସ୍ତାନକୁ ୫ ଓ୍ଵିକେଟରେ ହରାଇଥିବା ବେଳେ ପାଣ୍ଡ୍ୟା ୧୭ ବଲରେ ୩୩ ରନ୍‌ କରିଛନ୍ତି। ସେହିପରି ଟିମ୍‌ ଇଣ୍ଡିଆ ହଂକଂକୁ ୪୦ ରନରେ ହରାଇ ସୁପର-୪ ରାଉଣ୍ଡରେ ନିଜର ସ୍ଥାନ ପକ୍କା କରିଛି।

 

Also Read : ମ୍ୟାଚ୍‌ ହାରିବା ସତ୍ତ୍ୱେ ସମସ୍ତଙ୍କ ହୃଦୟ ଜିତିନେଲେ ହଂକଂ ଟିମର କିଞ୍ଚିତ ଶାହା, ଷ୍ଟାଡିୟମରେ ପ୍ରେମିକାଙ୍କୁ କଲେ ପ୍ରପୋଜ

Swagatika

Recent Posts

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

7 mins ago

ବର୍ଷା ହେଲେ ଅଯୋଧ୍ୟା ରାମ ମନ୍ଦିର ଛାତରୁ ଗଳୁଛି ପାଣି, ଚିନ୍ତା ପ୍ରକଟ କଲେ ମୁଖ୍ୟ ପୁରୋହିତ

ଅଯୋଧ୍ୟା: ସବୁ ପ୍ରତୀକ୍ଷାର ଅନ୍ତ ଘଟି ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ହୋଇସାରିଥିବାବେଳେ, ପ୍ରଭୁ ଶ୍ରୀରାମ ଅଯୋଧ୍ୟା ମନ୍ଦିରରେ…

20 mins ago

ରିଲ୍ସ ପାଇଁ ବିପଜ୍ଜନକ ଷ୍ଟଣ୍ଟ, ସମୁଦ୍ରରେ ପାଣିରେ ବୁଡ଼ିଲା ମହିନ୍ଦ୍ରା ଥାର

ଆପଣ ପ୍ରତ୍ୟେକ ଦିନ ଅନେକ ରିଲ୍ସ ନିଶ୍ଚିତ ଦେଖୁଥିବେ । ଲୋକମାନେ ରିଲ୍ସ କରିବା ପାଇଁ ନିଜ ଜୀବନକୁ ବାଜି…

23 mins ago

ଦୂଷିତ ହେବାରେ ଲାଗିଛି ନଦୀ ଜଳ, ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ

ପିପିଲି : ପାଣିରେ ଭାସୁଛନ୍ତି କୁଢ଼ କୁଢ଼ ମାଛ । ରାଜୁଆ ନଦୀରେ ମରି ପଡିଛନ୍ତି ମଲା ମାଛ ।…

43 mins ago

ବିରିୟାନୀରେ ମିଳିଲାନି ଚିକେନ୍‌ ଲେଗ୍‌ ପିସ୍‌ , ବିବାହ ସମାରୋହ ପାଲଟିଲା ରଣକ୍ଷେତ୍ର

ବିବାହ ସମାରୋହରେ ହେଲା ମହାଭାରତ । ବର ବାହା ହେବ କଣ ଗଣ୍ଡଗୋଳରେ ମାତିଗଲା । ଯିଏ ଯାହାକୁ ପାରିଲା…

2 hours ago

ବାଲେଶ୍ଵରରେ କୋହଳ ହେଲା କର୍ଫ୍ୟୁ କଟକଣା, ଇଣ୍ଟରନେଟ୍ ସେବା ଉପଲବ୍ଧ

ବାଲେଶ୍ୱର : ବାଲେଶ୍ଵରରେ ସ୍ଵାଭାବିକ ହେଉଛି ସ୍ଥିତି । ଆଜିଠୁ ଆହୁରି କୋହଳ ହୋଇଛି କଟକଣା । ଟାଉନ୍ ଥାନା…

2 hours ago