ମନୋରଂଜନ

ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଥିବା ଅମନଙ୍କୁ ନୂଆ ଜୀବନ ଦେଲେ ସୋନୁ, ୧୨ ବର୍ଷ ପରେ ନିଜ ପାଦରେ ହେବେ ଠିଆ

ଅଭିନେତା ସୋନୁ ସୁଦ ନିଜ କାମ ଯୋଗୁଁ ସବୁବେଳେ ଚର୍ଚ୍ଚାରେ। ସୋନୁ ସୁଦଙ୍କୁ କରନାଲ ସ୍ଥିତ ଓ୍ବିର୍କ ହସ୍ପିଟାଲର ଯୁବ ନ୍ୟୁରୋ ସର୍ଜନ ଡାକ୍ତର ଅଶ୍ବିନୀଙ୍କ ଭରପୂର ସହଯୋଗ ମିଳୁଛି। ସୋନୁ ସୁଦଙ୍କ ଯୋଗୁଁ ଗତ ୧୨ବର୍ଷ ହେବ ଜୀବନ-ମୃତ୍ୟୁ ସହ ସଂଘର୍ଷ କରୁଥିବା ଛତିଶଗଡ଼ର ଅମନଙ୍କୁ ନୂଆ ଜୀବନ ମିଳିଛି।

ମେରୁଦଣ୍ଡ ହାଡ଼ରେ ସମସ୍ୟା ଭୋଗୁଥିବା ଅମନ ଗତ ୧୨ବର୍ଷରୁ ବିଛଣାରେ ପଡ଼ିଥିଲେ। ଅମନଙ୍କ ବାପା ଭଡ଼ାଘରେ ରହୁଥିଲେ ଏବଂ ଭଡ଼ା ଅଟୋ ଚଲାଉଥିଲେ। ଅର୍ଥ ସମସ୍ୟା ଏବଂ ମହଙ୍ଗା ଚିକିତ୍ସା କାରଣରୁ ନିଜ ପୁଅକୁ କଷ୍ଟ ପାଉଥିବା ଦେଖିବା ଛଡ଼ା ସେମାନଙ୍କ ପାଖରେ ଆଉ କୌଣସି ରାସ୍ତା ନଥିଲା। କିନ୍ତୁ ବିଛଣାରେ ପଡ଼ି ଅମନ ଏପରି ଏକ ରାସ୍ତା ବାହାର କରିଥିଲେ ଯାହା ଫଳରେ ତାଙ୍କ ନିଜ ଗୋଡ଼ରେ ଛିଡ଼ା ହେବାର ସ୍ବପ୍ନ ପୂରଣ ହୋଇପାରିଛି। ଏବେ ଅମନଙ୍କ ବାପା -ମାଆ ସୋନୁ ସୁଦ ଏବଂ ଡାକ୍ତର ଅଶ୍ବିନୀଙ୍କ ପ୍ରଶଂସା କରି କରି ଥକୁ ନାହାନ୍ତି କାରଣ ଏହି ୨ଜଣଙ୍କ ଯୋଗୁଁ ଅମନଙ୍କ ଆଶା ପୂରଣ ହୋଇପାରିଛି।

ସୋନୁ ସୁଦଙ୍କ ସହାୟତାରେ ଅମନଙ୍କ କରନାଲର ଓ୍ବିର୍କ ହସ୍ପିଟାଲରେ ନ୍ୟୁରୋ ସର୍ଜନ ଡାକ୍ତର ଅଶ୍ବିନୀଙ୍କ ଦେଖାଶୁଣାରେ ଚିକିତ୍ସା ହୋଇଥିଲା। ଅମନଙ୍କ ପାଟି ଦେଇ ମେରୁଦଣ୍ଡ ହାଡ଼ର ସର୍ଜରି ହୋଇଥିଲା ଯାହା ଦୀର୍ଘ ସମୟ ଧରି ଚାଲିଥିଲା। କିନ୍ତୁ ଏବେ ଅମନଙ୍କ ମୁହଁରେ ଦେଖାଦେଇଥିବା ହସ ତାଙ୍କ ଭବିଷ୍ୟତ କହୁଛି। ଅମନଙ୍କୁ ନୂଆ ଜୀବନ ଦେଇଥିବା ଡାକ୍ତର ଅଶ୍ବିନୀ ଏବେ ସୁଦ୍ଧା ପାଖାପାଖି ୧ହଜାର

ମସ୍ତିସ୍କ ଏବଂ ମେରୁଦଣ୍ଡ ହାଡ଼ ସର୍ଜରି କରି ସାରିଛନ୍ତି। ଡାକ୍ତର ଅଶ୍ବିନୀ  ନିଜକୁ ଭାଗ୍ୟଶାଳୀ ବୋଲି କହୁଛନ୍ତି, କାରଣ ସୋନୁଙ୍କ ପାଇଁ ତାଙ୍କୁ ଏପରି ବ୍ୟକ୍ତିଙ୍କୁ ସାହାଯ୍ୟ କରିବାର ସୁଯୋଗ ମିଳିଥିଲା।

Swagatika

Recent Posts

ଯୋଗ ଦିବସରେ କାଶ୍ମୀର ମହିଳାଙ୍କ ସହିତ ସେଲଫି ନେଲେ ମୋଦି, ଫଟୋ ଭାଇରଲ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅର୍ନ୍ତରାଷ୍ଟ୍ରୀୟ ଯୋଗ ଦିବସରେ ଜମ୍ମୁ କାଶ୍ମୀର ଶ୍ରୀନଗର ସ୍ଥିତ ଶେର-ଏ-କଶ୍ମୀର ଅର୍ନ୍ତରାଷ୍ଟ୍ରୀୟ ସମ୍ମେଳନ କେନ୍ଦ୍ର (SKICC)…

1 min ago

ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ, ପଥରରେ ଛେଚି ଯୁବକଙ୍କୁ ହତ୍ୟା

କଣ୍ଟାବାଞ୍ଜି (କେନ୍ୟୁଜ); ପାରିବାରିକ କଳହକୁ ନେଇ ହତ୍ୟାକାଣ୍ଡ। ସିନ୍ଧେକେଲା ଥାନା ସାଲେବରଟ ଗାଁରେ ଏହି ହତ୍ୟାକାଣ୍ଡ ଘଟିଛି । ମୃତ…

14 mins ago

ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ, ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ

ଭୁବନେଶ୍ୱର (କେନ୍ୟୁଜ) : ରାଜଧାନୀରେ ବୀଭତ୍ସ ହତ୍ୟାକାଣ୍ଡ  ।  ଘର ମାଲିକଙ୍କୁ ହତ୍ୟା କଲା ଭଡ଼ାଟିଆ ।  ଭୁବନେଶ୍ବର ତମାଣ୍ଡୋରେ…

30 mins ago

କିଟ୍ ରେ ଯୋଗ ଦିବସ ପାଳିତ, ମାନସିକ ଓ ଶାରୀରିକ ସୁସ୍ଥତା ପାଇଁ ଯୋଗ ଗୁରୁତ୍ୱପୂର୍ଣ୍ଣ ବୋଲି କହିଲେ ଡକ୍ଟର ସାମନ୍ତ

ଭୁବନେଶ୍ୱର (କେନ୍ୟୁଜ): ଆଜି କିଟ୍ ପକ୍ଷରୁ ପାଳିତ ହୋଇଛି ଅନ୍ତର୍ଜାତୀୟ ଯୋଗ ଦିବସ । କିଟ୍ ଇଣ୍ଡୋର ଷ୍ଟାଡିୟମରେ କିଟ୍…

2 hours ago

ଅନ୍ତର୍ଜାତୀୟ ଯୋଗ ଦିବସରେ କାଶ୍ମୀର ମାଟିରୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

ଶ୍ରୀନଗର: ଆଜି ବିଶ୍ୱ ପାଳୁଛି ଅନ୍ତର୍ଜାତୀୟ ଯୋଗ ଦିବସ। ପ୍ରତିବର୍ଷ ଜୁନ ୨୧ରେ ପାଳିତ ହେଉଛି ଏହି ଦିବସ ।…

2 hours ago

ଆସନ୍ତାକାଲି ସ୍ନାନପୂର୍ଣ୍ଣିମା: ଭୋର ୪ ଟାରୁ ୬ଟା ମଧ୍ଯରେ ହେବ ମହାପ୍ରଭୁଙ୍କ ପହଣ୍ଡି ବିଜେ

ପୁରୀ (କେନ୍ୟୁଜ):  ଦିନକ ପରେ ମହାପ୍ରଭୁଙ୍କ ପବିତ୍ର ସ୍ନାନପୂର୍ଣ୍ଣିମା । ରତ୍ନବେଦୀ ଛାଡି ସ୍ନାନବେଦୀରେ ୧୦୮ ଗଡୁ ସୁବାସିତ ଜଳରେ…

2 hours ago