ରାଜ୍ୟ

ମଣ୍ଡିରେ ଚାଷୀକୁ ମିଳୁନି ଲାଭ: ଚାଲିଛି ମିଲରଙ୍କ ରାଜ୍, ପ୍ରଶାସନ ଦୃଷ୍ଟି ଦେବାକୁ ଦାବି

ଧର୍ମଗଡ଼ : ଚାଷ ଓ ଚାଷୀଙ୍କ ପାଇଁ ସରକାର ଦିନ କୁ ଦିନ ନୂଆ ନୂଆ ପଦକ୍ଷେପ ନେବା ସହ ମଣ୍ଡିରେ ଯେମିତି ସହଜରେ ଚାଷୀ ଧାନ ବିକ୍ରି କରିବେ, ସେଥିପ୍ରତି ଯତ୍ନବାନ୍‌ ହେଉଛନ୍ତି । ହେଲେ ପ୍ରକୃତ ପକ୍ଷେ ମଣ୍ଡିରେ ଚାଷୀକୁ ମିଳୁନି ଲାଭ। ଏହାର ଫାଇଦା ଉଠାଉଛନ୍ତି ମିଲର। ବସ୍ତା ନାରେ ଚାଲିଛି କଟନି ଛଟନି । କୁଇଣ୍ଟାଲ ପ୍ରତି ଚାଷୀଙ୍କ ଠୁ ସାତରୁ ଆଠ କେଜି କାଟୁଥିବା ବେଳେ ଚାଷୀ ତଳି ତଳାନ୍ତ ହେଉଥିବା ଅଭିଯୋଗ ହୋଇଛି। କଳାହାଣ୍ଡି ଜିଲ୍ଲା କଲମପୁର ବ୍ଲକ ମଣ୍ଡଳ ମଣ୍ଡିରୁ ଆସିଛି ଏଭଳି କିଛି ଅଭିଯୋଗ । ଏଠି ଚାଲିଛି ମିଲରଙ୍କ ରାଜ୍, ବସ୍ତା ନା ରେ ଚାଲିଛି ଚାଷୀଙ୍କଠୁ ଲୁଟ୍‌ । ଓଜନ ନାରେ କୁଇଣ୍ଟାଲ ପ୍ରତି ସାତ ରୁ ଆଠ କେ.ଜି ନେଉଥିବା ଅଭିଯୋଗ କରିଛନ୍ତି ଚାଷୀ।

ଚଳିତ ଖରିଫ୍‌ ଋତୁରେ ଏହି ଅଞ୍ଚଳର ମଣ୍ଡଳ, କୋଟାଗାଁ, ବଳାଗାଁ , ମିନଗୁର୍‌ ଆଦି ଅଞ୍ଚଳ ର ଚାଷୀଙ୍କ ଧାନ ବିକ୍ରି ନିମନ୍ତେ ପ୍ରଶାସନ ପକ୍ଷରୁ ମୁଖିଗୁଡା ନିୟନ୍ତ୍ରିତ ବଜାର କମିଟି ଜରିଆରେ ମଣ୍ଡି ଖୋଲାଯାଇଛି। ମଣ୍ଡଳ ସମବାୟ ସମିତି ଜରୀଆରେ ଧାନ କିଣା ଯାଉଥିବା ବେଳେ ଏଠି ସାତ ଗୋଟି ମିଲର ଟ୍ଯାଗ ହୋଇଛନ୍ତି । ଏଠି କିନ୍ତୁ ବସ୍ତାରେ ଚାଷୀଙ୍କଠୁ ଠକେଇ ଚାଲିଛି। ଖାଲି ବସ୍ତାର ଓଜନ ୫୦୦ ରୁ ୬୦୦ ଗ୍ରାମ ଥିବା ବେଳେ ୪୦.କେଜି ଓଜନ କରି ୪୧ କେଜି ୪୦୦ ଗ୍ରାମ ଓଜନ କରୁଥିବା ବେଳେ କଟନି ଛଟନି ବାବଦକୁ ୫କେଜିରୁ ସମୁଦାୟ ୭ରୁ ଆଠ କେଜି ନେଉଥିବା ଅଭିଯୋଗ କରିଛନ୍ତି ଚାଷୀ ।

ଖାଲି ସେତିକି ନୁହେଁ ଏଠି ଲେବର ବି ଶୋଷଣର ଶିକାର ହେଉଛନ୍ତି । କୁଇଣ୍ଟାଲ ବସ୍ତା ଲୋଡିଂ ପାଇଁ ଦଶ ଟଙ୍କା ଥିବା ବେଳେ ଶ୍ରମିକଙ୍କୁ ଆଠ ଟଙ୍କା ଦିଆ ଯାଉଥିବା ଅଭିଯୋଗ ହୋଇଛି । ଫଳରେ ମଣ୍ଡିରେ କାମ କରୁଥିବା ଶ୍ରମିକ ଶୋଷଣ ହେଉଛି । ସେପଟେ ଚାଷୀ ଓ ମିଲର ବୁଝାମଣାରେ ଚାଲିଛି ଧାନ କିଣା, ଟାର୍ଗେଟ ଚାଳିଶ ହଜାର କୁଇଣ୍ଟାଲ ଥିବାବେଳେ ୧୬ ଶହ କୁଇଣ୍ଟାଲ ଧାନ ଉଠିଥିବା କହିଛନ୍ତି କ୍ରୟ ଅଧିକାରୀ ।

କେତେ ବେଳେ ରୋଗ ପୋକ ତ, କେତେବେଳେ ଅଦିନିଆ ବର୍ଷା ଯୋଗୁଁ ଚାଷୀ କ୍ଷତି ସହୁ ଥିବାବେଳେ ଏବେ covid 19 କଟକଣାରେ ବି ନିଜ କଷ୍ଟ ଉପାର୍ଜିତ ଧାନ‌କୁ ଦଲାଲ କୁ ନଦେଇ ମଣ୍ଡିରେ ବିକି ଦୁଇ ପଇସା ଉପାର୍ଜନ ଆଶା କରୁଛି । ହେଲେ ଏଥିରେ ବି ମିଲର ଠୁ ଶୋଷଣ ହେବାରେ ଲାଗିଛି । ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।

 

Sonalisa

Recent Posts

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

10 mins ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

43 mins ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

45 mins ago

ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର

ଯାଜପୁର ଟାଉନ : ଚାରି ଫୁଟ୍ ଲମ୍ବର ନାଗ ସହ ସାତଟି ନାଗ ଛୁଆ ଉଦ୍ଧାର । ଦଶରଥପୁର ବ୍ଲକ…

52 mins ago

ପରିତ୍ୟକ୍ତ ଘରେ ଅଳିଆ ହୋଇ ପଡିରହିଛି କୁଢ଼ କୁଢ଼ ସାଲାଇନ ଓ ଦରକାରୀ ଇଞ୍ଜେକସନ୍

ଉଦଳା:  ଅଳିଆ ଭାବେ ପଡିଛି କୁଢ଼ କୁଢ଼ ସାଲାଇନ ଓ ଇଞ୍ଜେକସନ୍ । କିଛି ଏକ୍ସପାଏରୀ ହୋଇଛି ତ ଆଉ…

1 hour ago

ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ପୁଣି ଝଟକା, ଇଡି ପରେ ସିବିଆଇ କଲା ଗିରଫ

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କୁ ଗିରଫ କରିଛି ସିବିଆଇ । ଅବକାରୀ ନୀତି ଦୁର୍ନୀତି ମାମଲାରେ ତାଙ୍କୁ ଅଦାଲତରୁ ଗିରଫ…

1 hour ago