ମନୋରଂଜନ

ଲୋକଙ୍କୁ ସାହାଯ୍ୟ କରି ୧୦ କୋଟି ଋଣରେ ବୁଡ଼ିକି ଅଛନ୍ତି ସୋନୁ ସୁଦ୍, ଭଉଣୀ କଲେ ବଡ଼ ଖୁଲାସା

କରୋନା ମହାମାରୀ ଲକଡାଉନ୍ ସମୟରେ ବଲିଉଡ୍ ଷ୍ଟାର ସୋନୁ ସୁଦ ହୃଦୟ ଖୋଲି ଲୋକଙ୍କୁ ସାହାଯ୍ୟ ଏବଂ ସେବା କରିଛନ୍ତି। ଲକଡାଉନରେ ଫସି ରହିଥିବା ହଜାର ହଜାର ଲୋକଙ୍କୁ ନେଇ ତାଙ୍କ ଘରେ ପହଁଚାଇଛନ୍ତି। ଅସହାୟକୁ ସାହାରା ଦେବା ସହିତ ପିଲାଙ୍କୁ ପାଠ ପଢ଼ାଉଛନ୍ତି। ଚାକିରି ଯୋଗାଇ ଦେଇ ରୋଜଗାରକ୍ଷମ ମଧ୍ୟ କରାଇଛନ୍ତି। ସୋନୁଙ୍କ ଏହି ହୃଦୟ ଖୋଲା ସାହାଯ୍ୟ ପାଇଁ ଲକ୍ଷ ଲକ୍ଷ ଲୋକ ସାହାରା ପାଇଛନ୍ତି।

ସମସ୍ୟାରେ ଫସି ରହିଥିବା ଲୋକଙ୍କୁ ସାହାଯ୍ୟ କରି ସୋନୁ ସୁଦ ତାଙ୍କ ପାଇଁ ଜୀବନ୍ତ ଭଗବାନ ହୋଇଯାଇଛନ୍ତି। ହେଲେ ନିଜେ ବୁଡ଼ି ଯାଇଛନ୍ତି ଋଣରେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ସୋନୁ ମାନବ ସେବା କରି ନିଜେ ୧୦ କୋଟି ଟଙ୍କାର ଋଣରେ ଅଛନ୍ତି। ଖାଲି ସେତିକି ନୁହେଁ, ସେ ନିଜ ସମ୍ପତ୍ତିକୁ ବନ୍ଧକ ରଖି ବ୍ୟାଙ୍କରୁ ଋଣ ମଧ୍ୟ ନେଇଛନ୍ତି। ପରଦା ଉପରେ ଭିଲେନ୍ ସାଜୁଥିବା ସୋନୁ କିନ୍ତୁ ରିୟଲ ଲାଇଫ୍‌ ରେ ବନିଯାଇଛନ୍ତି ହିରୋ ।

ଏହି ବିଷୟରେ ସୋନୁଙ୍କ ଭଉଣୀ ମାଳବିକା ସୁଦ ଏ ବିଷୟରେ କହିଛନ୍ତି ଯେ ଲୋକଙ୍କ ସେବା ପାଇଁ ବ୍ୟାଙ୍କରୁ ଲୋନ୍ ନେବା କଥା ସୋନୁ କାହାକୁ ଜଣାଇ ସହାନୁଭୂତି ହାସଲ କରିବାକୁ ଚାହୁଁନାହାନ୍ତି। ସୋନୁ କାହାକୁ ଦୁଃଖ, କଷ୍ଟରେ ଦେଖିପାରନ୍ତିନି। ସେଥିପାଇଁ ସେ ଅସହାୟଙ୍କୁ ସାହାଯ୍ୟ କରିବାକୁ କିଛି ବି କରିବାକୁ ପଛାନ୍ତିନାହିଁ। ସେ କୁହନ୍ତି ଯେ ଋଣ ତ ସୁଝି ହେବ କିନ୍ତୁ ଲୋକଙ୍କୁ ସାହାଯ୍ୟ କରିବାର ମଉକା ବାରମ୍ବାର ମିଳିବନାହିଁ।

ସୋନୁ ସୁଦଙ୍କ ମାଆ ସରୋଜ ସୁଦ୍ ମୋଗା ସହରର ସବୁଠାରୁ ପୁୁରୁଣା ଡିଏମ୍ କଲେଜରେ ଇଂରାଜୀ ବିଭାଗରେ ହେଡ୍ ଅଫ୍ ଦ ଡିପାର୍ଟମେଣ୍ଟ ଥିଲେ। ଯେଉଁ ଛାତ୍ର ଆର୍ଥିକ ସମସ୍ୟା କାରଣରୁ ପଢ଼ା ଅଧାରୁ ଛାଡି ଦେଉଥିଲେ ସୋନୁଙ୍କ ମାଆ ତାଙ୍କ ଘରେ ପହଁଚି ଯାଉଥିଲେ। ବୁଝାଇ ସୁଝାଇ ତାକୁ ପୁଣି କଲେଜ୍ ନେଇ ଆସୁଥିଲେ ଆଉ ନିଜେ ବି ଫିସ୍ ଭରିଦେଉଥିଲେ। ତାଙ୍କର ଦରମାର ଅଧିକାଂଶ ଟଙ୍କାକୁ ସେ ଛାତ୍ରଙ୍କୁ ସାହାଯ୍ୟ କରିବାରେ ଖର୍ଚ୍ଚ କରିଦେଉଥିଲେ। ପିଲାଦିନରୁ ମାଆଙ୍କ ପାଖରୁ ସିଖିଥିବା ସେବା ମନୋଭାବକୁ ସୋନୁ ଏବେ ସୁଦ୍ଧା ଜୀବନ୍ତ ରଖିଛନ୍ତି।

ସୋନୁଙ୍କ ସାହାଯ୍ୟର ଗୋଟେ ଉଦାହରଣ ଦେବାକୁ ହେଲେ ସୋନୁଙ୍କ ଜଣେ ପ୍ରଶଂସକଙ୍କ ବିଷୟରେ କିଛି କହିବାକୁ ପଡ଼ିବ । ଅରମାନ୍ ନାମକ ଜଣେ ତାଙ୍କର ପ୍ରଶଂସକ ସୋନୁଙ୍କୁ ଭେଟିବାକୁ ବିହାରରୁ ମୁମ୍ବାଇ ସାଇକେଲରେ ବାହାରିଥିଲେ। ସାଇକେଲରେ ବହୁତ କଷ୍ଟ ସହି ଆସୁଥିବା କଥା ସୋନୁ ଜାଣିବା ପରେ ତାଙ୍କ ପାଇଁ ବନାରସରୁ ବିମାନ ଟିକେଟ ବୁକ୍ କରାଇ ଦେଇଥିଲେ।

ମୁମ୍ବାଇର ଜୁହୁରେ ସୋନୁଙ୍କ ବାପା ଶକ୍ତି ସୁଦଙ୍କର ଛଅ ମହଲାର ଏକ ହୋଟେଲ ଅଛି। ଯେତେବେଳେ ସେ ଏହି ଯାଗା କିଣିଥିଲେ ସେତେବେଳେ ଏଠାରେ ଲୋକମାନେ ଅଳିଆ ଫିଙ୍ଗୁଥିଲେ। ବହୁତ ମନା କରିବା ପରେ ବି ଲୋକମାନେ ମାନିବାକୁ ନାରାଜ ଥିଲେ। ଲୋକମାନେ କହୁଥିଲେ ଯେ ୩୦ ବର୍ଷ ହେଲା ଆମେ ଏଠାରେ ଅଳିଆ ଫୋପାଡୁଛୁ, ଆମେ ଫୋପାଡିବୁ। ସେବେଠାରୁ ସେ କେବେବି ଲୋକଙ୍କୁ ଅଳିଆ ଫୋପାଡିବା ପାଇଁ ମନା କଲେନି ବରଂ ନିଜ ହାତରେ ସେଠାରୁ ଅଳିଆ ଉଠାଇବାକୁ ଲାଗିଲେ।

ଲୋକମାନେ ଅଳିଆ ଫୋପାଡି ଯାଉଥିଲେ ଏବଂ ପରଦିନ ସେ ଆସି ଅଳିଆ ଉଠାଇ ଦେଉଥିଲେ। ଯେଉଁଠୁ ଅଧିକ ଅଳିଆ ଫୋପଡା ଯାଉଥିଲା ସେଠାରେ ସେ ଏକ ବଡ ଡଷ୍ଟବିନ୍ ରଖିଦେଲେ। ପ୍ରତିଦିନ ଗାଡି ପଠାଇ ସେହି ଡଷ୍ଟବିନକୁ ନେଇ ବାହାରେ ଫୋପାଡୁଥିଲେ। ଏବେ ସବୁ ପରିଶ୍ରମ ପରେ ଆଜି ସେହି ସ୍ଥାନରେ ଆଲିସାନ୍ ହୋଟେଲ ରହିଛି । ଏମିତି ଥିଲା ସୋନୁଙ୍କ ଜୀବନ । ରିୟଲ୍‌ ଲାଇଫରେ କାହାକୁ ଦୁଃଖ ଦେଉନଥିବା ମଣିଷ ଯେ ରିଲ୍‌ ଲାଇଫ୍‌ରେ ଜଣେ ଖଳନାୟକ ହୋଇଥିବେ ଏହା ଭାବିଲେ ଆଶ୍ଚର୍ଯ୍ୟ ଲାଗେ । ପରଦା ଉପରେ ଭିଲେନ୍ ସାଜୁଥିବା ସୋନୁ କିନ୍ତୁ ରିୟଲ ଲାଇଫ୍‌ ରେ ବନିଯାଇଛନ୍ତି ଜଣେ ହିରୋ ।

Pritiparna

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

4 hours ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

7 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

7 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

7 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

9 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

10 hours ago