ମନୋରଂଜନ

ସୂର୍ଯ୍ୟବଂଶୀକୁ ପଛରେ ପକାଇଲା ‘ସ୍ପାଇଡର୍ ମ୍ୟାନ୍: ନୋ ୱେ ହୋମ୍’, ଭାରତରେ ପ୍ରଥମ ଦିନରେ ହିଁ ୪୧.୫୦ କୋଟିର ଓପନିଙ୍ଗ୍‌ କଲେକ୍ସନ!

ମାର୍ଭେଲ ଷ୍ଟୁଡିଓର ପ୍ରସିଦ୍ଧ ସିରିଜ ସ୍ପାଇଡର୍ ମ୍ୟାନ୍ର ତୃତୀୟ ଭାଗ ‘ସ୍ପାଇଡର୍ ମ୍ୟାନ୍: ନୋ ୱେ ହୋମ୍’ ମୁକ୍ତିଲାଭ କରିଛି। ଏହି ଚଳଚ୍ଚିତ୍ର ଭାରତରେ ବାକି ଦେଶମାନଙ୍କଠାରୁ ଗୋଟିଏ ଦିନ ପୂର୍ବରୁ ଅର୍ଥାତ୍‌ ୧୬ ଡିସେମ୍ବରରେ ମୁକ୍ତିଲାଭ କରିଛି। ଚଳଚ୍ଚିତ୍ରଟି ପ୍ରଥମ ଦିନରେ ଭାରତରେ ୪୧.୫୦ କୋଟିର ଓପନିଙ୍ଗ୍‌ କଲେକ୍ସନ କରିଛି। ଏହା ଅକ୍ଷୟ କୁମାରଙ୍କ ‘ସୂର୍ଯ୍ୟବଂଶୀ’ର ରେକର୍ଡ ଭାଙ୍ଗି ଦେଇଛି। ସୂର୍ଯ୍ୟବଂଶୀ ୨୬.୨୯ କୋଟିର ଓପନିଙ୍ଗ୍‌ କଲେକ୍ସନ କରିଥିଲା।

ଆଡଭାନ୍ସ ବୁକିଂରୁ ୧୮ କୋଟି ଟଙ୍କା ରୋଜଗାର

ଆଶ୍ଚର୍ଯ୍ୟର କଥା ହେଉଛି, ‘ସ୍ପାଇଡର୍ ମ୍ୟାନ୍: ନୋ ୱେ ହୋମ୍’କୁ ଭାରତରେ ୩,୨୬୪ ସ୍କ୍ରିନରେ ୫୦ ପ୍ରତିଶତ ଦଖଲ ସହିତ ମୁକ୍ତିଲାଭ କରାଯାଇଥିଲା। ଯେତେବେଳେ କି, ସୂର୍ଯ୍ୟବଂଶୀକୁ ୩,୫୦୦ ସ୍କ୍ରିନରେ ୫୦-୭୦ ପ୍ରତିଶତ ଦଖଲ ଏବଂ କେଉଁଠି ୧୦୦ ପ୍ରତିଶତ ଦଖଲ ସହିତ ରିଲିଜ୍‌ କରାଯାଇଥିଲା। ‘ସ୍ପାଇଡର୍ ମ୍ୟାନ୍: ନୋ ୱେ ହୋମ୍’ ୨୦୨୧ରେ ଭାରତରେ ସର୍ବାଧିକ ଓପନିଙ୍ଗ୍‌ କଲେକ୍ସନ କରିଥିବା ହଲିଉଡ ଚଳଚ୍ଚିତ୍ର ହୋଇଛି।

ଚଳଚ୍ଚିତ୍ର ରିଲିଜ୍ ହେବା ପୂର୍ବରୁ ହିଁ ଆଡଭାନ୍ସ ବୁକିଂରୁ ଭାରତରେ ୧୮ କୋଟି ଟଙ୍କା ରୋଜଗାର କରି ନେଇଥିଲା। ଫିଲ୍ମର କ୍ରେଜକୁ ଦେଖି ଏହା ଅନୁମାନ ଲଗାଯାଇ ପାରେ ଯେ ଏହି ଚଳଚ୍ଚିତ୍ର ୧୭ ଡିସେମ୍ବରରେ ରିଲିଜ୍‌ ହୋଇଥିବା ଦକ୍ଷିଣ ଭାରତୀୟ ଚଳଚ୍ଚିତ୍ର ‘ପୁଷ୍ପା’ର ଆୟ ଉପରେ ମଧ୍ୟ ପ୍ରଭାବ ପକାଇ ପାରେ। ପୁଷ୍ପାରେ ଅଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ ଅଛନ୍ତି।

ସ୍ପାଇଡର ମ୍ୟାନ୍ ଭୂମିକାରେ ଅଭିନୟ କରିଛନ୍ତି ଟମ ହଲାଣ୍ଡ

‘ସ୍ପାଇଡର୍ ମ୍ୟାନ୍: ନୋ ୱେ ହୋମ୍’କୁ ଜନ୍ ୱାଟସନ ନିର୍ଦ୍ଦେଶନା ଦେଇଛନ୍ତି। ଏଥିରେ ‘ସ୍ପାଇଡର୍ ମ୍ୟାନ୍: ହୋମକମିଂ’ର ଟମ୍ ହଲାଣ୍ଡ ହିଁ ସ୍ପାଇଡର୍ ମ୍ୟାନ୍ ଭୂମିକାରେ ଅଭିନୟ କରିଛନ୍ତି। ଚାରି ବର୍ଷ ପୂର୍ବେ ମୁକ୍ତିଲାଭ କରିଥିବା ଏହି ସିରିଜର ଫିଲ୍ମ ‘ସ୍ପାଇଡର୍-ମ୍ୟାନ୍ ହୋମକମିଂ’ ଭାରତରେ ପ୍ରଥମ ଦିନରେ ୯.୩୬ କୋଟି ଟଙ୍କାର ଓପନିଙ୍ଗ୍‌ କଲେକ୍ସନ କରିଥିଲା।

୨୦୨୧ର ସବୁଠାରୁ ବଡ ହଲିଉଡ ଫିଲ୍ମ

କୋଭିଡ କାଳରେ ରିଲିଜ୍‌ ହୋଇଥିବା ହଲିଉଡ ଚଳଚ୍ଚିତ୍ରଗୁଡ଼ିକର ଓପନିଙ୍ଗ୍‌ କଲେକ୍ସନ ବହୁତ କମ୍ ରହିଥିଲା। ୧୪ ଅକ୍ଟୋବରରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଭେନମ୍-ଲେଟ୍ ଦେୟର ବି କାର୍ନେଜ୍’ ପ୍ରଥମ ଦିନରୁ ୩.୭୧ କୋଟି ଟଙ୍କା ଆୟ କରିଥିଲା। ୨ ସେପ୍ଟେମ୍ବରରେ ମୁକ୍ତିଲାଭ କରିଥିବା ଚଳଚ୍ଚିତ୍ର ‘ଶାଙ୍ଗ-ଚି ଆଣ୍ଡ ଦ ଲିଜେଣ୍ଡ ଅଫ୍‌ ଦ ଟେନ୍‌ ରିଙ୍ଗ୍ସ’ ୧.୯୦ କୋଟି ଟଙ୍କାର ଓପନିଙ୍ଗ୍‌ କଲେକ୍ସନ କରିଥିଲା। ସେପଟେ ମାର୍ଭେଲ ଷ୍ଟୁଡିଓର ଚଳଚ୍ଚିତ୍ର ‘ଇଟରନଲ୍ସ’ ପ୍ରଥମ ଦିନରେ ୮.୭୫ କୋଟି ଟଙ୍କା କମାଇଥିଲା। ଏହି ଦୃଷ୍ଟିରୁ ‘ସ୍ପାଇଡର୍ ମ୍ୟାନ୍: ନୋ ୱେ ହୋମ୍’ ୨୦୨୧ରେ ମୁକ୍ତିଲାଭ କରିଥିବା ଭାରତରେ ସବୁଠାରୁ ବଡ ଓପନିଙ୍ଗ୍‌ ଫିଲ୍ମ ବନି ଯାଇଛି।

Roshni

Recent Posts

ଆଜିର ରାଶିଫଳ: ଆର୍ଥିକ ସ୍ଥିତି ସୁଦୃଢ଼ ହେବ, ବ୍ୟବସାୟ ଆଗକୁ ବଢାଇବେ

ମେଷ: ଦିନଟି ଆପଣଙ୍କର ଲାଭଦାୟକ ରହିବ । ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦେବାକୁ ପଡିବ । ପରିବାରରେ ସୁଖ ମିଳିବ…

52 mins ago

ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ ଭାବେ କିଟ୍ ଓ କିସର ନାଁ ଘୋଷଣା

ଭୁବନେଶ୍ୱର(କେନ୍ୟୁଜ୍‌): ଅନ୍ତର୍ଜାତୀୟ ଭଲିବଲ୍ ସଂଘ (ଏଫଆଇଭିବି) ପକ୍ଷରୁ ନୂଆ କରି ଗଠନ କରାଯାଇଥିବା ଏଫଆଇଭିବି ଭଲିବଲ୍ ଫାଉଣ୍ଡେସନର ପ୍ରତିଷ୍ଠାତା ସହଯୋଗୀ…

4 hours ago

ଘରର କବାଟ ଝରକା ଭାଙ୍ଗି ଟଙ୍କା, ସୁନା ଲୁଟିବା ସହ ଜୀବନ ନେଇଗଲେ ଦୃର୍ବୁତ୍ତ

ବୌଦ୍ଧ : ଅଧା ରହିଥିଲା ଘର କାମ ତେଣୁ ଘର କାମ କରିବା ପାଇଁ ବ୍ୟାଙ୍କରୁ ଟଙ୍କା ଆଣିଥିଲେ। ହେଲେ…

4 hours ago

ଭୋଟ୍‌ ଦେବାକୁ ଆସିଥିଲେ, ବୁଥ୍‌ ସାମ୍ନାରେ ସ୍ତ୍ରୀର ଜୀବନ ନେଇଗଲା ସ୍ୱାମୀ

ଭଦ୍ରକ: ୪ ବର୍ଷ ତଳେ ହୋଇଥିଲା ବାହାଘର । ଅଗ୍ନିକୁ ସାଖି ରଖି ସାରା ଜୀବନ ପାଇଁ ପରସ୍ପର ସାଥି…

5 hours ago

ରାଜ୍ୟରେ ସନ୍ଧ୍ୟା ୫ଟା ସୁଦ୍ଧା ୬୨.୪୬ ପ୍ରତିଶତ ମତଦାନ

ଭୁବନେଶ୍ୱର(କେନ୍ୟୁଜ୍‌): ସରିଲା ଗଣତନ୍ତ୍ରର ମହାପର୍ବ । ଓଡିଶାରେ ଚତୁର୍ଥ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନରେ ୬ଟି ଲୋକସଭା ଓ ୪୨…

7 hours ago

ଭୋଟ ଦେବାକୁ ଆସିଥିବା ବେଳେ ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ବାମୀ

ଭଦ୍ରକ (କେନ୍ୟୁଜ୍‌): ବୁଥ ସାମ୍ନାରେ ହାଣିଲା ସ୍ୱାମୀ । ସ୍ତ୍ରୀକୁ ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ତେବେ…

7 hours ago