ମନୋରଂଜନ

ବିବାହ ପୂର୍ବରୁ ଗର୍ଭବତୀ ହୋଇଯାଇଥିଲେ ଶ୍ରୀଦେବୀ, ଇଚ୍ଛା ନଥିଲେ ବି ବୋନି କପୁରଙ୍କ ସହ ଯୋଡ଼ିଥିଲେ ସମ୍ପର୍କ

ମୁମ୍ବାଇ : ଫିଲ୍ମରେ ନିଜର ଜାଦୁକରି ଅଭିନୟ ପାଇଁ ଦର୍ଶକଙ୍କ ହୃଦୟ ଜୟ କରିଥିବା ଶ୍ରୀଦେବୀ ଆଜି ଆମ ଗହଣରେ ନାହାଁନ୍ତି । ହେଲେ ଆଜି ବି ପ୍ରଶଂସକଙ୍କ ହୃଦୟରେ ସେ ଜୀବିତ ଅଛନ୍ତି । ତାଙ୍କର ପ୍ରଶଂସକ ଏବେ ବି ସୋସିଆଲ୍‌ ମିଡିଆରେ ତାଙ୍କୁ ମନେ ପକାଉଛନ୍ତି । ଆଜି ଶ୍ରୀଦେବୀଙ୍କ ଜନ୍ମ ଦିନ । ସେ ଯଦି ଆମ ଗହଣରେ ଆଜି ଥାଆନ୍ତେ ତାଙ୍କୁ ୫୭ ବର୍ଷ ବୟସ ହୋଇଥାନ୍ତା । ଆଜି ତାଙ୍କ ଜନ୍ମ ଦିନରେ କିଛି ସ୍ମୃତି ଉଜ୍ଜୀବିତ କରିବା ।

ଶ୍ରୀଦେବୀଙ୍କ ଜନ୍ମ ୧୯୬୩ ମସିହା ଅଗଷ୍ଟ ୧୩ ତାରିଖରେ ହୋଇଥିଲା । ତାଙ୍କ ପ୍ରକୃତ ନାମ ଥିଲା ଅମ୍ମା ୟଙ୍ଗର ଅୟନ୍‌ । ମାତ୍ର ୪ ବର୍ଷ ବୟସରେ ସେ ବାଳ କଳାକାର ଭାବେ ଫିଲ୍ମରେ କାମ କରିଥିଲେ । ତାମିଲ ଫିଲ୍ମ ‘କନ୍ଧନ କରୁଣଇ’ରେ ଶିଶୁ କଳାକାର ଭାବେ ଶ୍ରୀଦେବୀ କାମ କରିଥିଲେ । ୧୯୭୯ ମସିହାରେ ଫିଲ୍ମ ସୋଲ୍‌ହବା ସାବନରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ନଜର ଆସିଥିଲେ ।

ଏହି ଫିଲ୍ମ ପରେ ତାଙ୍କୁ ଗୋଟିଏ ପରେ ଗୋଟିଏ ଫିଲ୍ମ ଅଫର୍‌ ମିଳିବାକୁ ଲାଗିଲା । ଏହି ସମୟରେ ଶ୍ରୀଦେବୀ ତାଙ୍କର ସୈାନ୍ଦର୍ଯ୍ୟ ପାଇଁ ବଡ଼ ବଡ଼ ଅଭିନେତ୍ରୀଙ୍କୁ ଟକ୍କର ଦେଉଥିଲେ । ସେ ‘ସଦ୍‌ମା, ମୁଦ୍ରମ୍‌ ପିରାଇ, ଲହ୍ମେ, ଚାନ୍ଦନୀ, ଖୁଦା ଗବାହ’ ଭଳି ବଡ଼ ବଡ଼ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ କିଣି ନେଇଥିଲେ । ଅଭିନୟ ବ୍ୟତୀତ ଶ୍ରୀଦେବୀଙ୍କର ନାଚରେ ମଧ୍ୟ ଭଲ ଦଖଲ ଥିଲା ।

ବହୁ ବର୍ଷ ଅନ୍ତରାଳରେ ସେ ଫିଲ୍ମ ‘ଇଂଲିସ୍‌ ବିଂଲିଶ’ ଫିଲ୍ମରେ ଆସିଥିଲେ । ତାଙ୍କର ଶେଷ ଫିଲ୍ମ ଥିଲା ‘ମାମା’ । କୁହାଯାଏ ମିଥୁନ ଚକ୍ରବର୍ତ୍ତୀ ଓ ଶ୍ରୀଦେବୀ ଗୁପ୍ତରେ ବିବାହ କରିଥିଲେ । ହେଲେ କିଛି ବର୍ଷ ପରେ ଦୁହେଁ ଅଲଗା ହୋଇଯାଇଥିଲେ ।
ଶ୍ରୀଦେବୀ ବୋନି କପୁରଙ୍କୁ ଆଦୈା ପସନ୍ଦ କରୁ ନଥିଲେ ଓ ତାଙ୍କ ମା’ ମଧ୍ୟ ଚାହୁଁ ନଥିଲେ ଯେ ତାଙ୍କ ପୁଅ ଶ୍ରୀଦେବୀଙ୍କୁ ବିବାହ କରନ୍ତୁ ବୋଲି । ଶୁଣାଯାଏ ଶ୍ରୀଦେବୀ ବିବାହ ପୂର୍ବରୁ ଗର୍ଭବତୀ ହୋଇଯାଇଥିଲେ ।

ତେଣୁ ଇଚ୍ଛା ନଥିଲେ ବି ଶୀଘ୍ର ତାଙ୍କୁ ବୋନି କପୁରଙ୍କୁ ବିବାହ କରିବାକୁ ପଡ଼ିଥିଲା । ବିବାହର କିଛ ମାସ ପରେ ତାଙ୍କର ଝିଅଟିଏ ହେଲା । ସେହି ଝିଅ ହେଉଛନ୍ତି ଜାହ୍ନବୀ କପୁର । ୨୦୧୮ ମସିହା ୨୪ ଫେବ୍ରୁଆରୀରେ ଦୁବାଇରେ ସନ୍ଦେହଜନକ ସ୍ଥିତିରେ ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ସାରା ଦେଶରେ ଶୋକର ଛାୟା ଖେଳାଇ ଦେଇଥିଲା । ଆଜି ସେ ଆମ ଗହଣରେ ନଥିଲେ ବି ତାଙ୍କର ସୁନ୍ଦର ଅଭିନୟ ଦର୍ଶକଙ୍କୁ ଏବେ ବି ବିମୋହିତ କରେ ।

Niharanjan

Recent Posts

ଆଗକୁ ବଢୁନି ମୌସୁମୀ, ଗରମ ଗୁଳିଗୁଳିରେ କଟିବ ରଜ

ଭୁବନେଶ୍ୱର (କେନ୍ୟୁଜ); ଆଗକୁ ବଢୁନି ମୌସୁମୀ । ଗରମ ଗୁଳିଗୁଳିରେ କଟିବ ରଜ, କାଁ ଭାଁ କାଳବୈଶାଖୀ ।  ତଥାପି…

15 mins ago

ଜମିବାଡ଼ି ଗଣ୍ଡଗୋଳକୁ କେନ୍ଦ୍ର କରି ଯୁବକଙ୍କୁ ପିଟି ପିଟି ହତ୍ୟା, ୩ ଅଟକ

କାମାକ୍ଷାନଗର (କେନ୍ୟୁଜ): ଯୁବକଙ୍କୁ ପିଟି ପିଟି ହତ୍ୟା । ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ଆମ୍ବପଳାସ ଗାଁ ପୁରୁଣାଡିହ ସାହିରେ…

22 mins ago

ଘରେ ଭିତରେ ପଶି ମା’ ଝିଅଙ୍କୁ ଛୁରୀରେ ଆକ୍ରମଣ କଲେ ପଡୋଶୀ, ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି

ସମ୍ବଲପୁର (କେନ୍ୟୁଜ): ପହିଲି ରଜରେ ଅଘଟଣ ।  ମା' ଝିଅଙ୍କୁ ଛୁରୀରେ ଆକ୍ରମଣ । ସମ୍ବଲପୁର ଗୋପାଲମାଲ ଅଞ୍ଚଳରେ ଅଭାବନୀୟ…

33 mins ago

ଟି୨୦ ବିଶ୍ୱକପ ୨୦୨୪: ପପୁଆ-ନ୍ୟୁ ଗିନିକୁ ହରାଇ ସୁପର-୮ରେ ପହଞ୍ଚିଲା ଆଫଗାନିସ୍ତାନ, ଭାଙ୍ଗିଲା ନ୍ୟୁଜିଲାଣ୍ଡ ସ୍ୱପ୍ନ

ଆଫଗାନିସ୍ତାନ ପପୁଆ-ନ୍ୟୁ ଗିନି ବିପକ୍ଷ ଟି-୨୦ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିଛି । ଷ୍ଟାର ଅଲରାଉଣ୍ଡର ରାଶିଦ ଖାନଙ୍କ ନେତୃତ୍ୱରେ…

47 mins ago

ମଧ୍ୟପ୍ରଦେଶ : ଶ୍ରଦ୍ଧାଳୁଙ୍କ ଭର୍ତ୍ତି ଟ୍ରାକ୍ଟର ଓଲଟିଲା, ୫ ମୃତ, ୧୫ ଗୁରୁତର

ମଧ୍ୟପ୍ରଦେଶର ଦାତିୟା ଜିଲ୍ଲାରେ ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରାକ୍ଟର ଓଲଟି ପଡିବାରୁ ୫ ଜଣଙ୍କର ମୃତ୍ୟୁ…

1 hour ago

ଆଜି ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଉପରେ ହେବ ଆଲୋଚନା

ପୁରୀ (କେନ୍ୟୁଜ): ଆଜି ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । ସନ୍ଧ୍ୟା ୬ଟାରେ ନିଳାଦ୍ରୀ ଭକ୍ତ ନିବାସରେ ଶ୍ରୀମନ୍ଦିର…

2 hours ago