ବିବାହ ପୂର୍ବରୁ ଗର୍ଭବତୀ ହୋଇଯାଇଥିଲେ ଶ୍ରୀଦେବୀ, ଇଚ୍ଛା ନଥିଲେ ବି ବୋନି କପୁରଙ୍କ ସହ ଯୋଡ଼ିଥିଲେ ସମ୍ପର୍କ

ମୁମ୍ବାଇ : ଫିଲ୍ମରେ ନିଜର ଜାଦୁକରି ଅଭିନୟ ପାଇଁ ଦର୍ଶକଙ୍କ ହୃଦୟ ଜୟ କରିଥିବା ଶ୍ରୀଦେବୀ ଆଜି ଆମ ଗହଣରେ ନାହାଁନ୍ତି । ହେଲେ ଆଜି ବି ପ୍ରଶଂସକଙ୍କ ହୃଦୟରେ ସେ ଜୀବିତ ଅଛନ୍ତି । ତାଙ୍କର ପ୍ରଶଂସକ ଏବେ ବି ସୋସିଆଲ୍‌ ମିଡିଆରେ ତାଙ୍କୁ ମନେ ପକାଉଛନ୍ତି । ଆଜି ଶ୍ରୀଦେବୀଙ୍କ ଜନ୍ମ ଦିନ । ସେ ଯଦି ଆମ ଗହଣରେ ଆଜି ଥାଆନ୍ତେ ତାଙ୍କୁ ୫୭ ବର୍ଷ ବୟସ ହୋଇଥାନ୍ତା । ଆଜି ତାଙ୍କ ଜନ୍ମ ଦିନରେ କିଛି ସ୍ମୃତି ଉଜ୍ଜୀବିତ କରିବା ।

sridevi-1

ଶ୍ରୀଦେବୀଙ୍କ ଜନ୍ମ ୧୯୬୩ ମସିହା ଅଗଷ୍ଟ ୧୩ ତାରିଖରେ ହୋଇଥିଲା । ତାଙ୍କ ପ୍ରକୃତ ନାମ ଥିଲା ଅମ୍ମା ୟଙ୍ଗର ଅୟନ୍‌ । ମାତ୍ର ୪ ବର୍ଷ ବୟସରେ ସେ ବାଳ କଳାକାର ଭାବେ ଫିଲ୍ମରେ କାମ କରିଥିଲେ । ତାମିଲ ଫିଲ୍ମ ‘କନ୍ଧନ କରୁଣଇ’ରେ ଶିଶୁ କଳାକାର ଭାବେ ଶ୍ରୀଦେବୀ କାମ କରିଥିଲେ । ୧୯୭୯ ମସିହାରେ ଫିଲ୍ମ ସୋଲ୍‌ହବା ସାବନରେ ମୁଖ୍ୟ ଅଭିନେତ୍ରୀ ଭୂମିକାରେ ନଜର ଆସିଥିଲେ ।

sridevi-2

ଏହି ଫିଲ୍ମ ପରେ ତାଙ୍କୁ ଗୋଟିଏ ପରେ ଗୋଟିଏ ଫିଲ୍ମ ଅଫର୍‌ ମିଳିବାକୁ ଲାଗିଲା । ଏହି ସମୟରେ ଶ୍ରୀଦେବୀ ତାଙ୍କର ସୈାନ୍ଦର୍ଯ୍ୟ ପାଇଁ ବଡ଼ ବଡ଼ ଅଭିନେତ୍ରୀଙ୍କୁ ଟକ୍କର ଦେଉଥିଲେ । ସେ ‘ସଦ୍‌ମା, ମୁଦ୍ରମ୍‌ ପିରାଇ, ଲହ୍ମେ, ଚାନ୍ଦନୀ, ଖୁଦା ଗବାହ’ ଭଳି ବଡ଼ ବଡ଼ ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ କିଣି ନେଇଥିଲେ । ଅଭିନୟ ବ୍ୟତୀତ ଶ୍ରୀଦେବୀଙ୍କର ନାଚରେ ମଧ୍ୟ ଭଲ ଦଖଲ ଥିଲା ।

sridevi-3

ବହୁ ବର୍ଷ ଅନ୍ତରାଳରେ ସେ ଫିଲ୍ମ ‘ଇଂଲିସ୍‌ ବିଂଲିଶ’ ଫିଲ୍ମରେ ଆସିଥିଲେ । ତାଙ୍କର ଶେଷ ଫିଲ୍ମ ଥିଲା ‘ମାମା’ । କୁହାଯାଏ ମିଥୁନ ଚକ୍ରବର୍ତ୍ତୀ ଓ ଶ୍ରୀଦେବୀ ଗୁପ୍ତରେ ବିବାହ କରିଥିଲେ । ହେଲେ କିଛି ବର୍ଷ ପରେ ଦୁହେଁ ଅଲଗା ହୋଇଯାଇଥିଲେ ।
ଶ୍ରୀଦେବୀ ବୋନି କପୁରଙ୍କୁ ଆଦୈା ପସନ୍ଦ କରୁ ନଥିଲେ ଓ ତାଙ୍କ ମା’ ମଧ୍ୟ ଚାହୁଁ ନଥିଲେ ଯେ ତାଙ୍କ ପୁଅ ଶ୍ରୀଦେବୀଙ୍କୁ ବିବାହ କରନ୍ତୁ ବୋଲି । ଶୁଣାଯାଏ ଶ୍ରୀଦେବୀ ବିବାହ ପୂର୍ବରୁ ଗର୍ଭବତୀ ହୋଇଯାଇଥିଲେ ।

sridevi-4

ତେଣୁ ଇଚ୍ଛା ନଥିଲେ ବି ଶୀଘ୍ର ତାଙ୍କୁ ବୋନି କପୁରଙ୍କୁ ବିବାହ କରିବାକୁ ପଡ଼ିଥିଲା । ବିବାହର କିଛ ମାସ ପରେ ତାଙ୍କର ଝିଅଟିଏ ହେଲା । ସେହି ଝିଅ ହେଉଛନ୍ତି ଜାହ୍ନବୀ କପୁର । ୨୦୧୮ ମସିହା ୨୪ ଫେବ୍ରୁଆରୀରେ ଦୁବାଇରେ ସନ୍ଦେହଜନକ ସ୍ଥିତିରେ ଶ୍ରୀଦେବୀଙ୍କ ମୃତ୍ୟୁ ହୋଇଥିଲା । ତାଙ୍କ ମୃତ୍ୟୁ ଖବର ସାରା ଦେଶରେ ଶୋକର ଛାୟା ଖେଳାଇ ଦେଇଥିଲା । ଆଜି ସେ ଆମ ଗହଣରେ ନଥିଲେ ବି ତାଙ୍କର ସୁନ୍ଦର ଅଭିନୟ ଦର୍ଶକଙ୍କୁ ଏବେ ବି ବିମୋହିତ କରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.