Below header

ଘର ସାଜିଥିଲା ଗଛ କୋରଡ, ଦୀର୍ଘ ୩୫ ବର୍ଷ ପରେ ଭିଟାମାଟିକୁ ଫେରିବେ ବୃଦ୍ଧ

ଗଜପତି(କେ ନ୍ୟୁଜ): ରାଜ୍ୟ ସରକାର ଓ ଗଜପତି ଜିଲ୍ଲାପାଳଙ୍କ ପ୍ରୟାସରେ ଦୀର୍ଘ ୩୫ବର୍ଷ ପରେ ନିଜ ଗ୍ରାମକୁ ଫେରିବେ ଜଗପତି କାର୍ଯି ଓରଫ ଦୟା ଭୂୟାଁ । ଗତକିଛି ଦିନ ପୂର୍ବେ ଅରୁଣାଞ୍ଚଳ ପ୍ରଦେଶର ଜଣେ ଶିକ୍ଷକ ରୁବୁଆମ୍ମା ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ କରିଥିଲେ । ଉକ୍ତ ଭିଡିଓ ଟିରେ ଓଡ଼ିଶାର ଗଜପତି ଜିଲ୍ଲାରୁ ଆସିଥିବା ଜଗପତି କାର୍ଯି ନାମକ ଜଣେ ବୃଦ୍ଧ ଅରୁଣାଞ୍ଚଳ ପ୍ରଦେଶର ଏକ ଜଙ୍ଗଲରେ ଗଛମୂଳର ପଥର କୋରଡରେ ଘରକରି ରହିଛନ୍ତି ବୋଲି ଦର୍ଶା ଯାଇଥିଲା । ଭିଡିଓଟି ଲୋକଲୋଚନକୁ ଆସିବା ପରେ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଅନୁସାରେ ଗଜପତି ଜିଲ୍ଲାପ୍ରଶାସନ ପକ୍ଷରୁ ଜଗପତି ଘଟଣାର ତଦନ୍ତ ଆରମ୍ଭ ହୋଇଥିଲା ଯାହାର ଦାଇତ୍ୱ ଜିଲ୍ଲା ଶ୍ରମ ବିଭାଗ ନେଇଥିଲେ । ତେବେ ଘଟଣାକୁ ନେଇ ତଦନ୍ତରୁ ଜଣା ପଡିଥିଲା ଜଗପତିର ବୟଷ ୨୦ରୁ ୨୨ ମଧ୍ୟରେ ହୋଇଥିବା ବେଳେ ନିଜ ଗାଁ ଛାଡି ଚାଲି ଯାଇଥିଲେ ।

bhtamati

ସେ ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଅନ୍ତର୍ଗତ ତାଳମୁଣ୍ଡା ପଞ୍ଚାୟତର ଆବାସିଂଙ୍ଗି ଗ୍ରାମରୁ ଅରୁଣାଚଳ ପ୍ରଦେଶକୁ ଚାଲିଯାଇଥିଲେ । ତେବେ ସେଠାରେ ଶ୍ରମଦାନ କରି ନିଜର ଗୁଜରାଣ ମେଣ୍ଟାଇ ଆସୁଥିଲେ । ଦୀର୍ଘ ୩୫ବର୍ଷ ସେଠାରେ ରହିବାପରେ ବର୍ତ୍ତମାନ କରୋନା ମହାମାରୀରେ ବଞ୍ଚିବା ତାଙ୍କର ଦୁର୍ବିସହ ହୋଇପଡିଥିଲା । ଏହି ସମୟରେ ଅରୁଣାଞ୍ଚଳ ପ୍ରଦେଶର ରୁବୁଆମା ନାମକ ଜଣେ ଶିକ୍ଷକ ତାଙ୍କ ପାଇଁ ରାସନ ଠାରୁ ଆରମ୍ଭ କରି ସମସ୍ତ ସୁବିଧା ଯୋଗାଇ ଆସୁଥିଲେ । ଯାହାର ଭିଡିଓ ସେ ସୋସିଆଲ ମିଡିଆରେ ଭାଇରାଲ କରାଇଥିଲେ । ଉକ୍ତ ଭାଇରଲ ଭିଡିଓ ପରେ ଗଜପତି ଜିଲ୍ଲାପାଳ ଜଗପତି ଅରୁଣାଞ୍ଚଳ ପ୍ରଦେଶର ଜିରୋ ମାକେର୍ଟ ଅଞ୍ଚଳରେ ରହୁଥିବା ସୂଚନା ପାଇବା

ପରେ ଅରୁଣାଞ୍ଚଳ ପ୍ରଦେଶର ଲୋୟାର ସୁଭସିଲ ଜିଲ୍ଲାର ଜିଲ୍ଲାପାଳଙ୍କ ସହ ଯୋଗାଯୋଗ କରି ଚଳିତ ମାସ ୨୩ ତାରିଖରେ ଜିଲ୍ଲାର ଭାରପ୍ରାପ୍ତ ଶ୍ରମ ଅଧିକାରୀ ସୁବାଶ ଚନ୍ଦ୍ର ମଣ୍ଡଳ ଓ ଜଗପତିଙ୍କର ସାନଭାଇର ପୁଅ ମୁକୁନ୍ଦ ଭୂୟାଁଙ୍କୁ ଅରୁଣାଞ୍ଚଳ ପ୍ରଦେଶକୁ ପଠାଇଥିଲେ । ତେବେ ଦୀର୍ଘ ଦିନର ଅପେକ୍ଷା ପରେ ଆଜି ଅରୁଣାଞ୍ଚଳ ପ୍ରଦେଶରୁ ଖୁସିର ବାର୍ତ୍ତା ଆସିଛି। ଅରୁଣାଞ୍ଚଳ ସରକାରଙ୍କର ସହଯୋଗରେ ଜଗପତିଙ୍କ ସହ ଗଜପତି ଜିଲ୍ଲାର ଭାରପ୍ରାପ୍ତ ଶ୍ରମ ଅଧିକାରୀଙ୍କ ସହ ଭେଟ ହେବା ସହ ଓଡିଶା ଅଭିମୁଖେ ଯାତ୍ରା ଆରମ୍ଭ କରିଛନ୍ତି | ଯାହା ବାବଦରେ ଟ୍ୟୁଟ କରି ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି |

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.