ମନୋରଂଜନ

‘ପୁଷ୍ପା ୨’ରେ ଶ୍ରୀବଲ୍ଲୀଙ୍କୁ ହତ୍ୟା କରିବ ଭିଲେନ୍‌! ସାମ୍ନାକୁ ଆସିଲା ଅଲ୍‌ଲୁ ଅର୍ଜୁନ୍‌ଙ୍କ ଫିଲ୍ମର କାହାଣୀ

ଅଲ୍‌ଲୁ ଅର୍ଜୁନ ଓ ରଶ୍ମିକା ମନ୍ଦାନାଙ୍କ ଫିଲ୍ମ ପୁଷ୍ପା ସୁପରହିଟ୍‌ ହେବା ପରେ ଫ୍ୟାନ୍‌ମାନେ ଏବେ ‘ପୁଷ୍ପା ୨’ ଦେଖିବାକୁ ବେଶ୍‌ ଆଗ୍ରହର ସହ ଅପେକ୍ଷା କରିଛନ୍ତି। ଫିଲ୍ମକୁ ନେଇ ଖୁବ୍‌ ଚର୍ଚ୍ଚା ବି ହେଉଛି। କିନ୍ତୁ ଏବେ ଯାଏଁ ଫିଲ୍ମ ବିଷୟରେ ଏତେଟା ସୂଚନା ସାମ୍ନାକୁ ଆସି ନାହିଁ। ସୁକୁମାରଙ୍କ ନିର୍ଦ୍ଦେଶନାରେ ନିର୍ମିତ ହେଉଥିବା ପୁଷ୍ପା ୨କୁ ନେଇ ଏବେ ଠୁ ଚର୍ଚ୍ଚା ଜୋର ଧରିଛି। ପୁଷ୍ପାର ଦ୍ୱିତୀୟ ଭାଗରେ ପୁଷ୍ପା ରାଜ- ଭଓ୍ଵର ସିଂହ ଶେଖାଓ୍ଵତ୍‌ଙ୍କ ପ୍ରକୃତି ବିଷୟରେ ଫ୍ୟାନ୍‌ ଅନୁମାନ କରୁଛନ୍ତି। ସେହିପରି ରଶ୍ମିକା ମନ୍ଦାନାଙ୍କ ଭୂମିକା ବିଷୟରେ ବି ଚର୍ଚ୍ଚା ହେଉଛି।

କୁହାଯାଉଛି ଯେ ରଶ୍ମିକା ମନ୍ଦାନାଙ୍କ ଭୂମିକା ଶ୍ରୀବଲ୍ଲୀକୁ ଖଳନାୟକ ହତ୍ୟା କରୁଛି। ଫଳରେ ଅଲ୍‌ଲୁ ଅର୍ଜୁନ୍‌ ରାଗିଯାଇ ସବୁ କିଛି ଧ୍ୱଂସ କରି ଦେଉଛନ୍ତି। ତା’ ପରେ ପ୍ରତିଶୋଧ ପରାୟଣ ହୋଇ ଭିଲେନ୍‌କୁ ମାରିଦେଉଛନ୍ତି। କିନ୍ତୁ ସେ ଚନ୍ଦନ କାଠ ତସ୍କରୀ କରିବା ଛାଡ଼ୁ ନାହାନ୍ତି। ଏଥିରୁ ମୋଟା ଅଙ୍କର ଲାଭ କରିବା ପରେ ପୁଷ୍ପାରାଜ କେମିତି ବଞ୍ଚୁଛନ୍ତି, ତାହା ଆଗାମୀ ଫିଲ୍ମର କାହାଣୀ ରହିପାରେ ବୋଲି ଚର୍ଚ୍ଚା ହେଉଛି।

ତେବେ ଏହି ଚର୍ଚ୍ଚା କେତେ ଦୂର ସତ ତାହା ଏବେ ଯାଏଁ ଜଣାପଡ଼ିନାହିଁ। ଟ୍ଵିଟରରେ ଲୋକମାନେ ଫିଲ୍ମର ଷ୍ଟୋରୀକୁ ନେଇ ବିଭିନ୍ନ କମେଣ୍ଟ କରୁଛନ୍ତି। ତେବେ ହିରୋକୁ ସହାନୁଭୂତି ଦେବା ଉଦ୍ଦେଶ୍ୟରେ ପୁଷ୍ପାର ପ୍ରଥମ ଭାଗରେ ପୁଷ୍ପା ରାଜକୁ ବିରୋଧୀମାନେ ଅପମାନିତ କରିଥିଲେ। ଏବେ ଯଦି ଦ୍ୱିତୀୟ ଭାଗରେ ହିରୋଇନ୍‌ଙ୍କ ମୃତ୍ୟୁ ହୁଏ ତେବେ ପୁଣିଥରେ ହିରେଙ୍କୁ ଦର୍ଶକଙ୍କ ସହାନୁଭୂତି ମିଳିବ।

ସୂଚନା ମୁତାବକ, ଆସନ୍ତା ଅଗଷ୍ଟରେ ଏହି ଫିଲ୍ମର ସୁଟିଂ ଆରମ୍ଭ ହେବ। ତେବେ ଫିଲ୍ମ ରିଲିଜ୍‌ ହେବା ପରେ ହିଁ ଏହାର ପ୍ରକୃତ କାହାଣୀ କ’ଣ ତାହା ଜଣାପଡ଼ିବ। ବର୍ତ୍ତମାନ ପୁଷ୍ପା ୨ର ସ୍କ୍ରିପ୍ଟ ଲେଖାଯାଉଥିବା ନେଇ ସୂଚନା ମିଳିଛି।

Also Read: ଏଥରକ ଗୁରୁ ପୂର୍ଣ୍ଣିମାରେ ପଡ଼ୁଛି ୪ଟି ଶୁଭ ଯୋଗ, ଜାଣନ୍ତୁ ତିଥି ଓ ପୂଜା ବିଧି

WCW 11

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

4 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

6 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago