ମନୋରଂଜନ

ଶିଳ୍ପା ସେଟ୍ଟୀଙ୍କ ମା’ଙ୍କ ଉପରେ ଲାଗିଲା ଠକେଇ ଅଭିଯୋଗ; କୋର୍ଟ ଜାରି କଲେ ସମନ

ଶିଳ୍ପା ସେଟ୍ଟୀଙ୍କ ପରିବାର ଉପରେ ଗୋଟିଏ ପରେ ଗୋଟିଏ ବିପଦ ମାଡ଼ି ଆସୁଛି। ଏବେ ନିକଟରେ ତାଙ୍କ ସ୍ୱାମୀ ଜେଲ୍‌ରୁ ବାହାରିଛନ୍ତି, ଆଉ ଏପଟେ ତାଙ୍କ ମା’ଙ୍କ ବିରୋଧରେ ଜାରି ହୋଇଛି ଓ୍ଵାରେଣ୍ଟ। ଶିଳ୍ପା ସେଟ୍ଟୀଙ୍କ ମା’ ସୁନନ୍ଦା ସେଟ୍ଟୀଙ୍କ ବିରୋଧରେ ଠକେଇ ଅଭିଯୋଗ ହୋଇଛି, ଯେଉଁ କାରଣରୁ ତାଙ୍କୁ ଜାମିନଯୁକ୍ତ ଓ୍ଵାରେଣ୍ଟ ଜାରି କରାଯାଇଛି। ତେବେ ଏହି ମାମଲାରେ ଏ ପର୍ଯ୍ୟନ୍ତ ଶିଳ୍ପାଙ୍କ ପରିବାରରୁ କୌଣସି ବୟାନ ସାମ୍ନାକୁ ଆସି ନାହିଁ।

ବଲିଉଡ୍‌ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ମା’ଙ୍କ ବିରୋଧରେ ୨୧ ଲକ୍ଷ ଟଙ୍କା ଋଣ ସୁଝି ନ ପାରିବା ମାମଲାରେ ମୁମ୍ବାଇର ଏକ କୋର୍ଟ ଜାମିନଯୁକ୍ତ ଓ୍ଵାରେଣ୍ଟ ଜାରି କରିଛନ୍ତି। ମେଟ୍ରୋପଲିଟନ୍‌ ମାଜିଷ୍ଟ୍ରେଟ୍‌ ଆର୍‌ ଆର୍‌ ଖାନ ଏହା ପୂର୍ବରୁ ଶିଳ୍ପା, ତାଙ୍କ ମା’ ସୁନନ୍ଦା ଓ ଭଉଣୀ ଶମିତାଙ୍କୁ ଠକେଇର ଏକ ମାମଲାରେ ସମନ ଜାରି କରିଥିଲେ।

ଶିଳ୍ପାଙ୍କ ପରିବାର ସେସନ୍ସ କୋର୍ଟରେ ସମନକୁ ଚ୍ୟାଲେଞ୍ଜ କରିଥିଲେ। ସୋମବାର ସେସନ୍ସ ଜଜ୍‌ ଏଜେଡ୍‌ ଖାନ ଶିଳ୍ପା ଓ ଶମିତାଙ୍କ ବିରୋଧରେ ମାଜିଷ୍ଟ୍ରେଟ୍‌ଙ୍କ ଆଦେଶ ଉପରେ ରୋକ୍‌ ଲଗାଇ ଦେଇଥିଲେ। କିନ୍ତୁ ତାଙ୍କ ମା’ଙ୍କୁ ଛାଡ଼ି ନ ଥିଲେ। କୋର୍ଟ କହିଥିଲେ କି, ଶିଳ୍ପାଙ୍କ ଦିବଂଗତ ବାପା ସୁରେନ୍ଦ୍ର ସେଟ୍ଟୀ ଓ ସୁନନ୍ଦା ଜଣେ ବିଜନେସ୍‌ମ୍ୟାନଙ୍କ କମ୍ପାନୀରେ ଅଂଶୀଦାର ଥିଲେ ଏବଂ ଦୁଇ ଝିଅ ମଧ୍ୟ ଅଂଶୀଦାର ଥିଲେ। ଏହାର କୌଣସି ଦସ୍ତାବିଜ୍‌ ଦିଆଯାଇ ନ ଥିଲା ଏବଂ ଋଣ ସହିତ କିଛି ସମ୍ବନ୍ଧ ରହିଛି, ତାହା ମଧ୍ୟ କୁହାଯାଇ ନ ଥିଲା।

ସୂଚନା ମୁତାବକ, ଏହି ୩ ଜଣଙ୍କ ବିରୋଧରେ ଜଣେ ବିଜନେସ୍‌ମ୍ୟାନ ଜୁହୁ ପୋଲିସ ଷ୍ଟେଶନରେ ଠକେଇ ମାମଲା ରୁଜୁ କରାଇଥିଲେ। ବିଜନେସ୍‌ମ୍ୟାନ ଦାବି କରିଥିଲେ ଯେ ଶିଳ୍ପାଙ୍କ ଦିବଂଗତ ବାପା ସୁରେନ୍ଦ୍ର ସେଟ୍ଟୀ ୨୦୧୫ରେ ଉଧାର ନେଇଥିଲେ। ତାଙ୍କୁ ଜାନୁଆରୀ ୨୦୧୭ରେ ଏହାକୁ ସୁଝିବାର ଥିଲା, କିନ୍ତୁ ପରିବାର ଟଙ୍କା ଦେବାକୁ ମନା କରି ଦେଇଥିଲେ। ତେବେ ଏହି ମାମଲାରେ ଆଗାମୀ ଶୁଣାଣି ମାର୍ଚ୍ଚ ୨୫ରେ ହେବ।

Roshni

Recent Posts

ନିର୍ବାଚନୀ ପରବର୍ତ୍ତୀ ହିଂସା: ଇଭିଏମ ହେରଫେର ସନ୍ଦେହରେ ଗଣ୍ଡଗୋଳ ଅଭିଯୋଗ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ଧର୍ମଶାଳାରେ ନିର୍ବାଚନୀ ପରବର୍ତ୍ତୀ ହିଂସା । ସ୍ୱାଧୀନ ପ୍ରାର୍ଥୀ ସମର୍ଥକଙ୍କ ଲଙ୍କାକାଣ୍ଡ ଅଭିଯୋଗ । …

1 min ago

Realme ଲଞ୍ଚ କଲା ବଢ଼ିଆ ଫୋନ, ଦାମ ସହ ଫିଚର୍ସ ରହିଛି ଦମଦାର

Realme ଏକ ବଜେଟ୍ ଫ୍ରେଣ୍ଡଲି ସ୍ମାର୍ଟଫୋନ୍ ଲଞ୍ଚ କରିଛି । Realmeର ଏହି ବଜେଟ୍ ସ୍ମାର୍ଟଫୋନ୍ ସି ସିରିଜରେ ଲଞ୍ଚ…

28 mins ago

ପଛପଟୁ ଧକ୍କା ଦେଲା ବାଇକ, ବୃଦ୍ଧଙ୍କ ମୃତ୍ୟୁ

କେନ୍ଦ୍ରାପଡା (କେନ୍ୟୁଜ): କେନ୍ଦ୍ରାପଡା କୁଦାନଗରି ଥାନା ଗୌଡଗାଁରେ ବାଇକ ଧକ୍କାରେ ଜଣେ ବୃଦ୍ଧଙ୍କର ମୃତ୍ୟୁ ଘଟିଛି । ମୃତକଙ୍କ ନାଁ…

1 hour ago

ତପ୍ତପାଣି ଘାଟି ତଳକୁ ଖସିଲା ଟ୍ରକ, ଡ୍ରାଇଭର ମୃତ

ଦିଗପହଣ୍ଡି (କେନ୍ୟୁଜ): ତପ୍ତପାଣି ଘାଟିରେ ପୁଣି ଦୁର୍ଘଟଣା । ଭାରସାମ୍ୟ ହରାଇ ଘାଟି ତଳକୁ ଖସିଲା ମାଲବାହୀ ଟ୍ରକ ।…

1 hour ago

ଭୁବନେଶ୍ବରରେ ଆଜି ପୁଣି ଥରେ ବଢିଲା ପେଟ୍ରୋଲ-ଡିଜେଲ ରେଟ୍, ଚେକ୍ କରନ୍ତୁ ନୂଆ ଦର

ଭୁବନେଶ୍ୱରରେ ପେଟ୍ରୋଲ ଦର ୧୦୧ ଟଙ୍କା ୦୬ ପଇସା ରହିଛି । ଡିଜେଲ ଦର ୯୨ ଟଙ୍କା ୬୪ ପଇସା…

2 hours ago

ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପରେ ଆସିଛି ବୁଥ ବାହୁଡ଼ା ମତ, ଲଗାତାର ତୃତୀୟ ଥର ପାଇଁ ହେଇପାରନ୍ତି ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ : ତୃତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ ହେବେ ମୋଦି । ଦେଶରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ନିର୍ବାଚନ…

2 hours ago