Categories: ମନୋରଂଜନ

ସମୁଦ୍ର କୂଳରେ ମସ୍ତି କରୁଥିବାର ନଜର ଆସିଲେ ସୁସ୍ମିତା ସେନ୍, ଭାଇରାଲ ହେଲା ଭିଡିଓ

ବଲିଉଡ ଅଭିନେତ୍ରୀ ସୁସ୍ମିତା ସେନ୍ କିଛି ଦିନ ହେବ ସୋସିଆଲ ମିଡିଆରେ ଖୁବ୍ ଆକ୍ଟିଭ ରହୁଛନ୍ତି। ପୂର୍ବ ମିସ୍ ୟୁନିଭର୍ସ ସୁସ୍ମିତା ସେନ୍ ନିଜର ଭିଡିଓ ଏବଂ ଫଟୋକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ପୁଣିଥରେ ଅଭିନେତ୍ରୀ ନଜର ଭିଡିଓ ପାଇଁ ଇଣ୍ଟରନେଟରେ ଛାଇ ଯାଇଛନ୍ତି। ସୂଚନା ମୁତାବକ ସୁସ୍ମିତା ସେନ୍ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ସୁସ୍ମିତା ସମୁଦ୍ର କୂଳରେ ଖୁବ୍ ମସ୍ତି କରୁଥିବାର ନଜର ଆସିଛନ୍ତି। ତାଙ୍କର ଏହି ଫଟୋରେ ଫ୍ଯାନ୍ସମାନେ ଖୁବ୍ କମେଣ୍ଟ କରିବା ସହ ପ୍ରତିକ୍ରିୟା ମଧ୍ଯ ଦେଇଛନ୍ତି।

ସୁସ୍ମିତା ଏହି ଭିଡିଓରେ ନିଜର ଓଢଣୀ ପବନରେ ଉଡାଉଥିବାର ନଜର ଆସିଛନ୍ତି। ନିଜର ଏହି ଭିଡିଓକୁ ସେୟାର କରିବା ସହ ସୁସ୍ମିତା ଲେଖିଛନ୍ତି, ‘‘ତୁମର ସତକୁ କାହାର ଆବଶ୍ଯକତା ନାହିଁ। ଏକୁଟିଆ ଛିଡା ହେବା ଖୁବ୍ ସୁବିଧାଜନକ, କିନ୍ତୁ କେବେ କେବେ ଏହା ଖରାପ ମଧ୍ଯ ହୋଇପାରେ।’’ ସୁସ୍ମିତାଙ୍କର ଏହି ଭିଡିଓରେ ଫ୍ଯାନ୍ସମାନେ ତାଙ୍କୁ ଖୁବ୍ ତାରିଫ୍ ମଧ୍ଯ କରିଛନ୍ତି।

ରିପୋର୍ଟ ଅନୁଯାୟୀ ବଲିଉଡରେ ଅଧିକରୁ ଅଧିକ ଭଲ ଫିଲ୍ମ ଦେଉଥିବା ଅଭିନେତ୍ରୀ ସୁସ୍ମିତା ସେନ୍ ପୁଣି ଥରେ ୧୦ ବର୍ଷ ପରେ ଫିଲ୍ମକୁ ଫେରୁଛନ୍ତି। ନିଜେ ଅଭିନେତ୍ରୀ ସୋସିଆଲ ମିଡିଆରେ ଏକ ଫଟୋ ସେୟାର କରି ଏହି ଖବରର ପ୍ରମାଣ ଦେଇଛନ୍ତି। ସୁସ୍ମିତା କହିଛନ୍ତି, ମୁଁ ସର୍ବଦା ଏ ଭଳି ଭଲପାଇବାକୁ ବିଶ୍ବାସ କରେ। ଫ୍ଯାନ୍ସମାନେ ୧୦ ବର୍ଷ ପର୍ଯ୍ଯନ୍ତ ମୁଁ ସ୍କ୍ରିନକୁ ଫେରିବା ପାଇଁ ଅପେକ୍ଷା କରିଛନ୍ତି। ଫ୍ଯାନ୍ସମାନେ ମତେ ସର୍ବଦା ପ୍ରତ୍ଯେକ ପାଦରେ ଏବଂ ପ୍ରତ୍ଯେକ ରାସ୍ତାରେ ଭଲପାଇବା ଦେଇଛନ୍ତି। ସେ ପୁଣି ବିନା କୌଣସି ସର୍ତ୍ତରେ। ର୍ମୁଁ କେବଳ ମୋ ଫ୍ଯାନ୍ସମାନଙ୍କ ପାଇଁ ପୁଣି ଥରେ ଫିଲ୍ମକୁ ଫେରୁଛି। ସୁସ୍ମିତାଙ୍କର ଏହି ପୋଷ୍ଟରେ ଫ୍ଯାନ୍ସମାନେ ଖୁବ୍ ଖୁସି ହେବା ସହ ବାରମ୍ବାର ପ୍ରତିକ୍ରିୟା ରଖିଛନ୍ତି।

KNews Bureau

Recent Posts

ଆଜିର ରାଶିଫଳ: ବିଦ୍ୟାର୍ଥୀଙ୍କ ପାଇଁ ଦିନଟି ଶୁଭ, ଛାତ୍ରଛାତ୍ରୀ ପାଠପଢ଼ାରେ ପରିବର୍ତ୍ତନ ଆଣିବେ

ମେଷ: ଶୁଭ ସମାଚାର ମିଳିପାରେ । ଛାତ୍ରଛାତ୍ରୀମାନେ ପଢାପଢିରେ ପରିବର୍ତ୍ତନ ଆଣିବେ । ଅଫିସ୍ କାର୍ଯ୍ୟରେ ବିଳମ୍ବ ହେବ ।…

5 hours ago

ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ

ବ୍ରହ୍ମପୁର : ଦିଗପହଣ୍ଡି ଥାନା ଭୀଷ୍ମଗିରୀରେ ନାବାଳିକା ବଧୂ ହତ୍ୟା ମାମଲାରେ ପାଞ୍ଚ ଜଣଙ୍କୁ ଗିରଫ କଲା ପୋଲିସ ।…

6 hours ago

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ, ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ ଦେଲେ ସ୍ବାସ୍ଥ୍ୟମନ୍ତ୍ରୀ

ରୋଗୀଙ୍କୁ ଉତ୍ତମ ବ୍ୟବହାର ସହ ମାନବିକାତ ଦେଖାଅ। ମୁନ୍ନା ଭାଇ ଏମବିବିଏସ ସିନେମାର ଉପାଖ୍ୟାନ କହି, ଡାକ୍ତରମାନଙ୍କୁ ଏହି ଉପଦେଶ…

6 hours ago

ଓଡ଼ିଶା ଫେରିବେ କେନ୍ଦ୍ର କୃଷି ସଚିବ ମନୋଜ ଆହୁଜା, ହେବେ କି ରାଜ୍ୟରେ ନୂଆ ମୁଖ୍ୟ ସଚିବ !

ଭୁବନେଶ୍ୱର: ରାଜ୍ୟରେ ନୂଆ ମୁଖ୍ୟ ସଚିବ ହେବେ କି ମନୋଜ ଆହୁଜା? ଏହାକୁ ନେଇ ଜୋର ଧରିଛି ଚର୍ଚ୍ଚା ।…

7 hours ago

‘ଡ. ସାମନ୍ତଙ୍କ ଭଳି ସମର୍ପିତ ହୋଇ କାର୍ଯ୍ୟ କଲେ ଆର୍ଟ ଅଫ ଗିଭିଂର ଯଥାର୍ଥତା ପ୍ରତିପାଦିତ ହୋଇ ପାରିବ’

ଭଦ୍ରକ (କେନ୍ୟୁଜ୍‌) : ଭଦ୍ରକରେ ଜିଲ୍ଲା ସ୍ତରୀୟ ଆର୍ଟ ଅଫ ଗିଭିଂ ଦିବସ ସମାରୋହରେ ପାଳିତ ହୋଇଯାଇଛି । ଜିଲ୍ଲା…

7 hours ago

ସରୋଗେସି ମାଧ୍ୟମରେ ମା’ ହେଲେ ବି ମିଳିବ ୬ ମାସ ଛୁଟି

ମାତୃତ୍ୱ ଛୁଟି ଉପରେ ସରକାରଙ୍କର ବଡ଼ ନିଷ୍ପତ୍ତି । ସରୋଗେସି ମାଧ୍ୟମରେ ମାଆ ହେବାକୁ ଥିବା ମହିଳାମାନଙ୍କ ପାଇଁ ଖୁସି…

7 hours ago