ମନୋରଂଜନ

ଫିଲ୍ମ ‘ତେରି ବାତୋମେଁ ଏସା ଉଲଝା ଜିଆ’ ଏବେ OTT ରେ ହେବ ରିଲିଜ୍‌, ଜାଣନ୍ତୁ କେବେ ଏବଂ କେଉଁ ପ୍ଲାଟଫର୍ମରେ ଦେଖିବେ ?

ବଲିଉଡ ଅଭିନେତା ସାହିଦ କପୁର ଓ ଅଭିନେତ୍ରୀ କ୍ରିତି ସାନନଙ୍କ ରୋମାଣ୍ଟିକ କମେଡି ଫିଲ୍ମ ‘ତେରି ବାତୋମେଁ ଏସା ଉଲଝା ଜିଆ’ ରିଲିଜ୍ ହେବା ପରେ ଠାରୁ ଖୁବ୍‌ ଚର୍ଚ୍ଚାରେ ରହିଛି । ତେବେ ପ୍ରଥମ ଥର ପାଇଁ ସାହିଦ ଓ କ୍ରିତି ଅନସ୍କ୍ରିନରେ ଏକାଠି ରୋମାନ୍ସ କରୁଥିବା ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ଉଭୟଙ୍କ ସିଜଲିଂ କେମେଷ୍ଟ୍ରି ଲୋକମାନେ ପସନ୍ଦ କରିଥିଲେ । ଏବେ OTT ରେ ରିଲିଜ୍ ହେବାକୁ ନେଇ ଫିଲ୍ମ ପୁଣି ଥରେ ଲାଇମଲାଇଟକୁ ଆସିଛି । ସିନେମା ହଲ୍‌ରେ ରିଲିଜ୍‌ ହେବା ପରେ ଏହି ଫିଲ୍ମଟି ବର୍ତ୍ତମାନ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଫିଲ୍ମଟି ଦର୍ଶକଙ୍କ ଠାରୁ ବହୁତ ଭଲପାଇବା ପରେ ଏବେ ୱେବ୍ ଷ୍ଟ୍ରିମିଂ ପ୍ଲାଟଫର୍ମରେ ରିଲିଜ୍‌ ହେବାକୁ ଯାଉଛି ।

ଯେଉଁମାନେ ଥିଏଟରରେ ସାହିଦ କପୁର ଏବଂ କ୍ରିତି ସାନନଙ୍କ ଫିଲ୍ମ ‘ତେରି ବାତୋମେଁ ଏସା ଉଲଝା ଜିଆ’ ଦେଖିପାରି ନାହାନ୍ତି । ତେବେ ସେମାନଙ୍କ ପାଇଁ ଏକ ଖୁସି ଖବର ରହିଛି । ୱେବ୍ ଷ୍ଟ୍ରିମିଂ ପ୍ଲାଟଫର୍ମରେ ଆପଣ ଏହି ଫିଲ୍ମ ଦେଖିପାରିବେ । ସାଇନ୍ସ ଫିକ୍ସନ୍ ରୋମାଣ୍ଟିକ୍ କମେଡି ଫିଲ୍ମ ‘ତେରି ବାତୋମେଁ ଏସା ଉଲଝା ଜିଆ’ ଶେଷରେ OTT ପ୍ଲାଟଫର୍ମ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବାକୁ ଯାଉଛି । ଏନେଇ ସୋସିଆଲ ମିଡିଆରେ ଆମାଜନ ପ୍ରାଇମ ଭିଡିଓ ନିଜେ ଏହି ସୂଚନା ଦେଇଛି ।

ସାହିଦ କପୁର ଏବଂ କ୍ରିତି ସାନନଙ୍କ ଫିଲ୍ମ ‘ତେରି ବାତୋମେଁ ଏସା ଉଲଝା ଜିଆ’ ବକ୍ସ ଅଫିସରେ ବହୁତ ଭଲ ରୋଜଗାର କରିଛି । ଏହା ପରେ ବର୍ତ୍ତମାନ OTT ରେ ମଧ୍ୟ ଧମାକା କରିବାକୁ ଯାଉଛି । ଏହି ଫିଲ୍ମର ଗୀତଗୁଡ଼ିକ ରିଲିଜ୍ ହେବା ମାତ୍ରେ ଏକ ଆଲୋଡ଼ନ ସୃଷ୍ଟି କରିଥିଲା । ତେବେ ୪୫.୮୫ କୋଟି ଟଙ୍କାରେ ନିର୍ମିତ ଏହି ଫିଲ୍ମଟି ବକ୍ସ ଅଫିସରେ ୧୩୩ କୋଟି ଟଙ୍କା କଲେକ୍ସନ୍‌ କରିଛି ।

ଅମିତ ଯୋଶୀ ଏବଂ ଆରାଧନା ସାହାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ତେରି ବାତୋମେଁ ଏସା ଉଲଝା ଜିଆ’ ଫେବୃଆରୀ ୯,୨୦୨୪ ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମରେ ସାହିଦ କପୁର ଏବଂ କ୍ରିତି ସାନନଙ୍କ ବ୍ୟତୀତ ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଏବଂ ଡିମ୍ପଲ କାପାଡିଆ ମଧ୍ୟ ଅଭିନୟ କରିଥିଲେ । ତେବେ ଏହି ଫିଲ୍ମର ଷ୍ଟୋରି ଜଣେ ବୈଜ୍ଞାନିକଙ୍କ ଲଭ୍‌ ଷ୍ଟୋରି ଉପରେ ଆଧାରିତ, ଯିଏ ନିଜ ରୋବଟକୁ ଭଲ ପାଉଛନ୍ତି । ଏହି ଫିଲ୍ମରେ ସାହିଦଙ୍କୁ ଜଣେ ବୈଜ୍ଞାନିକଙ୍କ ଭୂମିକାରେ ଏବଂ କ୍ରିତିଙ୍କୁ ରୋବଟ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମ ମାଧ୍ୟମରେ ସାହିଦ କପୁର ପ୍ରାୟ ୨ ବର୍ଷ ପରେ ବଡ ପରଦାକୁ ଫେରିଛନ୍ତି ।

D Sonali

Recent Posts

ଆଜିର ରାଶିଫଳ : ଏହି ରାଶିର ଲୋକଙ୍କର ଆଜି ସମାଜରେ ମାନ ସମ୍ମାନ ବଢିବ

ମେଷ: ପାରିବାରିକ ଜୀବନ ସୁଖମୟ ହେବ । ଆୟ ହ୍ରାସ ଏବଂ ଖର୍ଚ୍ଚ ବୃଦ୍ଧି ହେବ । ପ୍ରଗତିର ସମ୍ଭାବନା…

3 hours ago

ଆସନ୍ତାକାଲି ମଙ୍ଗଳ ଆଳତୀ ପରେ ଖୋଲିବ ଶ୍ରୀମନ୍ଦିରର ଚାରି ଦ୍ୱାର

ଭୁବନେଶ୍ୱର (କେନ୍ୟୁଜ୍‌) : ମୋହନ ମାଝୀଙ୍କ ବିଜେପି ସରକାର ଆଜି ଶପଥ ନେବା ପରେ କ୍ୟାବିନେଟରେ ୪ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବକୁ…

6 hours ago

ମା ଯଶୋଦା କଳା ପରିଷଦ ପକ୍ଷରୁ ନୂଆ ମୁଖ୍ୟମନ୍ତ୍ରୀଙ୍କୁ ସଙ୍ଗୀତ ମାଧ୍ୟମରେ ଜଣାଇଲେ ଶୁଭେଚ୍ଛା

ଯାଜପୁର(କେନ୍ୟୁଜ୍‌): ନୂତନ ମୁଖ୍ୟମନ୍ତ୍ରୀଙ୍କୁ ସ୍ଵାଗତ ସଙ୍ଗୀତ ମାଧ୍ୟମରେ ସ୍ୱାଗତ ଓ ସମ୍ବର୍ଦ୍ଧନା। ଯାଜପୁର ଦଶରଥପୁର ବ୍ଲକ ଅନ୍ତର୍ଗତ ମଙ୍ଗଳପୁରର ଅଗ୍ରଣୀ…

6 hours ago

ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ

ଭୁବନେଶ୍ୱର(କେନ୍ୟୁଜ୍‌): ମୋହନ ମାଝୀ ସରକାରଙ୍କ ପ୍ରଥମ କ୍ୟାବିନେଟ ବୈଠକ । ଶପଥ ଗ୍ରହଣ ପରେ ବିଜେପି ସରକାରଙ୍କ ପ୍ରଥମ କ୍ୟାବିନେଟ…

7 hours ago

ଚିକିତ୍ସା ସୁବିଧା ପାଇଁ କିଏ ଭଲ ଏବେ ଆପଣ ହିଁ ବିଚାର କରନ୍ତୁ

ଦେହ ଅଛି ତ ରୋଗ ଅଛି । ସେଥିଲାଗି ତ କୁହାଯାଏ, ସ୍ୱାସ୍ଥ୍ୟ ହିଁ ସମ୍ପଦ । ପ୍ରତିଟି ଜୀବନ…

7 hours ago

ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି

ଭୁବନେଶ୍ୱର(କେନ୍ୟୁଜ୍‌): ସୁରମା ପାଢୀ ହୋଇପାରନ୍ତି ନୂଆ ବାଚସ୍ପତି । ବିଧାନସଭା ବାଚସ୍ପତି ଭାବେ ରଣପୁରର ବିଧାୟିକାଙ୍କ ନାଁକୁ ନେଇ ଚର୍ଚ୍ଚା…

7 hours ago