ଫିଲ୍ମ ‘ତେରି ବାତୋମେଁ ଏସା ଉଲଝା ଜିଆ’ ଏବେ OTT ରେ ହେବ ରିଲିଜ୍‌, ଜାଣନ୍ତୁ କେବେ ଏବଂ କେଉଁ ପ୍ଲାଟଫର୍ମରେ ଦେଖିବେ ?

ଫିଲ୍ମ ‘ତେରି ବାତୋମେଁ ଏସା ଉଲଝା ଜିଆ’ ରିଲିଜ୍ ହେବା ପରେ ଠାରୁ ଖୁବ୍‌ ଚର୍ଚ୍ଚାରେ ରହିଛି । ତେବେ ପ୍ରଥମ ଥର ପାଇଁ ସାହିଦ ଓ କ୍ରିତି ଅନସ୍କ୍ରିନରେ ଏକାଠି ରୋମାନ୍ସ କରୁଥିବା ଦେଖିବାକୁ ମିଳିଥିଲା । ଏବେ OTT ରେ ରିଲିଜ୍ ହେବାକୁ ନେଇ ଫିଲ୍ମ ପୁଣି ଥରେ ଲାଇମଲାଇଟକୁ ଆସିଛି । ସିନେମା ହଲ୍‌ରେ ରିଲିଜ୍‌ ହେବା ପରେ ଏହି ଫିଲ୍ମଟି ବର୍ତ୍ତମାନ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବାକୁ ଯାଉଛି ।

ବଲିଉଡ ଅଭିନେତା ସାହିଦ କପୁର ଓ ଅଭିନେତ୍ରୀ କ୍ରିତି ସାନନଙ୍କ ରୋମାଣ୍ଟିକ କମେଡି ଫିଲ୍ମ ‘ତେରି ବାତୋମେଁ ଏସା ଉଲଝା ଜିଆ’ ରିଲିଜ୍ ହେବା ପରେ ଠାରୁ ଖୁବ୍‌ ଚର୍ଚ୍ଚାରେ ରହିଛି । ତେବେ ପ୍ରଥମ ଥର ପାଇଁ ସାହିଦ ଓ କ୍ରିତି ଅନସ୍କ୍ରିନରେ ଏକାଠି ରୋମାନ୍ସ କରୁଥିବା ଦେଖିବାକୁ ମିଳିଥିଲା । ଏହି ଫିଲ୍ମରେ ଉଭୟଙ୍କ ସିଜଲିଂ କେମେଷ୍ଟ୍ରି ଲୋକମାନେ ପସନ୍ଦ କରିଥିଲେ । ଏବେ OTT ରେ ରିଲିଜ୍ ହେବାକୁ ନେଇ ଫିଲ୍ମ ପୁଣି ଥରେ ଲାଇମଲାଇଟକୁ ଆସିଛି । ସିନେମା ହଲ୍‌ରେ ରିଲିଜ୍‌ ହେବା ପରେ ଏହି ଫିଲ୍ମଟି ବର୍ତ୍ତମାନ OTT ପ୍ଲାଟଫର୍ମରେ ମୁକ୍ତିଲାଭ କରିବାକୁ ଯାଉଛି । ଏହି ଫିଲ୍ମଟି ଦର୍ଶକଙ୍କ ଠାରୁ ବହୁତ ଭଲପାଇବା ପରେ ଏବେ ୱେବ୍ ଷ୍ଟ୍ରିମିଂ ପ୍ଲାଟଫର୍ମରେ ରିଲିଜ୍‌ ହେବାକୁ ଯାଉଛି ।

ଯେଉଁମାନେ ଥିଏଟରରେ ସାହିଦ କପୁର ଏବଂ କ୍ରିତି ସାନନଙ୍କ ଫିଲ୍ମ ‘ତେରି ବାତୋମେଁ ଏସା ଉଲଝା ଜିଆ’ ଦେଖିପାରି ନାହାନ୍ତି । ତେବେ ସେମାନଙ୍କ ପାଇଁ ଏକ ଖୁସି ଖବର ରହିଛି । ୱେବ୍ ଷ୍ଟ୍ରିମିଂ ପ୍ଲାଟଫର୍ମରେ ଆପଣ ଏହି ଫିଲ୍ମ ଦେଖିପାରିବେ । ସାଇନ୍ସ ଫିକ୍ସନ୍ ରୋମାଣ୍ଟିକ୍ କମେଡି ଫିଲ୍ମ ‘ତେରି ବାତୋମେଁ ଏସା ଉଲଝା ଜିଆ’ ଶେଷରେ OTT ପ୍ଲାଟଫର୍ମ ପ୍ରାଇମ ଭିଡିଓରେ ମୁକ୍ତିଲାଭ କରିବାକୁ ଯାଉଛି । ଏନେଇ ସୋସିଆଲ ମିଡିଆରେ ଆମାଜନ ପ୍ରାଇମ ଭିଡିଓ ନିଜେ ଏହି ସୂଚନା ଦେଇଛି ।

ସାହିଦ କପୁର ଏବଂ କ୍ରିତି ସାନନଙ୍କ ଫିଲ୍ମ ‘ତେରି ବାତୋମେଁ ଏସା ଉଲଝା ଜିଆ’ ବକ୍ସ ଅଫିସରେ ବହୁତ ଭଲ ରୋଜଗାର କରିଛି । ଏହା ପରେ ବର୍ତ୍ତମାନ OTT ରେ ମଧ୍ୟ ଧମାକା କରିବାକୁ ଯାଉଛି । ଏହି ଫିଲ୍ମର ଗୀତଗୁଡ଼ିକ ରିଲିଜ୍ ହେବା ମାତ୍ରେ ଏକ ଆଲୋଡ଼ନ ସୃଷ୍ଟି କରିଥିଲା । ତେବେ ୪୫.୮୫ କୋଟି ଟଙ୍କାରେ ନିର୍ମିତ ଏହି ଫିଲ୍ମଟି ବକ୍ସ ଅଫିସରେ ୧୩୩ କୋଟି ଟଙ୍କା କଲେକ୍ସନ୍‌ କରିଛି ।

ଅମିତ ଯୋଶୀ ଏବଂ ଆରାଧନା ସାହାଙ୍କ ନିର୍ଦ୍ଦେଶିତ ଫିଲ୍ମ ‘ତେରି ବାତୋମେଁ ଏସା ଉଲଝା ଜିଆ’ ଫେବୃଆରୀ ୯,୨୦୨୪ ରେ ସିନେମା ହଲ୍‌ରେ ମୁକ୍ତିଲାଭ କରିଥିଲା । ଏହି ଫିଲ୍ମରେ ସାହିଦ କପୁର ଏବଂ କ୍ରିତି ସାନନଙ୍କ ବ୍ୟତୀତ ଭେଟେରାନ ଅଭିନେତା ଧର୍ମେନ୍ଦ୍ର ଏବଂ ଡିମ୍ପଲ କାପାଡିଆ ମଧ୍ୟ ଅଭିନୟ କରିଥିଲେ । ତେବେ ଏହି ଫିଲ୍ମର ଷ୍ଟୋରି ଜଣେ ବୈଜ୍ଞାନିକଙ୍କ ଲଭ୍‌ ଷ୍ଟୋରି ଉପରେ ଆଧାରିତ, ଯିଏ ନିଜ ରୋବଟକୁ ଭଲ ପାଉଛନ୍ତି । ଏହି ଫିଲ୍ମରେ ସାହିଦଙ୍କୁ ଜଣେ ବୈଜ୍ଞାନିକଙ୍କ ଭୂମିକାରେ ଏବଂ କ୍ରିତିଙ୍କୁ ରୋବଟ ଭୂମିକାରେ ଦେଖିବାକୁ ମିଳିବ । ଏହି ଫିଲ୍ମ ମାଧ୍ୟମରେ ସାହିଦ କପୁର ପ୍ରାୟ ୨ ବର୍ଷ ପରେ ବଡ ପରଦାକୁ ଫେରିଛନ୍ତି ।

 

View this post on Instagram

 

A post shared by prime video IN (@primevideoin)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.