ଭଗତ ସିଂଙ୍କ ଫଟୋ ସହିତ କେଜ୍ରିଓ୍ଵାଲଙ୍କ ଫଟୋକୁ ନେଇ ରାଗିଲେ ସହିଦ-ଏ-ଆଜମ୍‌ଙ୍କ ନାତି, ଜାରି କଲେ Video

ଆମ୍ ଆଦମୀ ପାର୍ଟିର ସମସ୍ୟା ଥମିବାର ନାଁ ଧରୁନାହିଁ । ଗୋଟିଏ ପଟେ ଅରବିନ୍ଦ କେଜ୍ରିୱାଲ ଜେଲ୍‌ ଭିତରେ ଥିବାବେଳେ ଅନ୍ୟପଟେ ତାଙ୍କ ଫଟୋ ସହିଦ ଭଗତ ସିଂ ଓ ବିଆର୍‌ ଆମ୍ବେଦକରଙ୍କ ସହିତ ଲଗାଯିବାକୁ ନେଇ ବିବାଦ ଦେଖାଦେଇଛି ।

ଆମ୍ ଆଦମୀ ପାର୍ଟିର ସମସ୍ୟା ଥମିବାର ନାଁ ଧରୁନାହିଁ । ଗୋଟିଏ ପଟେ ଅରବିନ୍ଦ କେଜ୍ରିୱାଲ ଜେଲ୍‌ ଭିତରେ ଥିବାବେଳେ ଅନ୍ୟପଟେ ତାଙ୍କ ଫଟୋ ସହିଦ ଭଗତ ସିଂ ଓ ବିଆର୍‌ ଆମ୍ବେଦକରଙ୍କ ସହିତ ଲଗାଯିବାକୁ ନେଇ ବିବାଦ ଦେଖାଦେଇଛି । ଏହି ମାମଲାରେ ସହିଦ ଭଗତ ସିଂଙ୍କ ନାତି ଯାଦବେନ୍ଦ୍ର ସିଂଙ୍କ ବିବୃତ୍ତି ସାମ୍ନାକୁ ଆସିଛି ।

ଯାଦବେନ୍ଦ୍ର ସିଂ କହିଛନ୍ତି, କୌଣସି ବି ରାଜନେତା ନିଜକୁ ସହିଦ ଭଗତ ସିଂ କିମ୍ବା ବିଆର୍‌ ଆମ୍ବେଦକରଙ୍କ ସହ ତୁଳନା କରିବା ଉଚିତ ନୁହେଁ । ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଫଟୋ ସହିଦ ଭଗତ ସିଂ ଓ ଆମ୍ବେଦକରଙ୍କ ସହିତ ରଖାଯିବାକୁ ନେଇ ଆମ୍ ଆଦମୀ ପାର୍ଟିକୁ ଟାର୍ଗେଟ କରିଛନ୍ତି ଯାଦବେନ୍ଦ୍ର ।

ସେ କହିଛନ୍ତି ଯେ ଆଜି ମୁଁ ସୁନୀତା କେଜ୍ରିୱାଲ ଜୀଙ୍କର ଏକ ଭିଡିଓ ଦେଖିବାକୁ ପାଇଲି, ଯାହାକୁ ଦେଖିବା ପରେ ମୋତେ ବହୁତ ଖରାପ ଏବଂ ଦୁଃଖ ଲାଗିଲା । ଏହି ଭିଡିଓରେ ଅରବିନ୍ଦ କେଜ୍ରିୱାଲଙ୍କ ଫଟୋ ଭଗତ ସିଂ ଓ ଆମ୍ବେଦକରଙ୍କ ଫଟୋ ମଝିରେ ଲଗାଯାଇଥିଲା । ସହିଦ-ଏ-ଆଜମ୍‌ ଭଗତ ସିଂ ଓ ଆମ୍ବେଦକରଙ୍କ ସହ ଅରବିନ୍ଦ କେଜ୍ରିୱାଲଙ୍କୁ ତୁଳନା କରିବାକୁ ଏଠାରେ ଚେଷ୍ଟା କରାଯାଇଥିଲା । ଏହି କଥା ମୋତେ ବହୁତ ଖରାପ ଲାଗିଥିଲା ।

ମୁଁ କହିବାକୁ ଚାହୁଁଛୁ ଯେ ଆମ୍ ଆଦମୀ ପାର୍ଟି ଏପରି କରିବା ଉଚିତ୍ ନୁହେଁ । କୌଣସି ରାଜନେତା ନିଜକୁ ସହିଦ ଭଗତ ସିଂ ଓ ଆମ୍ବେଦକରଙ୍କ ସହ ତୁଳନା କରିବା ଉଚିତ୍ ନୁହେଁ । ଆମେ ସେମାନଙ୍କ ଦ୍ୱାରା ପ୍ରଦର୍ଶିତ ପଥ ଅନୁସରଣ କରିବାକୁ ଚେଷ୍ଟା କରିପାରିବା । ମୋତେ ସମଗ୍ର ଭାରତରୁ ପ୍ରତିକ୍ରିୟା ଆସୁଛି ।

କହି ରଖୁଛୁ, ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ପତ୍ନୀ ସୁନୀତା କେଜ୍ରିୱାଲ ଗୁରୁବାର ଏକ ଭିଡିଓ ବାର୍ତ୍ତା ଜାରି କରିଥିଲେ । ଏଥିରେ ସେ କେଜ୍ରିୱାଲଙ୍କ ବାର୍ତ୍ତା ପଢ଼ି ଶୁଣାଇଥିଲେ । ସୁନୀତାଙ୍କ ଚେୟାର ପଛପାର୍ଶ୍ୱ କାନ୍ଥରେ ସହିଦ ଭଗତ ସିଂ ଓ ବିଆର୍‌ ଆମ୍ବେଦକରଙ୍କ ଫଟୋଚିତ୍ର ମଝିରେ କେଜ୍ରିୱାଲଙ୍କ ଫଟୋଚିତ୍ର ରହିଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.