ଆରବିଆଇର ବଡ଼ ନିଷ୍ପତ୍ତି: ଏବେ ଏଟିଏମରେ ଟଙ୍କା ଜମା କରିବା ପାଇଁ ଆଉ ପଡିବନି ଡେବିଟ୍ କାର୍ଡର ଆବଶ୍ୟକତା

ଆରବିଆଇର ବଡ଼ ନିଷ୍ପତ୍ତି । ଏବେ ଏଟିଏମରେ ଟଙ୍କା ଜମା କରିବା ପାଇଁ ଆଉ ପଡିବ ନାହିଁ ଡେବିଟ୍ କାର୍ଡର ଆବଶ୍ୟକତା । ବର୍ତ୍ତମାନ ଆରବିଆଇ ଆଉ ଏକ ପାଦ ଆଗକୁ ଯାଇ ଏହି ଭଳି ନିଷ୍ପତି ନେଇଛି ।

ମୁମ୍ବାଇ : ଆରବିଆଇର ବଡ଼ ନିଷ୍ପତ୍ତି । ଏବେ ଏଟିଏମରେ ଟଙ୍କା ଜମା କରିବା ପାଇଁ ଆଉ ପଡିବ ନାହିଁ ଡେବିଟ୍ କାର୍ଡର ଆବଶ୍ୟକତା । ବର୍ତ୍ତମାନ ଆରବିଆଇ ଆଉ ଏକ ପାଦ ଆଗକୁ ଯାଇ ଏହି ଭଳି ନିଷ୍ପତି ନେଇଛି । କାର୍ଡଲେସ୍ ଡିପୋଜିଟ୍ ର ସୁବିଧା ଅନେକ ବ୍ୟାଙ୍କ ପ୍ରଦାନ କରୁଥିବା ବେଳେ ୟୁପିଆଇରୁ ଟଙ୍କା ଜମା କରିବାର ସୁବିଧା ଯୋଗାଇ ଦେଇଛି ଆରବିଆଇ ।

ଆଜି ଶୁକ୍ରବାର ରିଜର୍ଭ ବ୍ୟାଙ୍କ ପକ୍ଷରୁ ଘୋଷିତ ମୁଦ୍ରାନୀତି ସମୀକ୍ଷା ଘୋଷଣା ସମୟରେ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ ଏହି ଘୋଷଣା କରିଛନ୍ତି । ଏହା ଦ୍ୱାରା ଲୋକମାନେ ସହଜରେ ଟଙ୍କା ଜମା କରିପାରିବେ ।

କିନ୍ତୁ ଏହା କିପରି କାର୍ଯ୍ୟ କରିବ ସେନେଇ କୌଣସି ସ୍ପଷ୍ଟତା ଦିଆଯାଇନାହିଁ । ପରବର୍ତ୍ତୀ ସମୟରେ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏ ନେଇ ସ୍ପଷ୍ଟ ଗାଇଡଲାଇନ ଜାରି କରାଯିବ । ଏହାପରେ ବ୍ୟାଙ୍କଗୁଡିକ ଏହି ସେବା ଆରମ୍ଭ କରିବେ । ତେବେ ସମ୍ଭବତଃ କ୍ୟୁଆର କୋଡ୍ ବ୍ୟବହାର କରି ଏହି ବ୍ୟବସ୍ଥା କରାଯିବ ।

ତେବେ ସୂଚନା ଥାଉଯେ ଏହାର ଫାଇଦା ବହୁତ ଅଧିକ । କାରଣ ଯଦି ଆପଣ ଏହି ସୁବିଧା ବ୍ୟବହାର କରନ୍ତି ତେବେ ଆପଣଙ୍କୁ ବ୍ୟାଙ୍କର ସମୟକୁ ଅପେକ୍ଷା କରିବାକୁ ପଡିବ ନାହିଁ । ଆପଣ ସବୁବେଳେ ଯାଇ ଟଙ୍କା ଜମା କରିପାରିବେ । କିଛି ଦିନ ତଳେ ୟୁପିଆଇ ସହାୟତାରେ ଟଙ୍କା ଉଠାଇବାର ସୁବିଧା ଆରବିଆଇ ପକ୍ଷରୁ ଯୋଗାଇ ଦିଆଯାଇଥିଲା । କିନ୍ତୁ ଏହି ସେବା ଆରମ୍ଭ ତାରିଖ ଏପର୍ଯ୍ୟନ୍ତ ଘୋଷଣା ଯାଇନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.