ମନୋରଂଜନ

ସମୟ ଥିଲା ଦିନରେ ଥରେ ଖାଇ ବିତାଉଥିଲେ ଜୀବନ, ବର୍ତ୍ତମାନ କୋଟି କୋଟି ଟଙ୍କାର ମାଲିକାଣୀ ଏହି ଅଭିନେତ୍ରୀ

ସାଉଥ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁଙ୍କୁ କିଏ ବା ନଜାଣେ । ଅନେକ ନାମୀ କଳାକାରଙ୍କ ମଧ୍ୟରେ ସେ ନିଜ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସୁନ୍ଦର ଅଭିନୟ ସହ ନିଜ ଷ୍ଟାଇଲସ ଲୁକ ପାଇଁ ଫ୍ୟାନ୍ସମାନେ ତାଙ୍କୁ ଖୁବ ପସନ୍ଦ କରନ୍ତି । ବର୍ତ୍ତମାନ କୋଟି କୋଟି ଟଙ୍କାର ମାଲିକାଣୀ ହେଉଛନ୍ତି ସାମନ୍ଥା। କିନ୍ତୁ ସମୟ ଥିଲା ସେ ଠିକ ଭାବେ ଖାଦ୍ୟ ଖାଇ ପାରୁ ନଥିଲେ । ଦିନରେ ମାତ୍ର ଥରେ ଖାଦ୍ୟ ଖାଇ ରହୁଥିଲେ । ଏକଥା ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ । ସାମନ୍ଥାଙ୍କ ପରି ପ୍ରତିଷ୍ଠିତ ଅଭିନେତ୍ରୀ ଏପରି ପରିସ୍ଥିତିକୁ ସାମ୍ନା କରି ଆଜି ଅଭିନୟ ଜଗତରେ ନିଜର ସ୍ଥାନ ସୃଷ୍ଟି କରିଛନ୍ତି ।

ସାମନ୍ଥା କେବଳ ସାଉଥ ଚଳଚ୍ଚିତ୍ରରେ ନିଜ ନାଁ କରିଛନ୍ତି ତାହା ନୁହେଁ, ସେ ହିନ୍ଦୀ ସିନେମାରେ ମଧ୍ୟ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ସାମନ୍ଥା ମନୋଜ ବାଜପାୟୀଙ୍କ ସହ ୱେବ୍ ସିରିଜ୍‌ ‘ଫ୍ୟାମିଲି ମ୍ୟାନ ୨’ ରେ ନିଜର ଅଭିନୟ ଦ୍ୱାରା ଲୋକଙ୍କ ହୃଦୟ ଜିତିଥିଲେ । ସେହିପରି ପ୍ରୋଫେସନାଲ ଲାଇଫ ସହ ପର୍ସନାଲ ଲାଇଫକୁ ନେଇ ସେ ସର୍ବଦା ଚର୍ଚ୍ଚାରେ ରୁହନ୍ତି । ସାମନ୍ଥା ସାଉଥ ଷ୍ଟାର ନାଗା ଚୈତନ୍ୟଙ୍କୁ ବିବାହ କରିଥିଲେ କିନ୍ତୁ ବିବାହ ଅଧିକ ଦିନ ପର୍ଯ୍ୟନ୍ତ ରହିନଥିଲା ଏବଂ ୨୦୨୧ ମସିହାରେ ଦୁଇଜଣ ବିବାହ ବନ୍ଧନରୁ ଅଲଗା ହୋଇଥିଲେ । ଏହି କାରଣରୁ ଅଭିନେତ୍ରୀ ସାମନ୍ଥା ଅନେକ ଦିନ ଧରି ଚର୍ଚ୍ଚାରେ ରହିଥିଲେ ।

ସାମନ୍ଥା କୋଟି କୋଟି ଟଙ୍କାର ମାଲିକାଣୀ ହୋଇଥିଲେ ମଧ୍ୟ ତାଙ୍କ ଜୀବନରେ ସେ ଅନେକ ଦୁର୍ଦ୍ଦିନ ଦେଖିଛନ୍ତି । ଅନେକ ସଂଘର୍ଷ କରି ସେ ବର୍ତ୍ତମାନ ଏହି ସ୍ଥାନରେ ପହଞ୍ଚିଛନ୍ତି । ଦିନ ଥିଲା ସେ ଆର୍ଥିକ ସମସ୍ୟାରେ ପିଡ଼ିତ ଥିଲେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସାମନ୍ଥା ସାରା ଦିନ ପେଟ ପୁରା ହେଲା ଭଳି ଖାଦ୍ୟ ନଖାଇ ରହୁଥିଲେ । ଅନେକ ଥର ଅଭିନେତ୍ରୀ ନିଜ ସାକ୍ଷାତକାର ଏହି କଥାର ଖୁଲାସା କରିଛନ୍ତି ।

୨୦୧୮ ମସିହାରେ ସାମନ୍ତା ନିଜ ସଂଘର୍ଷର କାହାଣୀକୁ ମନେ ପକାଇ କହିଥିଲେ ଯେ, ଯେତେବେଳେ ସେ ଚାକିରି ଖୋଜୁଥିଲେ ସେତେବେଳେ ସେ ଦିନରେ ମାତ୍ର ଥରେ ଖାଉଥିଲେ । ତାଙ୍କ ଉଚ୍ଚ ଶିକ୍ଷା ପାଇଁ ତାଙ୍କ ବାପା ମା’ଙ୍କ ପାଖରେ ଅଧିକ ଅର୍ଥ ନଥିଲା । କିନ୍ତୁ ସେ କେବେ ହାର ମାନି ନଥିଲେ ଏବଂ କଠିନ ପରିଶ୍ରମ କରି ନିଜ ସ୍ୱପ୍ନକୁ ପୂରା କରିଥିଲେ ।
ତେବେ ସାମନ୍ଥାଙ୍କୁ ଶେଷଥର ‘ୟଶୋଦା’ ଫିଲ୍ମରେ ଦଖାଯାଇଥିଲା । ତେବେ ଖୁବଶୀଘ୍ର ସେ ‘ଖୁସି’ ଫିଲ୍ମରେ ନଜର ଆସିବେ । ଯାହା ଚଳିତ ବର୍ଷ ରିଲିଜ ହେବା ପାଇଁ ପ୍ରସ୍ତୁତ ହେଉଛି । ଏହି ଫିଲ୍ମରେ ସେ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ସହ ନଜର ଆସିବେ ।

 

KNews Bureau

Recent Posts

କଂସା ବାସନର ଉପକାରିତା କହିଲେ ନସରେ: ଠାକୁରଙ୍କ ପାଇଁ ଭୋଗ ବାଢ଼ିବା ହେଉ କି ଜ୍ୱାଇଁ ଚର୍ଚ୍ଚା ସବୁଠି ଦରକାର

ବିନିକା(କେନ୍ୟୁଜ): ଠାକୁରଙ୍କ ପାଇଁ ଭୋଗ ବାଢ଼ିବାକୁ ହେଉ କି ଜ୍ୱାଇଁ ଚର୍ଚ୍ଚା ଅବା ଘରକୁ ଅତିଥି ଆସିଲେ ପାଦ ଧୋଇବା…

2 mins ago

ଆହୁରି ୫ ଦିନ କଲବଲ କରିବ ପ୍ରଚଣ୍ଡ ଗରମ ଓ ଗୁଳୁଗୁଳି, ସତର୍କ କଲା ପାଣିପାଗ ବିଭାଗ

ଭୁବନେଶ୍ୱର (କେନ୍ୟୁଜ): ଜଳୁଛି ପଶ୍ଚିମ ଓଡ଼ିଶା ।  ତିନି ଦିନ ଯାଏ କଲବଲ କରିବ ତାତି ।  ଗ୍ରୀଷ୍ମପ୍ରବାହ ନେଇ…

15 mins ago

ମୋଟାପଣ କମ୍ କରିବା ପାଇଁ ଅତ୍ୟନ୍ତ ଲାଭଦାୟକ ଦଲିଆ, ଜାଣନ୍ତୁ କିପରି କରିବେ ପ୍ରସ୍ତୁତ

ଦଲିଆ ଏକ ହେଲ୍ଦି ଏବଂ ଉତ୍କୃଷ୍ଟ ବ୍ରେକଫାଷ୍ଟ ଏବଂ ଡିନର୍ ଅପ୍ସନ । ବିଶେଷକରି, ଯଦି ଆପଣ ଓଜନ ହ୍ରାସ…

17 mins ago

ଲାଇଭ ମ୍ୟାଚରେ ରୋହିତଙ୍କୁ ଭେଟିବାକୁ ପହଞ୍ଚିଲେ ଫ୍ୟାନ୍‌, ଧରିଲା ଆମେରିକା ପୋଲିସ: ରୋହିତଙ୍କ ରିଆକ୍ସନ ଭାଇରଲ

ଟି୨୦ ବିଶ୍ୱକପ ଆରମ୍ଭ ହେବା ପୂର୍ବରୁ ଭାରତ ଏବଂ ବାଂଲାଦେଶ ମଧ୍ୟରେ ଓ୍ଵାର୍ମଅପ୍‌ ମ୍ୟାଚ ଖେଳାଯାଇଥିଲା । ଏହି ମ୍ୟାଚରେ…

18 mins ago

ସ୍କୁଟିରେ ଯାଉଥିବା ବେଳେ ଅଘଟଣ, ନଡ଼ିଆ ଗଛ ପଡି ୨ ମୃତ, ଜଣେ ଗୁରୁତର

କୋଣାର୍କ (କେନ୍ୟୁଜ): ନଡ଼ିଆ ଗଛ ପଡି ଗଲା ଜୀବନ । ୨ ମୃତ, ଜଣେ ଗୁରୁତର ।  ଗୋପ ସରଡ଼ା…

41 mins ago

ଯୁବକଙ୍କ ଗଳିତ ମୃତଦେହ ଉଦ୍ଧାର, କେହି ହତ୍ୟା କରି ଫିଙ୍ଗି ଦେଇଥିବା ସନ୍ଦେହ

ଭୁବନେଶ୍ୱର (କେନ୍ୟୁଜ): ରାଜଧାନୀରେ ଯୁବକଙ୍କୁ ହତ୍ୟା ।  ଭୁବନେଶ୍ୱର ନାକା ଗେଟ୍ ନିକଟରୁ ଯୁବକଙ୍କ ମୃତଦେହ ଜବତ ହୋଇଛି । …

1 hour ago