ସମୟ ଥିଲା ଦିନରେ ଥରେ ଖାଇ ବିତାଉଥିଲେ ଜୀବନ, ବର୍ତ୍ତମାନ କୋଟି କୋଟି ଟଙ୍କାର ମାଲିକାଣୀ ଏହି ଅଭିନେତ୍ରୀ

ସାମନ୍ଥା କୋଟି କୋଟି ଟଙ୍କାର ମାଲିକାଣୀ ହୋଇଥିଲେ ମଧ୍ୟ ତାଙ୍କ ଜୀବନରେ ସେ ଅନେକ ଦୁର୍ଦ୍ଦିନ ଦେଖିଛନ୍ତି । ଅନେକ ସଂଘର୍ଷ କରି ସେ ବର୍ତ୍ତମାନ ଏହି ସ୍ଥାନରେ ପହଞ୍ଚିଛନ୍ତି । ସାମନ୍ଥା ସାରା ଦିନ ପେଟ ପୁରା ହେଲା ଭଳି ଖାଦ୍ୟ ନଖାଇ ରହୁଥିଲେ । ଅନେକ ଥର ଅଭିନେତ୍ରୀ ନିଜ ସାକ୍ଷାତକାର ଏହି କଥାର ଖୁଲାସା କରିଛନ୍ତି ।

ସାଉଥ ଇଣ୍ଡଷ୍ଟ୍ରିର ସୁପରଷ୍ଟାର ସାମନ୍ଥା ରୁଥ ପ୍ରଭୁଙ୍କୁ କିଏ ବା ନଜାଣେ । ଅନେକ ନାମୀ କଳାକାରଙ୍କ ମଧ୍ୟରେ ସେ ନିଜ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି । ସୁନ୍ଦର ଅଭିନୟ ସହ ନିଜ ଷ୍ଟାଇଲସ ଲୁକ ପାଇଁ ଫ୍ୟାନ୍ସମାନେ ତାଙ୍କୁ ଖୁବ ପସନ୍ଦ କରନ୍ତି । ବର୍ତ୍ତମାନ କୋଟି କୋଟି ଟଙ୍କାର ମାଲିକାଣୀ ହେଉଛନ୍ତି ସାମନ୍ଥା। କିନ୍ତୁ ସମୟ ଥିଲା ସେ ଠିକ ଭାବେ ଖାଦ୍ୟ ଖାଇ ପାରୁ ନଥିଲେ । ଦିନରେ ମାତ୍ର ଥରେ ଖାଦ୍ୟ ଖାଇ ରହୁଥିଲେ । ଏକଥା ଆପଣଙ୍କୁ ହୁଏତ ଆଶ୍ଚର୍ଯ୍ୟ ଲାଗୁଥିବ । ସାମନ୍ଥାଙ୍କ ପରି ପ୍ରତିଷ୍ଠିତ ଅଭିନେତ୍ରୀ ଏପରି ପରିସ୍ଥିତିକୁ ସାମ୍ନା କରି ଆଜି ଅଭିନୟ ଜଗତରେ ନିଜର ସ୍ଥାନ ସୃଷ୍ଟି କରିଛନ୍ତି ।

ସାମନ୍ଥା କେବଳ ସାଉଥ ଚଳଚ୍ଚିତ୍ରରେ ନିଜ ନାଁ କରିଛନ୍ତି ତାହା ନୁହେଁ, ସେ ହିନ୍ଦୀ ସିନେମାରେ ମଧ୍ୟ ଭିନ୍ନ ପରିଚୟ ସୃଷ୍ଟି କରିଛନ୍ତି । ସାମନ୍ଥା ମନୋଜ ବାଜପାୟୀଙ୍କ ସହ ୱେବ୍ ସିରିଜ୍‌ ‘ଫ୍ୟାମିଲି ମ୍ୟାନ ୨’ ରେ ନିଜର ଅଭିନୟ ଦ୍ୱାରା ଲୋକଙ୍କ ହୃଦୟ ଜିତିଥିଲେ । ସେହିପରି ପ୍ରୋଫେସନାଲ ଲାଇଫ ସହ ପର୍ସନାଲ ଲାଇଫକୁ ନେଇ ସେ ସର୍ବଦା ଚର୍ଚ୍ଚାରେ ରୁହନ୍ତି । ସାମନ୍ଥା ସାଉଥ ଷ୍ଟାର ନାଗା ଚୈତନ୍ୟଙ୍କୁ ବିବାହ କରିଥିଲେ କିନ୍ତୁ ବିବାହ ଅଧିକ ଦିନ ପର୍ଯ୍ୟନ୍ତ ରହିନଥିଲା ଏବଂ ୨୦୨୧ ମସିହାରେ ଦୁଇଜଣ ବିବାହ ବନ୍ଧନରୁ ଅଲଗା ହୋଇଥିଲେ । ଏହି କାରଣରୁ ଅଭିନେତ୍ରୀ ସାମନ୍ଥା ଅନେକ ଦିନ ଧରି ଚର୍ଚ୍ଚାରେ ରହିଥିଲେ ।

ସାମନ୍ଥା କୋଟି କୋଟି ଟଙ୍କାର ମାଲିକାଣୀ ହୋଇଥିଲେ ମଧ୍ୟ ତାଙ୍କ ଜୀବନରେ ସେ ଅନେକ ଦୁର୍ଦ୍ଦିନ ଦେଖିଛନ୍ତି । ଅନେକ ସଂଘର୍ଷ କରି ସେ ବର୍ତ୍ତମାନ ଏହି ସ୍ଥାନରେ ପହଞ୍ଚିଛନ୍ତି । ଦିନ ଥିଲା ସେ ଆର୍ଥିକ ସମସ୍ୟାରେ ପିଡ଼ିତ ଥିଲେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ସାମନ୍ଥା ସାରା ଦିନ ପେଟ ପୁରା ହେଲା ଭଳି ଖାଦ୍ୟ ନଖାଇ ରହୁଥିଲେ । ଅନେକ ଥର ଅଭିନେତ୍ରୀ ନିଜ ସାକ୍ଷାତକାର ଏହି କଥାର ଖୁଲାସା କରିଛନ୍ତି ।

୨୦୧୮ ମସିହାରେ ସାମନ୍ତା ନିଜ ସଂଘର୍ଷର କାହାଣୀକୁ ମନେ ପକାଇ କହିଥିଲେ ଯେ, ଯେତେବେଳେ ସେ ଚାକିରି ଖୋଜୁଥିଲେ ସେତେବେଳେ ସେ ଦିନରେ ମାତ୍ର ଥରେ ଖାଉଥିଲେ । ତାଙ୍କ ଉଚ୍ଚ ଶିକ୍ଷା ପାଇଁ ତାଙ୍କ ବାପା ମା’ଙ୍କ ପାଖରେ ଅଧିକ ଅର୍ଥ ନଥିଲା । କିନ୍ତୁ ସେ କେବେ ହାର ମାନି ନଥିଲେ ଏବଂ କଠିନ ପରିଶ୍ରମ କରି ନିଜ ସ୍ୱପ୍ନକୁ ପୂରା କରିଥିଲେ ।
ତେବେ ସାମନ୍ଥାଙ୍କୁ ଶେଷଥର ‘ୟଶୋଦା’ ଫିଲ୍ମରେ ଦଖାଯାଇଥିଲା । ତେବେ ଖୁବଶୀଘ୍ର ସେ ‘ଖୁସି’ ଫିଲ୍ମରେ ନଜର ଆସିବେ । ଯାହା ଚଳିତ ବର୍ଷ ରିଲିଜ ହେବା ପାଇଁ ପ୍ରସ୍ତୁତ ହେଉଛି । ଏହି ଫିଲ୍ମରେ ସେ ଅଭିନେତା ବିଜୟ ଦେବରକୋଣ୍ଡାଙ୍କ ସହ ନଜର ଆସିବେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.