ଏମିତିଆ ପୁଅ ଭଗବାନ୍‌ କାହାକୁ ନ ଦିଅନ୍ତୁ: ସମ୍ପତ୍ତି ପାଇଁ ନିଜ ମାଆକୁ ମାରି ଲହୁଲୁହାଣ କରିଛି ବଡପୁଅ

ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଜଣେ ପୁଅ ସମ୍ପତ୍ତି ପାଇଁ ନିଜ ମାଆକୁ ମାରି ଲହୁଲୁହାଣ କରିଛି। ଏପରି ଘଟଣା ବର୍ତ୍ତମାନ ପାରଳାଖେମୁଣ୍ଡି ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସମ୍ପତ୍ତି ପାଇଁ ପରିଣତ ବୟସରେ ମାଆକୁ ମାଡ ମାରି ରକ୍ତାକ୍ତ କରିଛି ପୁଅ।

ଗଜପତି(କେନ୍ୟୁଜ୍):  ମୋ ପୁଅ କବଳରୁ ମତେ ମୁକ୍ତି ଦିଅନ୍ତୁ । ଏମିତିଆ ପୁଅ ଭଗବାନ୍‌ କାହାକୁ ନ ଦିଅନ୍ତୁ । ନିଜ ବଡପୁଅ ପାଇଁ ଜଣେ ମାଆ ଏଭଳି କହିଛନ୍ତି । ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଜଣେ ପୁଅ ସମ୍ପତ୍ତି ପାଇଁ ନିଜ ମାଆକୁ ମାରି ଲହୁଲୁହାଣ କରିଛି। ଏପରି ଘଟଣା ବର୍ତ୍ତମାନ ପାରଳାଖେମୁଣ୍ଡି ସହରରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି ।

ସମ୍ପତ୍ତି ପାଇଁ ପରିଣତ ବୟସରେ ମାଆକୁ ମାଡ ମାରି ରକ୍ତାକ୍ତ କରିଛି ପୁଅ । ପାଠପଢି ରୋଜଗାର କରିବା ଆରମ୍ଭ କରିବା ପରେ ମାଆକୁ ବାରମ୍ବାର ମାରପିଟ୍‌ କରିବା ଆରମ୍ଭ କରିଥିଲା । ଘଟଣା ନେଇ ମହିଳା ଜଣକ ପୁଅ ନାଁରେ ଏତଲା ଦେଇଛନ୍ତି । ଘଟଣା ଥାନାରେ ପହଞ୍ଚିବା ପରେ ପିଶାଚ ପୁଅ ବିରୋଧରେ ମାମଲା ରୁଜୁ କରି ପୋଲିସ ତଦନ୍ତ ଆରମ୍ଭ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.