କାନାଡା ଓପନ ବ୍ୟାଡମିଣ୍ଟନ ଟୁର୍ଣ୍ଣାମେଣ୍ଟ ଟାଇଟଲ ଜିତିଲେ ଲକ୍ଷ୍ୟ ସେନ, ଚୀନ ଖେଳାଳିଙ୍କୁ ଦେଲେ ମାତ୍‌

କାନାଡା ଓପନ ନିଜ ନାମରେ କରିଛନ୍ତି ଲକ୍ଷ୍ୟ ସେନ । ଚୀନ ଖେଳାଳି ଲି ଶଙ୍ଗ ଫେଙ୍ଗଙ୍କୁ ହରାଇ କାନାଡା ଓପନ ବ୍ୟାଡମିଣ୍ଟନ ୨୦୨୩ ଟାଇଟଲ ଜିତିଛନ୍ତି । ଲକ୍ଷ୍ୟ ଲିଙ୍କୁ ୨୧-୧୮, ୨୨-୨୦ ସେଟରେ ହରାଇଛନ୍ତି ।

ଭାରତର ଉଦୀୟମାନ ଖେଳାଳି ଲକ୍ଷ୍ୟ ସେନ କାନାଡା ଓପନ ସୁପର ୫୦୦ ବ୍ୟାଡମିଣ୍ଟନ ଟର୍ଣ୍ଣାମେଣ୍ଟ ଟାଇଟଲ ହାସଲ କରିଛନ୍ତି । ଚୀନର ଖେଳାଳି ଲି ଶଙ୍ଗ ଫେଙ୍ଗଙ୍କୁ ହରାଇ ଏହି ଟାଇଟଲ ହାସଲ କରିଛନ୍ତି ଲକ୍ଷ୍ୟ । ଲକ୍ଷ୍ୟ ଲିଙ୍କୁ ୨୧-୧୮, ୨୨-୨୦ ସେଟରେ ହରାଇଛନ୍ତି । ବିଶ୍ୱ ର‍୍ୟାଙ୍କିଂରେ ୧୯ ନମ୍ବର ସ୍ଥାନରେ ଥିବା ଲକ୍ଷ୍ୟ ୧୦ ନଂ ସ୍ଥାନରେ ଥିବା ଲିଙ୍କୁ ହରାଇ ଟାଇଟଲ ନିଜ ନାମରେ କରିଛନ୍ତି । ଲକ୍ଷ୍ୟ ଚଳିତବର୍ଷ କୌଣସି ଟୁର୍ଣ୍ଣାମେଣ୍ଟର ଫାଇନାଲରେ ପହଞ୍ଚିଥିଲେ ।

ଏହା ପୂର୍ବରୁ ଲକ୍ଷ୍ୟ ସେମିଫାଇନାଲରେ ଜାପାନର ୧୧ତମ ର‍୍ୟାଙ୍କିଂର ଖେଳାଳିଙ୍କୁ ୨୧-୧୭, ୨୧-୧୪ରେ ହରାଇ ଫାଇନାଲରେ ଏଣ୍ଟ୍ରି କରିଥିଲେ । ଚଳିତବର୍ଷ ଲକ୍ଷ୍ୟଙ୍କ ପ୍ରଥମ ବିଡବ୍ଲ୍ୟୁଏଫ ଫାଇନାଲ ରହିଥିଲା ।

ସିଙ୍ଗଲ୍ସ ମ୍ୟାଚରେ ଜାପାନର ଆକାନେ ୟାମାଗୁଚି ଥାଇଲ୍ୟାଣ୍ଡର ରାଚାନୋକ ଇନାନନକୁ ୨୧-୧୯, ୨୧-୧୬ ରେ ପରାସ୍ତ କରି ଟାଇଟଲ ଜିତିଥିଲେ । ଏହା ସହିତ, ରାଚାନୋକ ଇଣ୍ଟାନନ୍ ବିପକ୍ଷରେ ୟାମାଗୁଚିଙ୍କ ବିଜୟ ରେକର୍ଡ ୧୩-୧୧ ପର୍ଯ୍ୟନ୍ତ ପହଞ୍ଚିଛି । ଏହି ଟୁର୍ଣ୍ଣାମେଣ୍ଟରେ ଅଭିଜ୍ଞ ସଟଲର ପିଭି ସିନ୍ଧୁଙ୍କ ଠାରୁ ଭାରତର ବହୁତ ଆଶା ଥିଲା କିନ୍ତୁ ସେମିଫାଇନାଲରେ ହାରିଯିବା ପରେ ସେ ଟୁର୍ଣ୍ଣାମେଣ୍ଟରୁ ବାଦ ପଡିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.