Categories: ମନୋରଂଜନ

ଏମାନେ ହେଉଛନ୍ତି ବଲିଉଡର ସେହି ‘STUNT WOMAN’, ଯାହାଙ୍କ ଦମରେ ହୋଇଥାଏ ସବୁ ମିସନ୍ ପସିବୁଲ୍

ମୁମ୍ବାଇ: ବର୍ତ୍ତମାନ ବଲିଉଡରେ ଆକ୍ସନ୍ ଫିଲ୍ମର ଜମାନା ଚାଲିଛି । ମହିଳା ମାନେ ଆକ୍ସନ୍ ଫିଲ୍ମରେ ଲିଡ୍ ଭୂମିକାରେ ନଜର ଆସୁଛନ୍ତି । ବଲିଉଡରେ ହିରୋଇନଙ୍କ ଉପରେ ଆକ୍ସନ୍ ଫିଲ୍ମ ତିଆରି କରାଯିବା କୌଣସି ନୂଆ କଥା ନୁହେଁ । କିନ୍ତୁ ୧୯୬୦ ରୁ ୨୦୨୦ ଯାଏ ବଡ ପରଦା ପଛରେ ହିରୋ ଏବଂ ହିରୋଇନ୍ ପାଇଁ ଗୁରୁତ୍ବପୂର୍ଣ୍ଣ ରୋଲ୍ ନିଭାଉଥିବା ସେହି ପରଦା ପଛର ନାୟିକାଙ୍କ କାହାଣୀ ଆମେ ଆପଣଙ୍କୁ ଜଣାଇବାକୁ ଯାଉଛୁ । ୧୯୬୮ର ହିରୋଇନ୍ ଲକ୍ଷ୍ମୀ ସାୟାଙ୍କ ଠାରୁ ଆରମ୍ଭ କରି ବର୍ତ୍ତମାନର ଦୀପିକା ପାର୍ଦୁକୋନଙ୍କ ଫିଲ୍ମ ଛପାକ୍ ପର୍ଯ୍ଯନ୍ତ ଯେଉଁମାନଙ୍କ ଆକ୍ସନ୍ ସିନ୍ ପଛ ପଟର ପ୍ରକୃତ ହିରୋଇନ୍ କିଏ ଆପଣ ଜାଣିଛନ୍ତି କି? ଯଦି ଜାଣିନାହାନ୍ତି ତେବେ ଆସନ୍ତୁ ଜାଣିବା ସେହି ଆକ୍ସନ୍ ୱିମ୍ଯାନ ମାନଙ୍କ ବିଷୟରେ।

ରେଶମା ପଠାନ୍ :

ଖାଲି ବଲିଉଡ୍ ନୁହେଁ ଦେଶର ପ୍ରଥମ ଷ୍ଟଣ୍ଟ ୱିମ୍ଯାନ୍ ହେଉଛନ୍ତି ରେଶମା ପଠାନ୍ । ଯିଏ ୧୪ବର୍ଷ ବୟସରେ ହିଁ ଷ୍ଟଣ୍ଟ କରିବା ଆରମ୍ଭ କରିଥିଲେ । ରେଶମା ଭାରତର ପ୍ରଥମ ଷ୍ଟଣ୍ଟ ୱିମ୍ଯାନ୍ ଯାହାଙ୍କର ଷ୍ଟଣ୍ଟ ଆଟିଷ୍ଟ ଭାବେ ପ୍ରଥମ ଫିଲ୍ମ ଥିଲା ଏକ୍ ଖିଲାଡି ୫୨ପତୀ(Ek Khiladi 52 Patti)। ଏହି ଫିଲ୍ମରେ ସେ ଲକ୍ଷ୍ମୀ ଛାୟାଙ୍କ ଡୁପ୍ଳିକେଟ୍ ରୋଲ୍ ରେ ନଜର ଆସିଥିଲେ । ସୋଲେ ଗର୍ଲ ନାମରେ ପ୍ରଚଳିତ ତଥା ରେଶମାଙ୍କ ଉପରେ ଆଧାରିତ ହୋଇସାରିଥିବା ବାୟୋପିକ୍ ତାଙ୍କ ଜୀବନିକୁ ଲୋକଙ୍କ ନିକଟରେ ଉପସ୍ଥାପନା କରିସାରିଛି । ବଲିଉଡର ପ୍ରଥମ ମହିଳା ଷ୍ଟଣ୍ଟ ୱିମ୍ଯାନ୍ ଆଜି ୬୭ବର୍ଷରେ ମଧ୍ଯ ଷ୍ଟଣ୍ଟ କରିବାକୁ ଟିକେବି ଡରିନଥାନ୍ତି ।

ଆସମା ସେଖ୍:

ଆଜିର ଷ୍ଟଣ୍ଟ ୱିମ୍ଯାନ୍ ମାନେ ମଧ୍ଯ ଷ୍ଟଣ୍ଟ କରିବାକୁ ପଛଘୁଞ୍ଚା ଦେଉନାହାନ୍ତି । ନିକଟରେ ରିଲିଜ୍ ହୋଇଥିବା ଫିଲ୍ମ ଛପାକ୍ ହେଉ କିମ୍ବା କଙ୍ଗନା ରାଣାୱତଙ୍କ ଆକ୍ସନ୍ ଫିଲ୍ମ ମଣିକର୍ଣ୍ଣିକା, ସେ ବାଜିରାଓ ମସ୍ତାନୀର ଖଣ୍ଡା ଯୁଦ୍ଧ ହେଉ ବା ଫିଲୋରୀରେ ଅନୁଷ୍କା ଶର୍ମାଙ୍କ ଭୂତ ଆକ୍ସନ୍ କିମ୍ବା ଉଡତା ପଞ୍ଜାବରେ ଆଲିଆ ଭଟ୍ଟଙ୍କ ଆକ୍ସନ୍ ସବୁଥିରେ ଆସମା ସେଖ୍ ଙ୍କ ରହିଛି ଗୁରୁତ୍ବପୂର୍ଣ୍ଣ ଭୂମୀକା । ତେବେ ଏହି ଷ୍ଟଣ୍ଟ ସମୟରେ ଆସମାଙ୍କର ବହୁଥର ହାତ ଗୋଡ ଫ୍ଯାକଚର ହୋଇଥିଲେ ମଧ୍ଯ ସେ ଏସବୁ କରିଚାଲିଛନ୍ତି ।

ଗୀତା ଟଣ୍ଡନ:

ବହୁତ ସାରା ଆୱାର୍ଡ ନିଜ ନାରେ କରିସାରିଥିବା ଗୀତା ଟଣ୍ଡନ ବହୁ ବର୍ଷ ଧରି ଭିନ୍ନ ଭିନ୍ନ ହିରୋଇନ୍ ମାନଙ୍କ ପାଇଁ ଆକ୍ସନ୍ ସଟ୍ ଦେଇଛନ୍ତି । କରୀନା,ଆଲିଆ,ଦିପିକା,ନେହା ଧୁପିଆ, ଦିବ୍ୟା ବତ୍ତା ଏବଂ ଐଶ୍ବର୍ଯ୍ୟା ରାୟଙ୍କ ପାଇଁ ଗୀତା କାମ କରିସାରିଛନ୍ତି । ଶାହାରୁଖ୍ ଖାନଙ୍କ ଫିଲ୍ମ ଚେନ୍ନାଇ ଏକ୍ସପ୍ରେସ୍ ରେ ଦୀପିକା ରେଡ୍ ସାଢୀ ପିନ୍ଧିଥିବା ସମୟର ସିନ୍ ଗୀତା ହିଁ କରିଥିଲେ । ତେବେ ବଲିଉଡରେ ଆଜି ପର୍ଯ୍ୟନ୍ତ ମହିଳା ପୁରୁଷ ମିଶାଇ ପାଖାପାଖି ଦେଢ ହଜାର ଷ୍ଟଣ୍ଟ ଆଟିଷ୍ଟ କାମ କରୁଛନ୍ତି ।

Sonalisa

Recent Posts

ଆଜିର ରାଶିଫଳ : ଆଜି ଏହି ରାଶିର ଲୋକଙ୍କ ଦାମ୍ପତ୍ୟ ଜୀବନରେ ମଧୁରତା ବଜାୟ ରହିବ

ମେଷ: ଆଜି ପ୍ରତ୍ୟେକ କ୍ଷେତ୍ରରେ ଆପଣଙ୍କୁ ସଫଳତା ମିଳିବ । ଆପଣ କର୍ମକ୍ଷେତ୍ରରେ କୌଣସି ବିତର୍କରୁ ଦୂରେଇ ରହିବା ଉଚିତ୍…

1 hour ago

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

4 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

4 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

4 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

5 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

5 hours ago