Categories: ଟେକ୍

ଲଞ୍ଚ ପୂର୍ବରୁ ଲିକ ହେଲା Samsung Galaxy S20ର ଫିଚର୍ସ, ମିଳିବ ୬୪ ମେଗାପିକ୍ସଲର କ୍ୟାମେରା

କୋରିଆ ସ୍ମାର୍ଟଫୋନ କମ୍ପାନୀ ସାମସଙ୍ଗ Galaxy S20 ସିରିଜ ଲଞ୍ଚ କରିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି କିନ୍ତୁ ଲଂଚିଙ୍ଗ ପୂର୍ବରୁ ହିଁ S20 ସ୍ମାର୍ଟଫୋନର ସ୍ପେସିଫିକେସନ ସୋସିଆଲ ମିଡ଼ିଆ ପ୍ଲାଟଫର୍ମରେ ଲିକ ହେବାରେ ଲାଗି । ଯେଉଁଥିରୁ କ୍ୟାମେରା ଓ ଡ଼ିସପ୍ଲେର ସୂଚନା ମିଳୁଛି । ତେବେ ପୂର୍ବରୁ ମଧ୍ୟ ଏହି ଫୋନର ରିପୋର୍ଟ ଲିକ ହୋଇଥିଲା । ଯଦିଓ ସାମସଙ୍ଗ ବର୍ତ୍ତମାନ ପର୍ଯ୍ୟନ୍ତ ଗ୍ୟାଲେକ୍ସି S20 ବିଷୟରେ ସେପରି କିଛି ଘୋଷଣା କରିନାହିଁ । ତେବେ ଆସନ୍ତୁ ଜାଣିବା ସାମସଙ୍ଗ ଗ୍ୟାଲେକ୍ସି S20ର ଫିଚର୍ସ ବିଷୟରେ ।

Samsung Galaxy S20ର ସ୍ପେସିଫିକେସନ

ସୂଚନା ଅନୁଯାୟୀ କମ୍ପାନୀ ଏହି ଫୋନ୍କୁ 5G କନେକ୍ଟିଭିଟି ସହିତ ବଜାରକୁ ଛାଡ଼ୁଛି । ଫିଚର୍ସ କଥା କହିଲେ କମ୍ପାନୀ ଏହି ଫୋନରେ 6.2 ଇଞ୍ଚର ଫାଇଭହୋଲ AMOLED ଡ଼ିସପ୍ଲେ ଦେଇପାରେ । ଯାହାର ରିଜୋଲ୍ୟୁସନ 3200×1440 ପିକ୍ସଲ ରହିବ । ତାସହିତ ଭଲ ପରଫରମାନ୍ସ ପାଇଁ ଏଥିରେ Exynos 990 ମଧ୍ୟ ଦିଆଯିବ ଏବଂ ଏହି ଫୋନ ଆଣ୍ଡ୍ରଏଡ଼ 10 ଉପରେ କାମ କରିବ ।

Samsung Galaxy S20ର କ୍ୟାମେରା

କମ୍ପାନୀ ଏହି ଫୋନରେ ଟ୍ରିପଲ ରିୟର କ୍ୟାମେରା ସେଟଅପ ଦେବ ଯେଉଁଥିରେ 12 ମେଗାପିକ୍ସେଲର ପ୍ରାଇମେରୀ ସେନ୍ସର, 64 ମେଗାପିକ୍ସଲର ଟେଲିଫଟୋ ଲେସ ଏବଂ 12 ମେଗାପିକ୍ସଲର ୱାଇଡ ଆଙ୍ଗଲ ଲେସ ରହିବ । ଏହାସହିତ ୟୁଜର୍ସ ମାନେ 10 ମେଗାପିକ୍ସଲର କ୍ୟାମେରାରେ ବହୁତ ଭଲ ସେଲ୍ଫି କ୍ଲିକ କରିପାରିବେ ।

Samsung Galaxy S20ର ଅନ୍ୟ ଫିଚର୍ସ

ସାମସଙ୍ଗ ଏହି ଫୋନରେ କନେକ୍ଟିଭିଟି ପାଇଁ ବ୍ଲୁଟୁଥ, ୱାଇଫାଇ, ଜିପିଏସ ଏବଂ ୟୁଏସବି ପୋର୍ଟ ଟାଇପ-ସି ଭଳି ଫିଚର୍ସ ଦେବ । ଏହା ବ୍ୟତୀତ ୟୁଜର୍ସମାନଙ୍କୁ ଏହି ଫୋନରେ 4000mAhର ବ୍ୟାଟେରୀ ମଧ୍ୟ ମିଳିବ । ଯାହା ଫାଷ୍ଟ ଚାରଜିଙ୍ଗ ଫିଚର ସହିତ ରହିଛି ।

KNews Bureau

Recent Posts

ଆଫଗାନିସ୍ତାନର ଐତିହାସିକ ବିଜୟ ପରେ ରାଶିଦ ଖାନଙ୍କୁ ଆସିଲା ସରପ୍ରାଇଜ କଲ୍‌, ଭିଡିଓ ଭାଇରଲ

ଆଇସିସି ଟି୨୦ ବିଶ୍ୱ ସେମିଫାଇନାଲରେ ପ୍ରବେଶ କରି ଇତିହାସ ରିଚିଛି ଆଫଗାନିସ୍ତାନ ଟିମ୍‌ । ଅଷ୍ଟ୍ରେଲିଆକୁ ହରାଇ ଟି୨୦ ବିଶ୍ୱକପରୁ…

3 mins ago

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

32 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

50 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

59 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago