Categories: ମନୋରଂଜନ

ବାହୁବଳୀକୁ ଟକ୍କର ଦେବାକୁ ଆସିଲେ ଆମୀର ଏବଂ ଅମିତାଭ୍, ରିଲିଜ୍ ହେଲା ଠଗ୍ସ ଅଫ୍ ହିନ୍ଦୋସ୍ତାନର ଜବରଦସ୍ତ ଟ୍ରେଲର୍

ଫ୍ଲୋରକୁ ଆସିଲା ବହୁ ପ୍ରତିକ୍ଷୀତ ସିନେମା ଠଗ୍ସ ଅଫ୍ ହିନ୍ଦୋସ୍ତାନର ଟ୍ରେଲର୍ । ଶାନଦାର, ଜବରଦସ୍ତ, ଦମଦାର ଭଳି ଶବ୍ଦ ମଧ୍ୟ କମ୍ ପଡିଯିବ ଏହି ଟ୍ରେଲରେ ସାମ୍ନାରେ । ପ୍ରଥମ ଥର ପାଇଁ ଦର୍ଶକ ଦେଖିବାକୁ ପାଇବେ ଦୁଇ ସୁପରଷ୍ଟାର ଆମୀର ଆଉ ଅମିତାଭଙ୍କ ଯୋଡି । ଉଭୟଙ୍କ ଦମଦାର ଅଭିନୟର ଜଲୱା ଦେଖିବାକୁ ମିଳିଛି ଏହି ଟ୍ରେଲରରେ । ଏହା ସହ ରହିଛି ଦଙ୍ଗଲ ଗର୍ଲ ଫାତିମା ସାନା ଶେଖଙ୍କ ଜବରଦସ୍ତ ଆକ୍ସନ୍ ସିନ୍ ।

ଟେଲରରେ ପୁରା ଫୋକସ୍ ରହିଛି ଆମୀର ଏବଂ ଅମିତାଭଙ୍କ ଉପରେ । ୭୫ ବର୍ଷ ବୟସରେ ବି ବିଗ୍ ବିଙ୍କ ଆକ୍ସନ୍ ବଡ଼ ବଡ଼ ଷ୍ଟାରଙ୍କୁ ଦେବ ମାତ୍ । ଦେଶର ସ୍ବାଧୀନତା ଉପରେ ଆଧରିତ ସିନେମାର କାହାଣୀ । ବେପାର କରିବାକୁ ଆସି ରାଜୁତି କରୁଥିବା ଇଷ୍ଟ ଇଣ୍ଡିଆ କମ୍ପାନୀ କବଳରୁ ସ୍ବାଧୀନ କରିବା ପାଇଁ ଲଢୁଛନ୍ତି ଆମୀର ଏବଂ ଅମିତାଭ୍ । ୮ ନଭେମ୍ବରରେ ରିଲିଜ୍ ହେବାକୁ ଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ବିଜୟ ଆଚାର୍ଯ୍ଯ ।

ତେବେ ଟ୍ରେଲରର ଦେଖି ଲାଗୁଛି ବାହୁବଳୀକୁ ଜୋରଦାର ଟକ୍କର ଦେବ ଠଗ୍ସ ଅଫ୍ ହିନ୍ଦୋସ୍ତାନ । ସିନେମାର ଗ୍ରାଫିକ୍ସ ମଧ୍ୟ ହଲିଉଡ୍ ପରି । ତେବେ ଏହି ସିନେମାରେ ଯେଉଁ କଷ୍ଟୁମ୍ ପିନ୍ଧିଛନ୍ତି ଅମିତାଭ୍ ତାହାର ଓଜନ ହେଉଛି ୩୦ କିଲେ । ଏତେ ଓଜନର ପୋଷାକ ପିନ୍ଧି ଅସୁସ୍ଥ ହୋଇପଡିଥିଲେ ବିଗ୍ ବି । ଏପରିକି ଓଜନ ସହି ନପାରି ଶରୀରର କିଛି ଅଙ୍ଗ ମଧ୍ୟ ଭାଙ୍ଗିଯାଇଥିବା କହିଛନ୍ତି ବଲିଉଡ ଶେହେନ୍ସା ।

ଦେଖନ୍ତୁ ଟ୍ରେଲର୍

KNews Bureau

Recent Posts

ତାଣ୍ଡବ ରଚିଲା କାଳବୈଶାଖୀ, ୮ ଗାଈ ମୃତ

କନ୍ଧମାଳ (କେନ୍ୟୁଜ୍‌): କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅନ୍ତର୍ଗତ ଇନ୍ଦ୍ରଗଡ ଗ୍ରାମରେ କାଳ ବୈଶାଖୀ ପ୍ରଭାବରେ ପ୍ରବଳ ବର୍ଷା ପବନ…

3 hours ago

ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ

ବାଲେଶ୍ବର (କେନ୍ୟୁଜ୍‌): ବାଲେଶ୍ବର ଗୋଷ୍ଠୀ ଉତ୍ତେଜନା ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀଙ୍କ ହସ୍ତକ୍ଷେପ । ପରିସ୍ଥିତିକୁ ନିୟନ୍ତ୍ରଣ ପାଇଁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି…

3 hours ago

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

3 hours ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

3 hours ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

4 hours ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

4 hours ago