ବାହୁବଳୀକୁ ଟକ୍କର ଦେବାକୁ ଆସିଲେ ଆମୀର ଏବଂ ଅମିତାଭ୍, ରିଲିଜ୍ ହେଲା ଠଗ୍ସ ଅଫ୍ ହିନ୍ଦୋସ୍ତାନର ଜବରଦସ୍ତ ଟ୍ରେଲର୍

ଫ୍ଲୋରକୁ ଆସିଲା ବହୁ ପ୍ରତିକ୍ଷୀତ ସିନେମା ଠଗ୍ସ ଅଫ୍ ହିନ୍ଦୋସ୍ତାନର ଟ୍ରେଲର୍ । ଶାନଦାର, ଜବରଦସ୍ତ, ଦମଦାର ଭଳି ଶବ୍ଦ ମଧ୍ୟ କମ୍ ପଡିଯିବ ଏହି ଟ୍ରେଲରେ ସାମ୍ନାରେ । ପ୍ରଥମ ଥର ପାଇଁ ଦର୍ଶକ ଦେଖିବାକୁ ପାଇବେ ଦୁଇ ସୁପରଷ୍ଟାର ଆମୀର ଆଉ ଅମିତାଭଙ୍କ ଯୋଡି । ଉଭୟଙ୍କ ଦମଦାର ଅଭିନୟର ଜଲୱା ଦେଖିବାକୁ ମିଳିଛି ଏହି ଟ୍ରେଲରରେ । ଏହା ସହ ରହିଛି ଦଙ୍ଗଲ ଗର୍ଲ ଫାତିମା ସାନା ଶେଖଙ୍କ ଜବରଦସ୍ତ ଆକ୍ସନ୍ ସିନ୍ ।

amitabhଟେଲରରେ ପୁରା ଫୋକସ୍ ରହିଛି ଆମୀର ଏବଂ ଅମିତାଭଙ୍କ ଉପରେ । ୭୫ ବର୍ଷ ବୟସରେ ବି ବିଗ୍ ବିଙ୍କ ଆକ୍ସନ୍ ବଡ଼ ବଡ଼ ଷ୍ଟାରଙ୍କୁ ଦେବ ମାତ୍ । ଦେଶର ସ୍ବାଧୀନତା ଉପରେ ଆଧରିତ ସିନେମାର କାହାଣୀ । ବେପାର କରିବାକୁ ଆସି ରାଜୁତି କରୁଥିବା ଇଷ୍ଟ ଇଣ୍ଡିଆ କମ୍ପାନୀ କବଳରୁ ସ୍ବାଧୀନ କରିବା ପାଇଁ ଲଢୁଛନ୍ତି ଆମୀର ଏବଂ ଅମିତାଭ୍ । ୮ ନଭେମ୍ବରରେ ରିଲିଜ୍ ହେବାକୁ ଥିବା ଏହି ସିନେମାର ନିର୍ଦ୍ଦେଶନା ଦେଇଛନ୍ତି ବିଜୟ ଆଚାର୍ଯ୍ଯ ।

ତେବେ ଟ୍ରେଲରର ଦେଖି ଲାଗୁଛି ବାହୁବଳୀକୁ ଜୋରଦାର ଟକ୍କର ଦେବ ଠଗ୍ସ ଅଫ୍ ହିନ୍ଦୋସ୍ତାନ । ସିନେମାର ଗ୍ରାଫିକ୍ସ ମଧ୍ୟ ହଲିଉଡ୍ ପରି । ତେବେ ଏହି ସିନେମାରେ ଯେଉଁ କଷ୍ଟୁମ୍ ପିନ୍ଧିଛନ୍ତି ଅମିତାଭ୍ ତାହାର ଓଜନ ହେଉଛି ୩୦ କିଲେ । ଏତେ ଓଜନର ପୋଷାକ ପିନ୍ଧି ଅସୁସ୍ଥ ହୋଇପଡିଥିଲେ ବିଗ୍ ବି । ଏପରିକି ଓଜନ ସହି ନପାରି ଶରୀରର କିଛି ଅଙ୍ଗ ମଧ୍ୟ ଭାଙ୍ଗିଯାଇଥିବା କହିଛନ୍ତି ବଲିଉଡ ଶେହେନ୍ସା ।

ଦେଖନ୍ତୁ ଟ୍ରେଲର୍

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.