ଭଉଣୀକୁ ରକ୍ଷା କରିବାକୁ ଯାଇ ନଦୀରେ ଭାସିଗଲା ଭାଇ

ଯାଜପୁର(କେନ୍ଯୁଜ୍) : ଭଉଣୀର ଜୀବନକୁ ରକ୍ଷା କରିବାକୁ ଯାଇ ନଦୀରେ ଭାସିଗଲା ଭାଇ । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ ଯଜ୍ଞପଡିଆ ନିକଟରେ । ନିଖୋଜ ଯୁବକ ହେଲେ କପାସି ଗାଁ ହେମନ୍ତ ଜେନା । ହେମନ୍ତଙ୍କ ଭଉଣୀ ଛବି ର ସାମାନ୍ୟ ମାନସିକ ବିକୃତି ଥିଲା । ବିଭିନ୍ନ ସମୟରେ ତାର ଦେହରେ କୌଣସି ପ୍ରେତାତ୍ମା ଆସୁଥିବା ପରିବାର ଲୋକେ ସନ୍ଦେହ କରୁଥିଲେ । ଯଜ୍ଞପଡିଆ ନିକଟରେ ପଡିଥିବା ଯାଦୁଗର ପାଖକୁ ଭଉଣୀ ର ଚିକିତ୍ସା ପାଇଁ ହେମନ୍ତ ଗତକାଲି ନେଇକରି ଯାଉଥିଲେ । ବାଟରେ ଭଉଣୀ ହଠାତ୍ ଦୌଡି ପଳାଇ ଯାଇ ଖରସ୍ରୋତା ନଦୀ ଭିତରକୁ ପଶିଯାଇଥିଲେ ।

girl ହେମନ୍ତ ଭଉଣୀକୁ ରକ୍ଷା କରିବାକୁ ଯାଇ ନିଜେ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ । ଦମକଳ ବିଭାଗର ଧର୍ମଘଟ ଯୋଗୁଁ ଉଦ୍ଧାର କାର୍ଯ୍ୟ ହୋଇପାରିନଥିଲା । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଉତେଜନା ପ୍ରକାଶ ପାଇଥିଲା । ଅଦ୍ୟାବଧି ହେମନ୍ତଙ୍କ କୌଣସି ପତା ମିଳିପାରିନାହିଁ । ଆଜି ସକାଳୁ ଓଡ୍ରାଫ ଟିମ ସହାୟତା ରେ ଖୋଜାଖୋଜି ଚାଲିଛି । ସ୍ଥାନୀୟ ପୋଲିସ ମଧ୍ୟ ଏହି ଘଟଣା ରେ ତଦନ୍ତ ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.