Categories: ମନୋରଂଜନ

ଆଜି ୫୪ବର୍ଷରେ ପଦାର୍ପଣ କଲେ ଆମିର ଖାନ୍ , ଜାଣନ୍ତୁ ତାଙ୍କ ଲାଇଫଷ୍ଟାଇଲ୍

ବଲିଉଡ୍ ର ମିଷ୍ଟର ପରଫେକ୍ସନିଷ୍ଟ କୁହାଯାଉଥିବା ଆମିର ଖାନ୍ ଆଜି ୫୪ବର୍ଷରେ ପଦାର୍ପଣ କରିଛନ୍ତି । ଆମିରଙ୍କ ଜନ୍ମ ୧୪ ମାର୍ଚ୍ଚ ୧୯୬୫ ମସିହାରେ ମୁମ୍ବାଇରେ ହୋଇଥିଲା । ଆମିର ବଲିଉଡର ସବୁଠାରୁ ଧନୀ ଷ୍ଟାରଙ୍କ ମଧ୍ୟରୁ ଜଣେ ଅଟନ୍ତି । ଆମିର ଖାନ୍ ବର୍ତ୍ତମାନ ନିଜ ଫିଲ୍ମ ପାଇଁ ବେତନ ନେଉନଥିବାବେଳେ ସିଧା ଫିଲ୍ମର ପ୍ରଫିଟ୍ ଅନୁସାରେ ସେୟାରିଂ ନିଉଛନ୍ତି । ଏକ ୱେବସାଇଟ୍ ମୁତାବକ ତାଙ୍କ ସମ୍ପତ୍ତିର ମୂଲ୍ୟ ପାଖାପାଖି ୧୨୬୦ କୋଟି ଟଙ୍କା ଅଟେ । ଏହାଛଡା ତାଙ୍କର ବାର୍ଷିକ ଇନକମ୍ ପାଖାପାଖି ୧୪୭ କୋଟି ଟଙ୍କା ।

ଆସନ୍ତୁ ଜାଣିବା ଆମିର ଖାନଙ୍କ ଲାଇଫଷ୍ଟାଇଲ୍ ବିଷୟରେ :

ଆମିର ମହଙ୍ଗା ଗାଡିର ବହୁତ ସୌଖିନ୍ ଅଟନ୍ତି । ତାଙ୍କ ପାଖରେ ବିମଡବ୍ଳୁ ୭ ସିରିଜ୍ ଜାହାର ମୂଲ୍ୟ ୧.୨କୋଟି, ଏହା ବ୍ୟତିତ ୧.୭୪ କୋଟିର ରେଂଜ୍ ରୋବର,ବେଂଟଲେ କଣ୍ଟିନେଣ୍ଟାଲ ଫ୍ଳାଇଙ୍ଗ୍ ସ୍ପାର୍ ଯାହାର ମୂଲ୍ୟ ୩.୧୦ କୋଟି, ୪.୬କୋଟିର ବୁଲେଟ ପ୍ରୁଫ୍ ରୋଲସ୍ ରୟାଲ କୋପ୍ । ଏସବୁ ଛଡା ଆମିରଙ୍କ ପାଖରେ ମରସିଡିସ୍-ବେଞ୍ଜ S600 ଗାର୍ଡ ରହିଛି ଯାହାର ମୂଲ୍ୟ ୧୦.୫୦ କୋଟି । ସବୁ କାରର ମୂଲ୍ୟକୁ ମିଶାଇଦେଲେ ଆମିରଙ୍କ ପାଖରେ ପ୍ରାୟ ୨୧ କୋଟି ଟଙ୍କାର କାର ରହିଛି ।

ଆମିର ଖାନ୍ ମଧ୍ୟ ଅନ୍ୟ ଷ୍ଟାର ମାନଙ୍କ ଭଳି ବହୁ ମହଙ୍ଗା ବଙ୍ଗଳାରେ ରୁହନ୍ତି । ତାଙ୍କ ପାଖରେ ପଞ୍ଚଗନୀରେ ପାଖାପାଖି ୧୫କୋଟି ଟଙ୍କାର ବଙ୍ଗଳା ଅଛି । ଏହି ବଙ୍ଗଳା ୨ଏକର ଯାଗାରେ ନିର୍ମିତ ହୋଇଛି । ଏହା ବ୍ୟତିତ ୟୁପିର ହରଦୋଇ ଠାରୁ କୂରରେ ସାହାବାଦ କବ୍ସରେ ତାଙ୍କ ଗାଁରେ କ୍ଷେତ ଏବଂ ବଗିଚା ମିଶି ପାଖାପାଖି ୧୨୫ ଏକର ଜମି ଅଛି ।

ଏହା କୁହାଯାଏ କି ତାଙ୍କ ଗାଁରେ ଥିବା ଘରେ ୨୨ଟି ରୁମ୍ ରହିଛି । ଏହାବ୍ୟତିତ ଆମିରଙ୍କ ଘରେ ଥିବା ଫର୍ଣ୍ଣିଚରର ମୂଲ୍ୟ ୨କୋଟି ଟଙ୍କା ହେବ । ଆମିରଙ୍କ ଆମେରିକାରେ ମଧ୍ୟ ୱେବର୍ଲି ହିଲ୍ସରେ ୭୫କୋଟିର ବଙ୍ଗଳା ରହିଛି । ଆମିର ଖାନଙ୍କ ମୁମ୍ବାଇର ଫ୍ରିଡା ଆପାର୍ଟମେଣ୍ଟରେ ୬୫ କୋଟିର ଘର ମଧ୍ୟ ଅଛି । ଏହାବ୍ୟତିତ ଆମିରଙ୍କ ପାଖରେ ବହୁ ଲଗଜରୀ ଜିନିଷ ରହିଛି । ୨୦୧୮ ମସିହାରେ ଆମିର ଖାନଙ୍କ ସହିତ ଏକ ମୋବାଇଲ କମ୍ପାନୀ ଡିଲ୍ କରିଥିଲା ଯାହା ମୁତାବକ ଏକ ବର୍ଷ ପାଇଁ ତାଙ୍କୁ ୧୫ କୋଟି ଟଙ୍କା ଦିଆଯାଇଥିଲା ।

Sonalisa

Recent Posts

ନେତାଜୀ ସଂଗ୍ରହାଳୟ ପରିଦର୍ଶନ କଲେ ମୁଖ୍ୟମନ୍ତ୍ରୀ

କଟକ(କେନ୍ୟୁଜ୍‌): ଦାୟିତ୍ବ ନେବା ପରେ ଆଜି ପ୍ରଥମ ଥର କଟକ ଗସ୍ତ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝୀ । କଟକ…

14 seconds ago

ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି, ବିନ୍ଦୁସାଗରରେ ତିଳତର୍ପଣ କଲେ ପୂର୍ବତନ କର୍ମଚାରୀ

ଭୁବନେଶ୍ୱର : ଭାରତୀୟ ଗଣମାଧ୍ୟମର ଅତି ପରିଚିତ ବ୍ୟକ୍ତିତ୍ୱ ତଥା ରାମୋଜୀ ଗ୍ରୁପର ଅଧ୍ୟକ୍ଷ ରାମୋଜୀ ରାଓଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି…

15 mins ago

ଆସନ୍ତା ୩ ଦିନ ପ୍ରଚଣ୍ଡ ଗୁଳୁଗୁଳି, ଚେତାବନୀ ଜାରି କଲା ପାଣିପାଗ କେନ୍ଦ୍ର

ଭୁବନେଶ୍ୱର(କେନ୍ୟୁଜ୍‌): ଗରମ, ଗୁଳୁଗୁଳିରେ ଅସ୍ତବ୍ୟସ୍ତ ଜନଜୀବନ। ଆହୁରି ତିନି ଦିନ ଯାଏ ଏଥିରୁ ମିଳିବନି ଆଶ୍ବସ୍ତି । ଆସନ୍ତା ତିନିଦିନ…

27 mins ago

ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ବାଲେଶ୍ବରରେ ୧୪୪ ଧାରା ଜାରି

ବାଲେଶ୍ବର(କେନ୍ୟୁଜ୍‌): ବାଲେଶ୍ବରରେ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ୧୪୪ ଧାରା ଜାରି। କୌଣସି ଏକ କାରଣରୁ ଭୁଜାଖିଆ ପୀର…

38 mins ago

ଡାକ୍ତରଖାନାରେ ଶିଶୁକୁ ଚୋରି କରି ନେବା ବେଳେ ଧରିଲେ ଡାକ୍ତରଖାନାର ସୁରକ୍ଷାକର୍ମୀ

ସୁବର୍ଣ୍ଣପୁର(କେନ୍ୟୁଜ୍‌) : ପୁଣି ସାମ୍ନାକୁ ଆସିଲା ପିଲାଚୋରି ଅଭିଯୋଗ । ପୂର୍ବରୁ ଏପରି ଘଟଣା ଅନେକ ଥର ଆମ ସାମ୍ନାକୁ…

1 hour ago

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

2 hours ago