Below header

ଆଜି ୫୪ବର୍ଷରେ ପଦାର୍ପଣ କଲେ ଆମିର ଖାନ୍ , ଜାଣନ୍ତୁ ତାଙ୍କ ଲାଇଫଷ୍ଟାଇଲ୍

ବଲିଉଡ୍ ର ମିଷ୍ଟର ପରଫେକ୍ସନିଷ୍ଟ କୁହାଯାଉଥିବା ଆମିର ଖାନ୍ ଆଜି ୫୪ବର୍ଷରେ ପଦାର୍ପଣ କରିଛନ୍ତି । ଆମିରଙ୍କ ଜନ୍ମ ୧୪ ମାର୍ଚ୍ଚ ୧୯୬୫ ମସିହାରେ ମୁମ୍ବାଇରେ ହୋଇଥିଲା । ଆମିର ବଲିଉଡର ସବୁଠାରୁ ଧନୀ ଷ୍ଟାରଙ୍କ ମଧ୍ୟରୁ ଜଣେ ଅଟନ୍ତି । ଆମିର ଖାନ୍ ବର୍ତ୍ତମାନ ନିଜ ଫିଲ୍ମ ପାଇଁ ବେତନ ନେଉନଥିବାବେଳେ ସିଧା ଫିଲ୍ମର ପ୍ରଫିଟ୍ ଅନୁସାରେ ସେୟାରିଂ ନିଉଛନ୍ତି । ଏକ ୱେବସାଇଟ୍ ମୁତାବକ ତାଙ୍କ ସମ୍ପତ୍ତିର ମୂଲ୍ୟ ପାଖାପାଖି ୧୨୬୦ କୋଟି ଟଙ୍କା ଅଟେ । ଏହାଛଡା ତାଙ୍କର ବାର୍ଷିକ ଇନକମ୍ ପାଖାପାଖି ୧୪୭ କୋଟି ଟଙ୍କା ।

AAMIR1ଆସନ୍ତୁ ଜାଣିବା ଆମିର ଖାନଙ୍କ ଲାଇଫଷ୍ଟାଇଲ୍ ବିଷୟରେ :

ଆମିର ମହଙ୍ଗା ଗାଡିର ବହୁତ ସୌଖିନ୍ ଅଟନ୍ତି । ତାଙ୍କ ପାଖରେ ବିମଡବ୍ଳୁ ୭ ସିରିଜ୍ ଜାହାର ମୂଲ୍ୟ ୧.୨କୋଟି, ଏହା ବ୍ୟତିତ ୧.୭୪ କୋଟିର ରେଂଜ୍ ରୋବର,ବେଂଟଲେ କଣ୍ଟିନେଣ୍ଟାଲ ଫ୍ଳାଇଙ୍ଗ୍ ସ୍ପାର୍ ଯାହାର ମୂଲ୍ୟ ୩.୧୦ କୋଟି, ୪.୬କୋଟିର ବୁଲେଟ ପ୍ରୁଫ୍ ରୋଲସ୍ ରୟାଲ କୋପ୍ । ଏସବୁ ଛଡା ଆମିରଙ୍କ ପାଖରେ ମରସିଡିସ୍-ବେଞ୍ଜ S600 ଗାର୍ଡ ରହିଛି ଯାହାର ମୂଲ୍ୟ ୧୦.୫୦ କୋଟି । ସବୁ କାରର ମୂଲ୍ୟକୁ ମିଶାଇଦେଲେ ଆମିରଙ୍କ ପାଖରେ ପ୍ରାୟ ୨୧ କୋଟି ଟଙ୍କାର କାର ରହିଛି ।

AAMIR KHAN2ଆମିର ଖାନ୍ ମଧ୍ୟ ଅନ୍ୟ ଷ୍ଟାର ମାନଙ୍କ ଭଳି ବହୁ ମହଙ୍ଗା ବଙ୍ଗଳାରେ ରୁହନ୍ତି । ତାଙ୍କ ପାଖରେ ପଞ୍ଚଗନୀରେ ପାଖାପାଖି ୧୫କୋଟି ଟଙ୍କାର ବଙ୍ଗଳା ଅଛି । ଏହି ବଙ୍ଗଳା ୨ଏକର ଯାଗାରେ ନିର୍ମିତ ହୋଇଛି । ଏହା ବ୍ୟତିତ ୟୁପିର ହରଦୋଇ ଠାରୁ କୂରରେ ସାହାବାଦ କବ୍ସରେ ତାଙ୍କ ଗାଁରେ କ୍ଷେତ ଏବଂ ବଗିଚା ମିଶି ପାଖାପାଖି ୧୨୫ ଏକର ଜମି ଅଛି ।

Aamir-Khan STARଏହା କୁହାଯାଏ କି ତାଙ୍କ ଗାଁରେ ଥିବା ଘରେ ୨୨ଟି ରୁମ୍ ରହିଛି । ଏହାବ୍ୟତିତ ଆମିରଙ୍କ ଘରେ ଥିବା ଫର୍ଣ୍ଣିଚରର ମୂଲ୍ୟ ୨କୋଟି ଟଙ୍କା ହେବ । ଆମିରଙ୍କ ଆମେରିକାରେ ମଧ୍ୟ ୱେବର୍ଲି ହିଲ୍ସରେ ୭୫କୋଟିର ବଙ୍ଗଳା ରହିଛି । ଆମିର ଖାନଙ୍କ ମୁମ୍ବାଇର ଫ୍ରିଡା ଆପାର୍ଟମେଣ୍ଟରେ ୬୫ କୋଟିର ଘର ମଧ୍ୟ ଅଛି । ଏହାବ୍ୟତିତ ଆମିରଙ୍କ ପାଖରେ ବହୁ ଲଗଜରୀ ଜିନିଷ ରହିଛି । ୨୦୧୮ ମସିହାରେ ଆମିର ଖାନଙ୍କ ସହିତ ଏକ ମୋବାଇଲ କମ୍ପାନୀ ଡିଲ୍ କରିଥିଲା ଯାହା ମୁତାବକ ଏକ ବର୍ଷ ପାଇଁ ତାଙ୍କୁ ୧୫ କୋଟି ଟଙ୍କା ଦିଆଯାଇଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.