ଭୁବନେଶ୍ବର : ଓଏଲଏକ୍ସ ନାଁରେ ଠକେଇ ଅଭିଯୋଗ, ମଞ୍ଚେଶ୍ୱର ଥାନାରେ ମାମଲା

ଭୁବନେଶ୍ବର (କେନ୍ୟୁଜ୍) : ଓଏଲଏକ୍ସ ଠକେଇ। ବୁଲେଟ ଫଟୋ ଦେଖାଇ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗ। ସେକ ଅବଦୁଲ ରଜାକ ନାମକ ଜଣେ ଜେସିବି ଡ୍ରାଇଭର ଏହି ଠକାମିର ଶିକାର ହୋଇଛନ୍ତି। ଅଭିଯୋଗ ମୁତାବକ ତାଙ୍କ ମୋବାଇଲକୁ ଏକ ମେସେଜ ଆସିଥିଲା ଜଣେ ଯୁବକ ଓଏଲଏକ୍ସ ରେ ତାଙ୍କ ୫୦୦ ସିସି ବୁଲେଟକୁ ବିକ୍ରୀ କରିବାକୁ ଚାହୁଁଛନ୍ତି। ଏହାପରେ ଅବଦୁଲ ତାଙ୍କ ସହିତ ଫୋନରେ କଥା ହୋଇଥିଲେ।

ଏହାପରେ ବୁଲେଟ ମାଲିକ ତାଙ୍କୁ ଗାଡି କାଗଜ ପତ୍ର କରିବା ପାଇଁ ଟଙ୍କା ଆକାଉଣ୍ଟକୁ ପଠାଇବାକୁ କହିଥିଲେ। ଏହାପରେ ସେ ତାଙ୍କ ଆକାଉଣ୍ଟକୁ ଲକ୍ଷେ ରୁ ଅଧିକ ଟଙ୍କା ପଠାଇଥିଲେ। ଟଙ୍କା ପାଇବା ପରେ ବର୍ତ୍ତମାନ ଫୋନ ବନ୍ଦ ଆସୁଥିବାର କହିଛନ୍ତି ଅବଦୁଲ। ସେ ଏ ନେଇ ମଞ୍ଚେଶ୍ବର ଥାନାରେ ଅଭିଯୋଗ କରିଛନ୍ତି।

olx

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.