ପରୀକ୍ଷା ନିରୀକ୍ଷା ହେଲା କାଳ, ଅଷ୍ଟ୍ରେଲିଆ ବିଜୟର ହକ୍‌ଦାର ଥିଲା : କୋହଲି

ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ସହ ଦିନିକିଆ ସିରିଜ୍‌ରେ କିଛି ପରୀକ୍ଷା ନିରୀକ୍ଷା ଦଳର ପରାଜୟର କାରଣ । ଏକଥା ମାନିଛନ୍ତି ଅଧିନାୟକ ବିରାଟ କୋହଲି । ତେବେ ସେ ସଫେଇ ଦେଇଛନ୍ତି ଯେ ଆଗାମୀ ବିଶ୍ୱକପ୍‌କୁ ନଜରରେ ରଖି ଆମେ ଖେଳାଳିମାନଙ୍କୁ ସୁଯୋଗ ଦେଇଥିଲୁ । ତେଣୁ ସମନ୍ଵୟ ଠିକ୍‌ ନରହିବାରୁ ଅଷ୍ଟ୍ରେଲିଆ ନିକଟରୁ ଦଳ ଶେଷ ୩ଟି ମ୍ୟାଚ୍‌ରେ ହାରିଗଲା । ଅବଶ୍ୟ ଅଷ୍ଟ୍ରେଲିଆ ବହୁତ ଭଲ ଖେଳିଲା ଓ ଜିତିବାକୁ ହକଦାର ଥିଲା ବୋଲି ବିରାଟ କହିଛନ୍ତି । ଅବଶ୍ୟ ଏସବୁ କାରଣ ଦେଖାଇ ଦୋଷ ଘୋଡ଼ାଇବା ମତଲବରେ ନାହାନ୍ତି ବୋଲି ମଧ୍ୟ କହିଛନ୍ତି ।
ଅବଶ୍ୟ ଦିନିକିଆ ସିରିଜ୍‌ ପରାଜୟରେ ଅଧିକ ବିବ୍ରତ ହେବାର କିଛି ନାହିଁ ବୋଲି ମଧ୍ୟ ସେ କହିଛନ୍ତି । ତେବେ ବିଶ୍ୱକପ୍‌ ପାଇଁ ଭାରତୀୟ ଦଳ ଚୂଡ଼ାନ୍ତ ହୋଇ ସାରିଛି । ଏବେ କେବଳ ଖେଳାଳିମାନଙ୍କୁ ତାଙ୍କର ପୋଜିସନ୍‌ ଓ ଦାୟିତ୍ୱ କୁହାଯିବା ବାକି ଅଛି । କୋହଲି ଆହୁରି କହିଛନ୍ତି ଯେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଫେରିଲେ ଦଳର ବାଲାନ୍ସ ଠିକ୍‌ ହୋଇଯିବ । ଉଭୟ ବ୍ୟାଟିଂ ଓ ବୋଲିଂ ବିଭାଗରେ ଥିବା ସମସ୍ୟା ଦୂର ହୋଇଯିବ । ତଥାପି ବାକି ଥିବା ଆଉ ଗୋଟିଏ ସ୍ଥାନ ପାଇଁ ଆଲୋଚନା କରାଯିବ ବୋଲି କୋହଲି କହିଛନ୍ତି । ଅଷ୍ଟ୍ରେଲିଆ ସିରିଜ୍‌ରେ କରିଥିବା ତ୍ରୁଟିରୁ ଖେଳାଳିମାନେ ଶିଖିବା ଉଚିତ ଏବଂ ବିଶ୍ୱ କପ୍‌ ବେଳକୁ ତାଙ୍କ ଦଳ ପୁଣି ପୂର୍ବ ଆତ୍ମବିଶ୍ୱାସ ନେଇ ପ୍ରସ୍ତୁତ ହୋଇଯିବ ବୋଲି କୋହଲି କହିଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.