ମନୋରଂଜନ

ଆଉ ନାହାନ୍ତି ଅନୁପମା ଫେମ୍‌ ଋତୁରାଜ ସିଂ, ୫୯ ବର୍ଷ ବୟସରେ ଆସିଲା ହାର୍ଟଆଟାକ୍‌

ଲୋକପ୍ରିୟ ଟିଭି ଅଭିନେତା ଋତୁରାଜ ସିଂଙ୍କ ପରଲୋକ । ୫୯ ବର୍ଷ ବୟସରେ ମୃତ୍ୟୁବରଣ କରିଛନ୍ତି ଅନୁପମାର କଳାକାର । ତେବେ ମୃତ୍ୟୁର କାରଣ ହାର୍ଟଆଟାକ ବୋଲି ଜଣାପଡିଛି । ଅନେକ ଟିଭି ଶୋ, ୱେବ ସିରିଜ ଏବଂ ଫିଲ୍ମରେ ଦମଦାର ଅଭିନୟ କରିଛନ୍ତି ଋତୁରାଜ । ତାଙ୍କ ମୃତ୍ୟୁରେ ଫ୍ୟାନ୍ସଙ୍କୁ ବଡ ଝଟକା ଲାଗିଛି । ପରିବାର ଲୋକ ଗଭୀର ଶୋକରେ ରହିଛନ୍ତି ।

ଖବର ମୁତାବକ, ଋତୁରାଜଙ୍କୁ ଗତକାଲି ରାତି ୧୨.୩୦ରେ ହାର୍ଟଆଟାକ ଆସିଥିଲା । ଏହାପରେ ତାଙ୍କର ମୃତ୍ୟୁ ହୋଇଥିଲା । ପୂର୍ବରୁ ଋତୁରାଜଙ୍କୁ ପାନକ୍ରିୟାଜ ସମ୍ବନ୍ଧୀୟ ସମସ୍ୟା ରହିଥିଲା । ଏହାର ଚିକିତ୍ସା କରୁଥିଲେ ଋତୁରାଜ ।

ଋତୁରାଜଙ୍କ ମୃତ୍ୟୁରେ ଅର୍ଶଦ ଓ୍ଵାରସୀ ଶୋକ ପ୍ରକାଶ କରିଛନ୍ତି । ସେ କହିଛନ୍ତି, ଆମେ ଗୋଟିଏ ବିଲିଡିଂରେ ରହୁଥିଲି । ସେ ମୋ ପ୍ରଥମ ଫିଲ୍ମର ପ୍ରଯୋଜକ ରହିଥିଲେ । ଜଣେ ଭଲ ଅଭିନେତା ତଥା ଭଲ ବନ୍ଧୁକୁ ଆଜି ହରାଇଲି ।

ଋତୁରାଜ କେବଳ ଟିଭି ନୁହେଁ ବରଂ ଫିଲ୍ମ ଏବଂ ୱେବ ସିରିଜରେ ବଢିଆ କାମ କରିଛନ୍ତି । ତାଙ୍କ ଭୂମିକାକୁ ସମସ୍ତେ ପସନ୍ଦ କରନ୍ତି । ତେଣୁ ତାଙ୍କୁ ପ୍ରମୁଖ ଭୂମିକାରେ ଦେଖିବାକୁ ମିଳେ । ଶେଷ ଥର ପାଇଁ ସେ ଅନୁପମା ସିରିଅଲରେ କାମ କରୁଥିଲେ । ଋତୁରାଜ ଫିଲ୍ମ ୟାରିୟାଁ ୨, ସତ୍ୟମେବ ଜୟତେ ୨, ଦ ମାଷ୍ଟରପିସ୍‌, ବଦ୍ରିନାଥ କୀ ଦୁଲହନିୟାଁ ଭଳି ଫିଲ୍ମରେ କାମ କରିଛନ୍ତି ।

Swagatika

Recent Posts

ଓଡିଆ ପଣ୍ଡିତଙ୍କୁ ଗଙ୍ଗା ଘାଟ ଛାଡିବାକୁ ବାଧ୍ୟ କରାଯାଉଛି, ଚିନ୍ତାରେ ବର୍ଷ ବର୍ଷ ଧରି ରହିଆସୁଥିବା ଓଡିଆ ବ୍ରାହ୍ମଣ

କୋଲକାତା (କେନ୍ୟୁଜ) : ପୁଣ୍ୟତୋୟା ଗଙ୍ଗା ଘାଟଗୁଡ଼ିକ ଧର୍ମ ସଂସ୍କୃତି ଓ ଆସ୍ଥାର ପ୍ରମୁଖ ସ୍ଥଳୀ ଭାବରେ ପରିଚିତି ଲାଭ…

43 mins ago

ଘରେ କଳାକନା ବୁଲାଇ ୨୫ ଲକ୍ଷ ଟଙ୍କାର ସୁନା ଅଳଙ୍କାର ଓ ଆସବାବ ପତ୍ର ନେଇଗଲେ ଚୋର

ତାଳଚେର (କେନ୍ୟୁଜ) : ଯଦି ଆପଣ କେବେ ନିଜ ଘର ତାଲା ପକାଇ ବନ୍ଧୁ ଘର କିମ୍ବା ସମ୍ପର୍କୀୟଙ୍କ ଘରକୁ…

44 mins ago

କଳିଙ୍ଗ ଷ୍ଟାଡିୟମ କ୍ରୀଡ଼ା ଭିତ୍ତିଭୂମିର ସମୀକ୍ଷା କଲେ କ୍ରୀଡ଼ାମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ

ଭୁବନେଶ୍ୱର(କେନ୍ୟୁଜ୍‌): କ୍ରୀଡ଼ା ଓ ଯୁବସେବା ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୁରଜ ଆଜି କଳିଙ୍ଗ ଷ୍ଟାଡିୟମ ଗସ୍ତ କରି ରାଜ୍ୟର…

51 mins ago

ଭୋଜି ଖାଇ ଫେରୁଥିଲେ ହେଲେ ଏକାସାଥିରେ ଆରପାରିକୁ ଚାଲିଗଲେ ଚାରି ସାଙ୍ଗ

ନୂଆପଡା (କେନ୍ୟୁଜ) : ଭୋଜି ଖାଇ ସାଙ୍ଗ ହୋଇ ଫେରୁଥିଲେ ଏହି ୪ ଜଣ ସାଙ୍ଗ । ଏମାନେ ୪…

56 mins ago

ଆଜି ସାରା ବିଶ୍ୱ ପାଳିଲା ‘ଆର୍ଟ ଅଫ୍ ଗିଭିଂ’ ଦିବସ

ଭୁବନେଶ୍ୱର(କେନ୍ୟୁଜ୍‌): ଜୁନ୍ ୧୭ ତାରିଖରେ ଭାରତ ସମେତ ବିଶ୍ୱର ୨୦୦ଟି ଦେଶର ୨୫ହଜାର ସ୍ଥାନରେ ୧୧ଶ ଅନ୍ତର୍ଜାତୀୟ ‘ଆର୍ଟ ଅଫ୍…

1 hour ago

ମହାନତା ଦେଖାଇଲେ ମୁଖ୍ୟମନ୍ତ୍ରୀ, ପୀଡିତଙ୍କୁ ୩୦ ହଜାର ଟଙ୍କା ସହ ଯୋଗାଇଲେ ଚିକିତ୍ସା

ଚାନ୍ଦବାଲି (କେନ୍ୟୁଜ): ଏ ଶରୀର କ୍ଷଣସ୍ଥାୟୀ । ସତରେ ଏ ଶରୀର କିଛି ନୁହେଁ ଆଜି ଭଲ ଅଛି ତ…

1 hour ago