ମନୋରଂଜନ

ଡ୍ରେସିଂ ଷ୍ଟାଇଲକୁ ନେଇ ବିବାଦରେ ଫସିଗଲେ ଉର୍ଫି, ଥାନାରେ ଦାୟର ହେଲା ମାମଲା

ଉର୍ଫି ଜାଭେଦ ସବୁବେଳେ ଚର୍ଚ୍ଚାରେ ରହିବାକୁ ପସନ୍ଦ କରନ୍ତି। ତାଙ୍କର ଅତରଙ୍ଗୀ ଫ୍ୟାଶନ ଷ୍ଟାଇଲ ସବୁବେଳେ ପବ୍ଲିସିଟି ଦେଇଥାଏ। ଟିଭି ଷ୍ଟାରରୁ ଫ୍ୟାଶନ କୁଇନ ବନିଥିବା ଉର୍ଫିଙ୍କୁ ନେଇ ସବୁବେଳେ ଚର୍ଚ୍ଚା। ତାଙ୍କର ଡ୍ରେସିଂ ଷ୍ଟାଇଲ ସବୁବେଳେ ତାଙ୍କୁ ଚର୍ଚ୍ଚାକୁ ଆଣିଥାଏ। ତେବେ ଏହି ଡ୍ରେସିଂ ଷ୍ଟାଇଲ ଯୋଗୁଁ ପୁଣି ଥରେ ବିବାଦରେ ଫସିଛନ୍ତି ଉର୍ଫି। ନିକଟରେ ରିଲିଜ ହୋଇଥିବା ଉର୍ଫିଙ୍କ ମ୍ୟୁଜିକ ଭିଡିଓ ‘ହାଏ ହାଏ ମଜବୁରୀ’ ପାଇଁ ବିବାଦରେ ଫସିଛନ୍ତି ଉର୍ଫି। ଏହାକୁ ନେଇ ଦିଲ୍ଲୀର ଏକ ଥାନାରେ ମାମଲା ଦାୟର କରାଯାଇଛି।

ଖବର ମୁତାବକ, ଉର୍ଫିଙ୍କ ମ୍ୟୁଜିକ ଭିଡିଓ ‘ହାଏ ହାଏ ମଜବୁରୀ’ ନିକଟରେ ରିଲିଜ ହୋଇଥିଲା। ଏହି ଭିଡିଓରେ ଉର୍ଫି ଏକ ନାଲି ରଙ୍ଗର ଶାଢି ପିନ୍ଧିଥିବା ନଜର ଆସିଥିଲେ। ତେବେ ଉର୍ଫି ଏହି ଶାଢି ପିନ୍ଧି ଅଶ୍ଳୀଳତା ପ୍ରଦର୍ଶନ କରୁଛନ୍ତି ବୋଲି ଅଭିଯୋଗ ହୋଇଛି। ଏହାକୁ ନେଇ ଦିଲ୍ଲୀର ଏକ ଥାନାରେ ମାମଲା ରୁଜୁ ହୋଇଛି। କିନ୍ତୁ ଏହି ମାମଲା କିଏ ଦାଏର କରିଛି, ତାଙ୍କ ନାମ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନାହିଁ। ତେବେ ଏହି ମାମଲାରେ ଏପର୍ଯ୍ୟନ୍ତ ଉର୍ଫିଙ୍କ କୌଣସି ପ୍ରତିକ୍ରିୟା ମିଳିନାହିଁ।

ଏହି ଗୀତ ଅକ୍ଟୋବର ୧୧ରେ ୟୁଟ୍ୟୁବରେ ରିଲିଜ ହୋଇଥିଲା। ଏହି ଗୀତରେ ଉର୍ଫି ଲାଲ ରଙ୍ଗର ଶାଢି ପିନ୍ଧି ଡ୍ୟାନ୍ସ କରୁଥିଲେ। ଏହି ଗୀତ ରିଲିଜ ହେବା ପରେ ଟ୍ରେଣ୍ଡିଂରେ ଥିଲା। ଗୀତ ରିଲିଜ ହେବାର ଗୋଟେ ଦିନରେ ପାଖାପାଖି ୮ ମିଲିଅନ ଭ୍ୟୁ ମିଳିଥିଲା। ଗୀତରେ ପୁଣିଥରେ ଉର୍ଫି ବୋଲ୍ଡ ଅନ୍ଦାଜରେ ନଜର ଆସିଥିଲେ। ସୂଚନାଯୋଗ୍ୟ, ଏହି ଗୀତର ସୁଟିଂ ସମୟରେ ଉର୍ଫି ଆହତ ହୋଇଥିଲେ।

ତେବେ ଉର୍ଫି ବିଗବସ୍‌ ଓଟିଟିରୁ ଲୋକପ୍ରିୟତା ହାସଲ କରିଥିଲେ। ତେବେ ସବୁବେଳେ ନିଜ ଡ୍ରେସିଂ ଷ୍ଟାଇଲକୁ ନେଇ ଚର୍ଚ୍ଚାରେ ରହିଥାନ୍ତି। ବିଭିନ୍ନ ପ୍ରକାରର ଡ୍ରେସ ପିନ୍ଧି ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରିଥାନ୍ତି ଉର୍ଫି। ପୂର୍ବରୁ ଉର୍ଫି ବିଜୁଳି ତାର, ପଥର, ଅଖା, କାଚରେ ତିଆରି ଡ୍ରେସ ପିନ୍ଧିଛନ୍ତି। ସେହିପରି କେବେ ଚେନ୍‌ ଆଉ କେବେ ଡିସ୍କୋ ଥିମ, ହାତଘଣ୍ଟାରେ ଡ୍ରେସ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦିଅନ୍ତି। ଯାହା ଆପଣ କେବେ ବି ସ୍ୱପ୍ନରେ ଭାବିନଥିବେ, ସେମିତି ଡ୍ରେସ ପିନ୍ଧି ଫ୍ୟାନ୍ସଙ୍କ ଦୃଷ୍ଟି ଆକର୍ଷଣ କରନ୍ତି ଉର୍ଫି।  ଏପରି ଡ୍ରେସିଂ ସେନ୍ସକୁ ନେଇ ମଧ୍ୟ ଟ୍ରୋଲିଂର ଶିକାର ହୋଇଛନ୍ତି।

ସୋସିଆଲ ମିଡିଆରେ ଉର୍ଫିଙ୍କର ବେଶ୍‌ ଫ୍ୟାନ ଫଲୋଇଂ ମଧ୍ୟ ରହିଛନ୍ତି। ଉର୍ଫି ଇନଷ୍ଟାଗ୍ରାମରେ ଏପର୍ଯ୍ୟନ୍ତ ୨୧୩୧ ପୋଷ୍ଟ କରିସାରିଛନ୍ତି। ସୋସିଆଲ ମିଡିଆର ତାଙ୍କୁ ୩.୬ ମିଲିଅନ ଲୋକ ଫଲୋ କରୁଛନ୍ତି।

Also Read : ଗୁରୁ ରନ୍ଧାଓ୍ଵାଙ୍କ ସହିତ ଦିଓ୍ଵାଲୀ ପାର୍ଟି ସେଲିବ୍ରେସନ କଲେ ଶେହନାଜ, ଫ୍ୟାନ୍ସ କହିଲେ ଭଲ ଜମିବ ଯୋଡି

Swagatika

Recent Posts

କେରଳ ନୁହେଁ ଏବେ ‘କେରଳମ୍‌’…ବଦଳିପାରେ ରାଜ୍ୟର ନାଁ, ବିଧାନସଭାରେ ପାରିତ ହେଲା ପ୍ରସ୍ତାବ

ଭାରତର ଦକ୍ଷିଣ ରାଜ୍ୟ କେରଳର ନାଁ ବହୁତ ଜଲ୍‌ଦି ବଦଳିପାରେ । କେରଳ ବିଧାନସଭା ସୋମବାର ସର୍ବସମ୍ମତିକ୍ରମେ ଏକ ପ୍ରସ୍ତାବ…

14 mins ago

ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ: ଉପମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : ସୁଭଦ୍ରା ଯୋଜନାରେ ହେଉଥିବା ଗୁଜବକୁ ବିଶ୍ବାସ କରନ୍ତୁ ନାହିଁ । ଯୋଜନା ଉପରେ କୌଣସି ଭୁଲ ଖବର…

15 mins ago

କାନ୍ଦି କାନ୍ଦି ବେହୋସ ହେଲା କୁନି ଝିଅ, ଉଚିତ ସମୟରେ ସିପିଆର ଦେଇ ଜୀବନ ବଞ୍ଚାଇଲେ ଡାକ୍ତର

ତାଜ ମହଲ ଦେଖିବାକୁ ଆସି ଜୀବନ ମୃତ୍ୟୁ ସହ ସଂଘର୍ଷ କଲା କୁନି ଝିଅ । ବାପା ମା’ଙ୍କ ସହ…

19 mins ago

ଲକ୍ଷ୍ମୀ ବସ୍ ସେବା ନେଇ ଲୋକଙ୍କ ମଧ୍ୟରେ ଦ୍ବନ୍ଦ୍ବ, ଲୋକେ କହୁଛନ୍ତି ବସ୍ ନାଁ ରହୁ କି ନ ରହୁ ସେବା ଜାରି ରହୁ

ମାଲକାନଗିରି : ଉପାନ୍ତ ମାଲକାନଗିରି ଜିଲ୍ଲାରେ ଗରିବ ଆଦିବାସୀ ଲୋକଙ୍କ ଯାତାୟାତର ଏବଂ ଆର୍ଥିକ ଉର୍ଣ୍ଣତି ପାଇଁ ଗତ ରାଜ୍ୟ…

21 mins ago

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

26 mins ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

34 mins ago