ମନୋରଂଜନ

ଉର୍ଫି ଏବେ କରିବେ କ’ଣ ! ଇନଷ୍ଟାଗ୍ରାମ ଆକାଉଣ୍ଟ ସସ୍‌ପେଣ୍ଡ

ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଉର୍ଫି ଜାଭେଦ ଏବେ ପୁଣିଥରେ ଚର୍ଚ୍ଚାରେ । ହେଲେ ଏଥର କୌଣସି ଡ୍ରେସ କିମ୍ବା ବୟାନ ପାଇଁ ନୁହେଁ, ବରଂ ଇନଷ୍ଟାଗ୍ରାମ ପାଇଁ ଚର୍ଚ୍ଚାରେ । ଉର୍ଫି ଜାଭେଦଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ସସ୍‌ପେଣ୍ଡ ହୋଇଛି । ଅଭିନେତ୍ରୀ ଜଣକ ସ୍କ୍ରିନ ସର୍ଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହା ଏବେ ଭାଇରଲ ହେବାରେ ଲାଗିଛି ।

ଉର୍ଫି ନିଜେ ମେସେଜ ସ୍କ୍ରିନସର୍ଟ ସେୟାର କରିଛନ୍ତି, ଯେଉଁଥିରେ ଆକାଉଣ୍ଟ ସସ୍‌ପେଣ୍ଡ ହୋଇଥିବା ଜଣାପଡିଛି । କିନ୍ତୁ ଏହାପରେ ଉର୍ଫି ନିକ ଆକାଉଣ୍ଟକୁ ରିକଭର କରିସାରିଛନ୍ତି । ଏହି ସ୍କ୍ରିନ ସର୍ଟରେ ମେଟା ତରଫରୁ ଅନେକ କଥା ଲେଖାଥିବା ଦେଖିବାକୁ ମିଳିଛି । ସ୍କ୍ରିନସର୍ଟରେ କୁହାଯାଇଛି, କମ୍ୟୁନିଟି ଗାଇଡଲାଇନ୍ସ ନ ମାନିବା ଯୋଗୁଁ ଇନଷ୍ଟାଗ୍ରାମ ସସପେଣ୍ଡ ହୋଇଛି ।

ଉର୍ଫି ତାଙ୍କର ଉତପଟାଙ୍ଗ ଡ୍ରେସିଂ ସେନ୍ସ ପାଇଁ ଖୁବ ଫେମସ , ସେ ଏକ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଲକ୍ଷ୍ନୌର ବାସିନ୍ଦା ଏବଂ ଲକ୍ଷ୍ନୌର ଏମିଟି ୟୁନିଭର୍ସିଟିରୁ ମାସ୍ କମ୍ୟୁନିକେସନ୍ କରିଛନ୍ତି । ଦୁର୍ଗା, ସାଥ ଫେରୋ କି ହେରା ଫେରି, ଜିଜି ମା ଭଳି ଅନେକ ସିରିଏଲରେ କାମ କରିଥିବା ଉର୍ଫି ଜାଭେଦଙ୍କର ଇନକମ କୋଟି କୋଟି ଟଙ୍କାର ରହିଛି । ସେ ବିଗବସ୍ OTT 1 ରେ ମଧ୍ୟ ନଜର ଆସିଥିଲେ । ତାଙ୍କ ପାଖରେ ଏକ Jeep Compas SUV କାର ଅଛି, ଯାହାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ।

Swagatika

Recent Posts

ଟି୨୦ ବିଶ୍ୱକପ ୨୦୨୪: ପପୁଆ-ନ୍ୟୁ ଗିନିକୁ ହରାଇ ସୁପର-୮ରେ ପହଞ୍ଚିଲା ଆଫଗାନିସ୍ତାନ, ଭାଙ୍ଗିଲା ନ୍ୟୁଜିଲାଣ୍ଡ ସ୍ୱପ୍ନ

ଆଫଗାନିସ୍ତାନ ପପୁଆ-ନ୍ୟୁ ଗିନି ବିପକ୍ଷ ଟି-୨୦ ବିଶ୍ୱକପରେ ଦମଦାର ପ୍ରଦର୍ଶନ କରିଛି । ଷ୍ଟାର ଅଲରାଉଣ୍ଡର ରାଶିଦ ଖାନଙ୍କ ନେତୃତ୍ୱରେ…

5 mins ago

ମଧ୍ୟପ୍ରଦେଶ : ଶ୍ରଦ୍ଧାଳୁଙ୍କ ଭର୍ତ୍ତି ଟ୍ରାକ୍ଟର ଓଲଟିଲା, ୫ ମୃତ, ୧୫ ଗୁରୁତର

ମଧ୍ୟପ୍ରଦେଶର ଦାତିୟା ଜିଲ୍ଲାରେ ସକାଳୁ ସକାଳୁ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ଟ୍ରାକ୍ଟର ଓଲଟି ପଡିବାରୁ ୫ ଜଣଙ୍କର ମୃତ୍ୟୁ…

32 mins ago

ଆଜି ଛତିଶା ନିଯୋଗ ବୈଠକ, ସ୍ନାନଯାତ୍ରା ପାଇଁ ନୀତି ନିର୍ଘଣ୍ଟ ଉପରେ ହେବ ଆଲୋଚନା

ପୁରୀ (କେନ୍ୟୁଜ): ଆଜି ବସିବ ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ । ସନ୍ଧ୍ୟା ୬ଟାରେ ନିଳାଦ୍ରୀ ଭକ୍ତ ନିବାସରେ ଶ୍ରୀମନ୍ଦିର…

1 hour ago

କୁଏତରୁ ଭାରତକୁ ଆସୁଛି ୪୫ ଜଣଙ୍କ ମୃତଦେହ, ମୃତକଙ୍କ ମଧ୍ୟରେ ଅଛନ୍ତି ୨ ଓଡ଼ିଆ

ନୂଆଦିଲ୍ଲୀ ; କୁଏତ ଅଗ୍ନିକାଣ୍ଡରେ ମୃତ୍ୟୁ ଘଟିଥିବା ୪୫ ଭାରତୀୟଙ୍କ ମୃତଦେହ ଭାରତକୁ ଅଣାଯାଉଛି  ।  ଏଥିରେ ଦୁଇଜଣ ଓଡ଼ିଆ…

2 hours ago

ଅଧା ରହିଗଲା ରଜ ମଉଜ: ଅଟୋ ବାଇକ ମୁହାଁମୁହିଁ ଧକ୍କାରେ ଝିଆରୀ ମୃତ ଦାଦା ଆହତ

ଯାଜପୁର (କେନ୍ୟୁଜ); ପହିଲି ରଜରେ ଅଘଟଣ ।  ଯାଜପୁର ଜିଲ୍ଲା ୧୬ନଂ ଜାତୀୟ ରାଜପଥ ନେଉଳପୁର ଛକ ନିକଟରେ ଅଟୋ…

2 hours ago

ରଜ ଖଳାରେ ଜମୁଛି ରଜ ଦୋଳି, ମହ ମହ ବାସୁଛି ପୋଡ଼ ପିଠା

ସାଲେପୁର(କେନ୍ୟୁଜ): କୁଆଁରୀଙ୍କ ପର୍ବ ହେଉଛି ରଜ ପର୍ବ । ଓଡ଼ିଶାର ଏହି ଗଣ ପର୍ବ ରଜ ପାଇଁ ଉତ୍ସବ ମୁଖର…

2 hours ago