ଉର୍ଫି ଏବେ କରିବେ କ’ଣ ! ଇନଷ୍ଟାଗ୍ରାମ ଆକାଉଣ୍ଟ ସସ୍ପେଣ୍ଡ
ଏଥର କୌଣସି ଡ୍ରେସ କିମ୍ବା ବୟାନ ପାଇଁ ନୁହେଁ, ବରଂ ଇନଷ୍ଟାଗ୍ରାମ ପାଇଁ ଚର୍ଚ୍ଚାରେ ଉର୍ଫି । ଉର୍ଫି ଜାଭେଦଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ସସ୍ପେଣ୍ଡ ହୋଇଛି । ଅଭିନେତ୍ରୀ ଜଣକ ସ୍କ୍ରିନ ସର୍ଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

ସୋସିଆଲ ମିଡିଆରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଉର୍ଫି ଜାଭେଦ ଏବେ ପୁଣିଥରେ ଚର୍ଚ୍ଚାରେ । ହେଲେ ଏଥର କୌଣସି ଡ୍ରେସ କିମ୍ବା ବୟାନ ପାଇଁ ନୁହେଁ, ବରଂ ଇନଷ୍ଟାଗ୍ରାମ ପାଇଁ ଚର୍ଚ୍ଚାରେ । ଉର୍ଫି ଜାଭେଦଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟ ସସ୍ପେଣ୍ଡ ହୋଇଛି । ଅଭିନେତ୍ରୀ ଜଣକ ସ୍କ୍ରିନ ସର୍ଟ ସୋସିଆଲ ମିଡିଆରେ ସେୟାର କରିଛନ୍ତି । ଯାହା ଏବେ ଭାଇରଲ ହେବାରେ ଲାଗିଛି ।
ଉର୍ଫି ନିଜେ ମେସେଜ ସ୍କ୍ରିନସର୍ଟ ସେୟାର କରିଛନ୍ତି, ଯେଉଁଥିରେ ଆକାଉଣ୍ଟ ସସ୍ପେଣ୍ଡ ହୋଇଥିବା ଜଣାପଡିଛି । କିନ୍ତୁ ଏହାପରେ ଉର୍ଫି ନିକ ଆକାଉଣ୍ଟକୁ ରିକଭର କରିସାରିଛନ୍ତି । ଏହି ସ୍କ୍ରିନ ସର୍ଟରେ ମେଟା ତରଫରୁ ଅନେକ କଥା ଲେଖାଥିବା ଦେଖିବାକୁ ମିଳିଛି । ସ୍କ୍ରିନସର୍ଟରେ କୁହାଯାଇଛି, କମ୍ୟୁନିଟି ଗାଇଡଲାଇନ୍ସ ନ ମାନିବା ଯୋଗୁଁ ଇନଷ୍ଟାଗ୍ରାମ ସସପେଣ୍ଡ ହୋଇଛି ।
View this post on Instagram
ଉର୍ଫି ତାଙ୍କର ଉତପଟାଙ୍ଗ ଡ୍ରେସିଂ ସେନ୍ସ ପାଇଁ ଖୁବ ଫେମସ , ସେ ଏକ ମୁସଲମାନ ପରିବାରରେ ଜନ୍ମଗ୍ରହଣ କରିଥିଲେ । ସେ ଲକ୍ଷ୍ନୌର ବାସିନ୍ଦା ଏବଂ ଲକ୍ଷ୍ନୌର ଏମିଟି ୟୁନିଭର୍ସିଟିରୁ ମାସ୍ କମ୍ୟୁନିକେସନ୍ କରିଛନ୍ତି । ଦୁର୍ଗା, ସାଥ ଫେରୋ କି ହେରା ଫେରି, ଜିଜି ମା ଭଳି ଅନେକ ସିରିଏଲରେ କାମ କରିଥିବା ଉର୍ଫି ଜାଭେଦଙ୍କର ଇନକମ କୋଟି କୋଟି ଟଙ୍କାର ରହିଛି । ସେ ବିଗବସ୍ OTT 1 ରେ ମଧ୍ୟ ନଜର ଆସିଥିଲେ । ତାଙ୍କ ପାଖରେ ଏକ Jeep Compas SUV କାର ଅଛି, ଯାହାର ମୂଲ୍ୟ ପ୍ରାୟ ୨୫ ଲକ୍ଷ ଟଙ୍କା ।