ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ଆକ୍ରମଣ କଲେ ଦୁବୃର୍ତ୍ତ, ନିର୍ମମ ଭାବେ ମାଡ଼ ମାରୁଥିବାର ଭିଡିଓ ଭାଇରାଲ
ସୋସିଆଲ ମିଡିଆରେ ଦିଲ୍ଲୀର ଆଦର୍ଶ ନଗର ପୋଲିସ ଷ୍ଟେସନ ଅଞ୍ଚଳର ଏକ ସିସିଟିଭି ଫୁଟେଜ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ତିନି ଜଣ ଯୁବକ ଗୋଟିଏ ପୁଅକୁ ନିର୍ମମ ଭାବେ ପିଟୁଥିବାର ନଜର ଆସିଛି ।

ରାଜଧାନୀ ଦିଲ୍ଲୀରେ ପ୍ରତ୍ୟେକ ଦିନ ଅପରାଧର ନୂଆ ନୂଆ ମାମଲା ସାମ୍ନାକୁ ଆସୁଛି । ଯାହାର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଆପଣମାନେ ଦେଖିଥିବେ । ତେବେ ନିକଟରେ ମଧ୍ୟ ଏଭଳି ଏକ ଅପରାଧିକ ମାମଲାର ଭିଡିଓ ଭାଇରାଲ ହୋଇଛି । ଯାହାକୁ ଦେଖିଲେ ଆପଣଙ୍କ ଲୋମ ବି ଟାଙ୍କୁରି ଉଠିବ । ଦିନ ଦିପହରେ ଜଣେ ଯୁବକଙ୍କୁ କରାଯାଇଛି ମରଣାନ୍ତକ ଆକ୍ରମଣ ।
ସୋସିଆଲ ମିଡିଆରେ ଦିଲ୍ଲୀର ଆଦର୍ଶ ନଗର ପୋଲିସ ଷ୍ଟେସନ ଅଞ୍ଚଳର ଏକ ସିସିଟିଭି ଫୁଟେଜ ଜୋରସୋରରେ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ତିନି ଜଣ ଯୁବକ ଗୋଟିଏ ପୁଅକୁ ନିର୍ମମ ଭାବେ ପିଟୁଥିବାର ନଜର ଆସିଛି । ଜଣେ ଯୁବକ ଅନ୍ୟ ଜଣେ ଯୁବକଙ୍କୁ ଛୁରୀରେ ଆକ୍ରମଣ କରୁଥିବାବେଳେ ଅନ୍ୟ ଦୁଇ ଜଣ ଯୁବକ ତାଙ୍କୁ ନିର୍ଦ୍ଧୁମ ପିଟିବାରେ ଲାଗିଛନ୍ତି । ଯାହାର ଦୃଶ୍ୟ ସିସିଟିଭି କ୍ୟାମେରାରେ କଏଦ ହୋଇଛି ।
ତେବେ ଏହି ଘଟଣା ବୃହସ୍ପତି ନଗରର ବୋଲି ଜଣା ପଡ଼ିଛି । ଭାଇରାଲ ଭିଡିଓରେ ଯୁବକମାନେ କମ ବୟସର ବୋଲି ନଜର ଆସିଛି । ଏହି ଘଟଣାରେ ପୋଲିସ ଅଧିକାରୀ କହିଛନ୍ତି ଯେ ଏପର୍ଯ୍ୟନ୍ତ କୌଣସି ଅଭିଯୋଗ ଆସି ନାହିଁ । ସିସିଟିଭି ଫୁଟେଜ୍ ବିଷୟରେ ସୂଚନା ମିଳିଛି । ଏବଂ ଅଭିଯୋଗ ପାଇବା ପରେ ଅଧିକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ଅଧିକାରୀଙ୍କ ତରଫରୁ ସୂଚନା ମିଳିଛି ।
ଭାଇରାଲ ଭିଡିଓରେ ଜଣେ ଯୁବକଙ୍କ ପଛରେ ଅନ୍ୟ ଜଣେ ଯୁବକ ଗୋଡ଼ାଉଥିବା ଦେଖାଯାଇଛି । ଏବଂ ହଠାତ ଯୁବକ ଜଣଙ୍କ ଏକ ଘର ନିକଟରେ ପଡ଼ି ଯିବାରୁ ଅଭିଯୁକ୍ତ ଯୁବକଙ୍କୁ ଧରି ନେଇଥିଲା ଏବଂ ତାଙ୍କୁ ମାଡ଼ ମାରିବା ସହିତ ଛୁରୀରେ ଆକ୍ରମଣ କରିଥିଲା । ଗୋଇଠା ଚାପୁଡ଼ା ମନକୁ ଯାହା ଆସିଥିଲା ମାରି ଚାଲିଥିଲେ ୩ ଅଭିଯୁକ୍ତ । ପାଖରେ ଯାହା ପଡ଼ିଥିଲା ତାକୁ ଉଠାଇ ଯୁବକଙ୍କୁ କରିଥିଲେ ଆକ୍ରମଣ । ଯୁବକ ଜଣଙ୍କ ନିଜକୁ ବଞ୍ଚାଇବା ପାଇଁ ଚେଷ୍ଟା କରିଥିଲେ ମଧ୍ୟ ତିନି ଜଣଙ୍କ ହାବୁଡ଼ରୁ ବଞ୍ଚି ପାରି ନଥିଲେ ।
ଏହି ଘଟଣା ଘଟୁଥିବା ସମୟରେ ହିଁ ଅନେକ ଲୋକଙ୍କ ସହ କିଛି ସ୍କୁଲ ପିଲା ଘଟଣାସ୍ଥଳରେ ପହଞ୍ଚିଥିଲେ । କିନ୍ତୁ କେହି ବି ସାହସ କରି ନଥିଲେ ଉକ୍ତ ଯୁବକଙ୍କୁ ବଞ୍ଚାଇବାକୁ । ତେବେ ଯୁବକ ମାଡ଼ ଖାଇ ଖାଇ ଗୁରୁତର ହେବା ପରେ ଏବଂ ଅନେକ ଲୋକ ଘଟଣାସ୍ଥଳରେ ପହଞ୍ଚିବା ପରେ ଅଭିଯୁକ୍ତମାନେ ଘଟଣାସ୍ଥଳରୁ ପଳାଇ ଯାଇଥିବା ଦେଖାଯାଇଛି । ତେବେ ଏ ଛାତି ଥରା ଦୃଶ୍ୟ ଦେଖିବା ପରେ ସ୍ଥାନୀୟ ଅଞ୍ଚଳରେ ଭୟର ପରିବେଶ ସୃଷ୍ଟି ହୋଇଛି । ଲୋକମାନେ ଭୟରେ ଘରୁ ବାହାରି ପାରୁ ନାହାନ୍ତି । ତେବେ ସିସିଟିଭି ଫୁଟେଜକୁ ନେଇ ପିଡ଼ିତ ଯୁବକଙ୍କୁ ଚିହ୍ନିବା ପାଇଁ ପୋଲିସ ଚେଷ୍ଟା କରୁଛି । ଘଟଣାର ଅଧିକ ତଦନ୍ତ କରାଯାଉଛି ।