Below header

ଦିଲ୍ଲୀ: ତିହାର ଜେଲ୍‌ରେ ନକଲି ଉପାୟରେ ନିଯୁକ୍ତି ପାଇଥିଲେ ୫୦ କର୍ମଚାରୀ, ଯାଞ୍ଚ ପରେ ସମସ୍ତେ ନିଲମ୍ବିତ

ଦିଲ୍ଲୀର ତିହାର ଜେଲରେ ନକଲି ଉପାୟରେ ନିଯୁକ୍ତ ୫୦ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଜେଲ ଅଧିକାରୀଙ୍କ କହିବାନୁସାରେ, ୨୦୨୦ରେ DSSB ମାଧ୍ୟମରେ ତିହାରରେ ବିଭିନ୍ନ ପଦବୀରେ ନିଯୁକ୍ତି ଦିଆଯାଇଥିଲା। ବାୟୋମେଟ୍ରିକ୍ ପଦ୍ଧତି ମାଧ୍ୟମରେ ଏହି ନିଯୁକ୍ତି ମିଳିଥିଲା।

ଦିଲ୍ଲୀର ତିହାର ଜେଲରେ ନକଲି ଉପାୟରେ ନିଯୁକ୍ତ ୫୦ ଜଣ କର୍ମଚାରୀଙ୍କୁ ନିଲମ୍ବିତ କରାଯାଇଛି। ଜେଲ ଅଧିକାରୀଙ୍କ କହିବାନୁସାରେ, ୨୦୨୦ରେ DSSB ମାଧ୍ୟମରେ ତିହାରରେ ବିଭିନ୍ନ ପଦବୀରେ ନିଯୁକ୍ତି ଦିଆଯାଇଥିଲା। ବାୟୋମେଟ୍ରିକ୍ ପଦ୍ଧତି ମାଧ୍ୟମରେ ଏହି ନିଯୁକ୍ତି ମିଳିଥିଲା। ଏବେ ଯାଞ୍ଚ ପରେ ନକଲି ଉପାୟରେ ନିଯୁକ୍ତ କର୍ମଚାରୀମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

ଯେତେବେଳେ DSSB ଯାଞ୍ଚ କରିଥିଲା, ସେତେବେଳେ ୫୦ କର୍ମଚାରୀଙ୍କ ବାୟୋମେଟ୍ରିକ୍ ଏବଂ ଫଟୋ ମେଳ ଖାଇ ନ ଥିଲା। ଏହାପରେ ବିଭାଗରେ ହଇଚଇ ସୃଷ୍ଟି ହୋଇଥିଲା। ଏ ନେଇ ତତ୍ପର ଅନୁସନ୍ଧାନ ପରେ କର୍ମଚାରୀଙ୍କ ନକଲି ନିଯୁକ୍ତି ସମ୍ପର୍କରେ ସୂଚନା ସାମ୍ନାକୁ ଆସିଥିଲା। ଏହାପରେ ସମସ୍ତଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଥିଲା। ନଭେମ୍ବର ୩୦ରେ ଏକ ମାସର ନୋଟିସ୍ ଦିଆଯାଇ ସମସ୍ତଙ୍କୁ ନିଲମ୍ବିତ କରାଯାଇଛି।

କହି ରଖୁଛୁ ଯେ ଦୁଇ ବର୍ଷ ପୂର୍ବେ ମଧ୍ୟ ତିହାର ଜେଲରେ ନକଲି ଉପାୟରେ କର୍ମଚାରୀ ନିଯୁକ୍ତି ସମ୍ପର୍କିତ ମାମଲା ସାମ୍ନାକୁ ଆସିଥିଲା। ସେତେବେଳେ ୪୭ ଜଣ କର୍ମଚାରୀ ନିଯୁକ୍ତି ପାଇଥିବା ଜଣାପଡ଼ିଥିଲା। ଜେଲରେ କିଛି କଏଦୀଙ୍କ ମୃତ୍ୟୁ ପରେ ଯେତେବେଳେ ବାୟୋମେଟ୍ରିକ ଯାଞ୍ଚ ଅଭିଯାନ ଆରମ୍ଭ କରାଯାଇଥିଲା, ସେତେବେଳେ ଘଟଣାର ଖୁଲାସା ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.