ଭିନ୍ନ ଢଙ୍ଗରେ କରୁଛନ୍ତି ଚା’, ଭିଡିଓ ହେଉଛି ଭାଇରାଲ 

ସୋସିଆଲ ମିଡିଆରେ ଜରିଆରେ ଅନେକ ଲୋକ ତାଙ୍କ ପ୍ରତିଭା ଲୋକଲୋଚନ ସାମ୍ନାକୁ ଆଣୁଛନ୍ତି । ସେହିପରି ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାକୁ ଲାଗିଛି । ଯାହା  ଚା’ ପ୍ରେମିମାନେ ଦେଖିବା ପରେ ଖୁସି ହୋଇଯିବେ । 

ବର୍ତ୍ତମାନ ଇନ୍‌ଣ୍ଟରନେଟ୍‌ରେ ଅନେକ ଭାଇରାଲ ଭିଡିଓ ଦେଖିବା ପାଇଁ ମିଳୁଛି । ଦୁନିଆରେ ସମସ୍ତ ଲୋକଙ୍କ ମଧ୍ୟରେ କିଛି ନା କିଛି ନୂଆ ପ୍ରତିଭା ରହିଥାଏ । ଏବେ ଏହାକୁ ନେଇ ସୋସିଆଲ ମିଡିଆରେ ଜରିଆରେ ଅନେକ ଲୋକ ତାଙ୍କ ପ୍ରତିଭା ଲୋକଲୋଚନ ସାମ୍ନାକୁ ଆଣୁଛନ୍ତି । ସେହିପରି ସୋସିଆଲ ମିଡିଆରେ ଏବେ ଏକ ଭିଡିଓ ଭାଇରାଲ ହେବାକୁ ଲାଗିଛି । ଯାହା  ଚା’ ପ୍ରେମିମାନେ ଦେଖିବା ପରେ ଖୁସି ହୋଇଯିବେ ।
କାରଣ ବର୍ତ୍ତମାନ ଶୀତ ଦିନ ଆରମ୍ଭ ହୋଇଛି, ଏହି ଦିନରେ ଲୋକମାନେ ଚା’ ପିଇବା ପାଇଁ ବହୁତ ଭଲ ପାଆନ୍ତି । ତେବେ ଏକ କପ୍‌ ଚା’ ସହିତ ଅନେକ ଲୋକଙ୍କ ଦିନ ଆରମ୍ଭ ହୋଇଥାଏ । ଚା’ ଏକ ଏପରି ଜିନିଷ ଯାହା ଆମର ଥକାପଣ ଓ ନିଦ ଦୂର କରିବାରେ ଅନେକ ସାହଯ୍ୟ କରିଥାଏ । ବିଶେଷ ଭାବେ ଶୀତ ଦିନେ ଚା’ର ଚାହିଦା ଆହୁରୀ ବଢିଯାଇଥାଏ ।
ଏହି କିଛି ଦନି ପୂର୍ବରୁ ଇନ୍‌ଷ୍ଟାଗ୍ରାମରେ  ସୁରତର ଜଣେ ବ୍ୟକ୍ତି ଚା’ ତିଆରି କରୁଥିବାର ଭିଡିଓ ଦେଖିବା ପାଇଁ ମିଳିଛି । ଏଡି ଚା’ ତିଆରି କରିବା ପ୍ରକ୍ରିୟା ଯୋଗୁ ସୋସିଆଲ ମିଡିଆରେ ସମସ୍ତ ଲୋକଙ୍କୁ ସେହି ଭିଡିଓ ପ୍ରତି ଆକର୍ଷଣ କରୁଛି । ତାଙ୍କ ଚା’ ତିଆରି କରିବା ପ୍ରକ୍ରିୟା ଦକ୍ଷିଣ ଭାରତୀୟ ବ୍ଲକବାଷ୍ଟର ଦୃଶ୍ୟ ଦେଖାଇଛି । ସେହି ଭିଡିଓରେ ଦେଖିବା ପାଇଁ ମିଳିଛି ଯେ, ସେ ବ୍ୟକ୍ତି ଜଣେ ପ୍ରକୃତ ଦକ୍ଷିଣ ଭାରତୀୟ ଆକ୍ସନ୍‌ ହିରୋଙ୍କ ପରି ଉତ୍ସାହର ସହ ଚା’ ତିଆରି କରୁଛନ୍ତି । ସେହି ବ୍ୟକ୍ତି ଏପରି ଭାବରେ ଚା’ ତିଆରି କରିଛନ୍ତି, ଯେ ତାଙ୍କ ଏହି ପ୍ରଦର୍ଶନକୁ ଦେଖି ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ । ଏହା ସହ ସେହି ଭିଡିଓର କ୍ୟାପ୍‌ସନରେ ଲେଖା ହୋଇଛି, ଯେ ‘‘ କ’ଣ ହେବ ଯଦି ଦକ୍ଷିଣ ଭାରତୀୟ ହିରୋ ଚା’ ବିକ୍ରି କରିବେ ?’’
ଏହି ଭିଡିଓଟି ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟ @hmm_nikhil ସେୟାର କରିଛନ୍ତି । ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣମାନେ ଦେଖିପାରିବେ ଯେ ଚା’ ତିଆରି କରୁଥିବା ଏହି ବ୍ୟକ୍ତି ଏକ ଭିନ୍ନ ଢଙ୍ଗରେ ଚା’ ପ୍ରସ୍ତୁତ କରୁଛନ୍ତି । ସେ ଚା’ ତିଆରି କରିବା ପାଇଁ  କ୍ଷୀରରେ ବିଭିନ୍ନ ସାମଗ୍ର ପକାଉଛନ୍ତି ଏବଂ ଏକ ଭିନ୍ନ ପ୍ରକ୍ରିୟାରେ ଚା’ ପ୍ରସ୍ତୁତ କରୁଛନ୍ତି । ଯାହାର ଭିଡିଓ ଦେଖିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ ।

 

View this post on Instagram

 

A post shared by Nikhhiil Chawla (@hmm_nikhil)

ଏପରି ଭାବେ ସେହି ଭିଡିଓଟି ସୋସିଆଲ ଭିଡିଆରେ ଜୋରସୋର ଭାଇରାଲ ହେବାରେ ଲାଗିଛି । ଭିଡିଓଟି ପୋଷ୍ଟ ହେବା ମାତ୍ରେ ଏଥିରେ ଗୋଟିଏ ସପ୍ତାହ ମଧ୍ୟରେ ୬ ମିଲିୟନରୁ ଅଧିକ ଭ୍ୟୁ ହୋଇଛି । ସେହି ବ୍ୟକ୍ତିର ଚା’ ତିଆରି କରିବା ପ୍ରକ୍ରିୟା ଲୋକମାନଙ୍କର ଭରପୂର ମନୋରଂଜନ କରିଛି । ସେହି ଭିଡିଓ ଭାଇରାଲ ହେବା ପାରେ ସେଥିରେ ଅନେକ ଲୋକ ବିଭିନ୍ନ ପ୍ରକାରର କମେଣ୍ଟ ମଧ୍ୟ ଦେଇଛନ୍ତି । ସୋସିଆଲ ମିଡିଆର ଜଣେ ୟୁଜର କମେଣ୍ଟରେ ଖେିଛନ୍ତି, ‘‘ତାଙ୍କ ଚା’ ତିଆରି କରିବା ପ୍ରକିୟା ବହୁତ କାଜୁଆଲ’’ । କିଛି ଲୋକ ତ ଏପରି କମେଣ୍ଟ କରିଛନ୍ତି ଯେ ଚା’ ତିଆରି ହେଉଥିବା ପାତ୍ରର କ’ଣ ହେବ । ସେହିପରି ଭାବେ ଅନ୍ୟ ଜଣେ ୟୁଜର ଲେଖିଛନ୍ତି, ଯେ ‘‘ଏହା ଏକ ବିପଦଜ୍ଜନକ ଷ୍ଟଣ୍ଟ, ସେହି ଚା’ ତିଆରି କରୁଥିବା ବ୍ୟକ୍ତିଙ୍କୁ ଟମ୍‌ କ୍ରୁଜ୍‌ ହେବା ଉଚିତ’’ ।
 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.