ସଙ୍କଟରେ ବାଲିମେଳା ଜଳ ବିଦ୍ୟୁତ୍ ପ୍ରକଳ୍ପ
ସଙ୍କଟରେ ବାଲିମେଳା ଜଳ ବିଦ୍ୟୁତ୍ ପ୍ରକଳ୍ପ। ଏସିଆ ର ଦ୍ୱିତୀୟ ସର୍ବ ବୃହତ୍ତ ମାଟିବନ୍ଧ ହେଉଛି ବାଲିମେଳା ଜଳ ଭଣ୍ଡାର।ଆଉ ଏହି ଜଳ ରୁ ବାଲିମେଳା ବୃହତ ଜଳ ପ୍ରକଳ୍ପ ନିର୍ମାଣ ହୋଇଛି।
ମାଲକାନଗିରି(କେନ୍ୟୁଜ): ସଙ୍କଟରେ ବାଲିମେଳା ଜଳ ବିଦ୍ୟୁତ୍ ପ୍ରକଳ୍ପ। ଏସିଆ ର ଦ୍ୱିତୀୟ ସର୍ବ ବୃହତ୍ତ ମାଟିବନ୍ଧ ହେଉଛି ବାଲିମେଳା ଜଳ ଭଣ୍ଡାର।ଆଉ ଏହି ଜଳ ରୁ ବାଲିମେଳା ବୃହତ ଜଳ ପ୍ରକଳ୍ପ ନିର୍ମାଣ ହୋଇଛି। ହେଲେ ଅନଭିଜ୍ଞ ଲୋକଙ୍କ ହାତରେ ଟେକିଦେଇଛି OHPC। ଯାହାର ପରିଣାମ ଭୋଗୁଛି ଆଜି OHPC। ଭୁଲ ପରିଚାଳନା ଯୋଗୁଁ ୫୦ ବର୍ଷର ପୁରୁଣା ଟରବାଇନ ସମ୍ପୂର୍ଣ୍ଣ ନଷ୍ଟ। କୋଟି କୋଟି ଟଙ୍କା ଟଙ୍କାର କ୍ଷତି ହୋଇଛି OHPC ସମ୍ପତ୍ତି । ତେବେ ଏଥିପାଇଁ ଦାୟୀ କିଏ।ସେପଟେ OHPC ଅଧିକାରୀ କହିଛନ୍ତି ଟରବାଇନ ପୁରୁଣା ହେବାରୁ ପର୍ଯ୍ୟାୟ କ୍ରମେ ମରାମତି କାମ ଚାଲିଛି ।
ମାଲକାନଗିରି ଜିଲ୍ଲାର ବାଲିମେଳା ନଦୀବନ୍ଧ, ଚିତ୍ରକୋଣ୍ଡା ଠାରେ ସିଲେରୁ ନଦୀଉପରେ ହେବାପାଇଁ ୧୯୬୨ ମସିହାରେ ଓଡିଶା ଓ ଆନ୍ଧ୍ର ସରକାରଙ୍କ ମିଳିତ ଉଦ୍ୟମରେ ୨୪ କୋଟି ଟଙ୍କା ଅଟକଳରେ ନିର୍ମାଣ ହେବାପାଇଁ ରାଜିନାମା ହେଲା । ତତ୍ପରେ ଏହି ଜଳ ଭଣ୍ଡାରରୁ ଜଳକୁ ବ୍ୟବହାର କରିବାପାଇଁ ବାଲିମେଳା ଜଳ ବିଦ୍ୟୁତ କେନ୍ଦ୍ର ପ୍ରତିଷ୍ଠା କରି ବିଦ୍ୟୁତ୍ ଉତ୍ପାଦନ ପାଇଁ ସେତେବେଳର ସୋଭିଏତ ୟୁନିଅନ ସାହାଯ୍ୟରେ କାର୍ଯ୍ୟ ଆରମ୍ଭ କରାଗଲା । ଏଥିପାଇଁ ସେହି ଖର୍ଚ୍ଚ ଅଟକଳକୁ ୧୯୭୨ ମସିହାରେ ପରିବର୍ତ୍ତନ କରାଯାଇ ୪୬.୩୦ କୋଟି ଟଙ୍କା କରାଗଲା ତତ୍ ପରେ ଏହି ଖର୍ଚ୍ଚ ଅଟକଳକୁ ୧୯୭୫ ମସିହାରେ ପରିବର୍ତ୍ତନ କରାଯାଇ ୫୨.୧୪ କୋଟି ଟଙ୍କା କରାଗଲା ।
ବାଲିମେଳା ଜଳଭଣ୍ଡାରରୁ ଜଳ ୪ କି.ମି ଲମ୍ଵ ପ୍ରେସର ଟନେଲ ଯାଇ ୨୦ ମିଟର ବ୍ୟାସ ଓ ୭୯ ମିଟର ଗଭୀର ସର୍ଜ ଟ୍ୟାଙ୍କରେ ପଡିଛି । ସର୍ଜ ଟ୍ୟାଙ୍କରୁ ୩.୭ ମିଟର ବ୍ୟାସ ବିଶିଷ୍ଟ ସ୍ଟିଲ ପେନଷ୍ଟକ ଭଲବ ହାଉସ୍ ପର୍ଯ୍ୟନ୍ତ ନିଆଯାଇ ଭଲବ ହାଉସ୍ ରୁ ୮ଟି ପେନଷ୍ଟକରେ ପାୱାର ହାଉସ ପର୍ଯ୍ୟନ୍ତ ଯାଇଛି । ଏହି ନଦୀବନ୍ଧ ଯୋଜନା ସମୁଦାୟ ୪୯୦୮ ବର୍ଗ କି.ମି . କୁ ବ୍ୟାପିଛି | ଏହାମଧ୍ୟରୁ ୨୨୨୧ ବର୍ଗ କି.ମି. ମାଛକୁଣ୍ଡ ନଦୀବନ୍ଧ ଯୋଜନା ଅନ୍ତର୍ଗତା ମାଛକୁଣ୍ଡ ଜଳ ବିଦ୍ୟୁତ କେନ୍ଦ୍ର ରୁ ବାହାରୁଥିବା ପାଣି ଓ ସିଲେରୁ ନଦୀର ପାଣିକୁ ନେଇ ବାଲିମେଳା ନଦୀବନ୍ଧ ଯୋଜନା କାର୍ଯ୍ୟକାରୀ କରାଯାଇଛି । ମାଛକୁଣ୍ଡ ଯୋଜନା ଓଡିଶା ଓ ଆନ୍ଧ୍ର ସରକାରଙ୍କର ଏକ ଯୌଥ ପ୍ରକଳ୍ପ । ସେହିପରି ବାଲିମେଳା ନଦୀବନ୍ଧ ମଧ୍ୟ ଦୁଇ ସରକାରଙ୍କ ଏକ ଯୌଥ ପ୍ରକଳ୍ପ, ସେଥିପାଇଁ ଏହି ଜଳ ଭଣ୍ଡାରର ପାଣିକୁ ଆନ୍ଧ୍ର ଓ ଓଡିଶା ୫୦: ୫୦ ଭାଗରେ ବ୍ୟବହାର କରିବାପାଇଁ ଅଧିକୃତ ।
ବାଲିମେଳା ଜଳ ବିଦ୍ୟୁତ୍ କେନ୍ଦ୍ରରେ ବିଦ୍ୟୁତ୍ ଉତ୍ପାଦନ ପାଇଁ ୦୮ ଟି ମେସିନ ଅଛି । ପ୍ରଥମେ ୦୬ ଟି ମେସିନ, ୬୦ ମେଗାୱାଟ ଲେଖାଏଁ, ଯେଉଁ ଗୁଡାକ ୧୯୭୩-୧୯୭୭ ମସିହା ଭିତରେ କାର୍ଯ୍ୟକାରୀ କରାଯାଇଛି ଓ ଅନ୍ୟ ଦୁଇଟି ମେସିନ ୭୫ ମେଗାୱାଟ ଲେଖାଏଁ ଯେଉଁ ଗୁଡା (୩୬୦+୧୫୦=୫୧୦ ମେଗା ୱାଟ) ବିଦ୍ୟୁତ ୨୦୦୮-୨୦୦୯ ମସିହାମଧ୍ୟରେ କାର୍ଯ୍ୟକାରୀ କରାଯାଇଛି । ବାଲିମେଳା ଜଳ ବିଦ୍ୟୁତ୍ କେନ୍ଦ୍ରର ମୋଟ କ୍ଷମତା ୫୧୦ ମେଗା ୱାଟ । ଏହାର ପ୍ରଥମ ମେସିନରୁ ୧୯୭୩ ମସିହା ଅଗଷ୍ଟ ମାସ ୧୪ ତାରିଖରେ ବ୍ୟବସାୟୀକ ଉତ୍ପାଦନ ଆରମ୍ଭ କରଯାଇଥିଲା । ୫୦ ବର୍ଷ ତଳେ ଏହି ବିଦ୍ୟୁତ କେନ୍ଦ୍ର ସୋଭିଏତ ୟୁନିଅନ ସହ ଯୋଗିତାରେ ପ୍ରତିଷ୍ଠା କରଯାଇଥିଲା । ଏହି ୫୦ ବର୍ଷ ଭିତରେ ବାଲିମେଳା ଜଳ ବିଦ୍ୟୁତ୍ ପ୍ରକଳ୍ପର ମାଲକାନଗିରି ଜିଲ୍ଲା ତଥା ଓଡିଶାକୁ ଅବଦାନ ଅତୁଳନୀୟ । ଏହା ଓଡିଶାର ଜଳ ବିଦ୍ୟୁତ୍ ଉତ୍ପାଦନର ମେରୁଦଣ୍ଡ କହିଲେ ଅତ୍ୟୁକ୍ତି ହେବନାହିଁ । ଅନବରତ ଭାବରେ ବର୍ଷ ବର୍ଷ ଧରି ଏହା ଓଡିଶାକୁ ଶସ୍ତାରେ ଜଳ ବିଦ୍ୟୁତ ଯୋଗାଇ ଆସିଛି ।
ମାଲକାନଗିରି ଜିଲ୍ଲା ବାଲିମେଳାରେ ଥିବା ବୃହତ ଜଳବିଦ୍ୟୁତ୍ ପ୍ରକଳ୍ପ ସଙ୍କଟରେ ଚାଲିଛି । ବର୍ତ୍ତମାନ ଏହି ପ୍ରକଳ୍ପ ସତା ହରାଇ ବସିଲାଣି। ଦୀର୍ଘ ବର୍ଷ ହେଲା ରକ୍ଷଣାବେକ୍ଷଣ ଅଭାବ ରହିଛି। ଓଡ଼ିଶା ସରକାର ପକ୍ଷରୁ ପ୍ରକଳ୍ପର ଟର୍ବାଇନ୍ଗୁଡିକର ରକ୍ଷଣାବେକ୍ଷଣ ପାଇଁ ଗତ ୨୦୧୮ରେ ଭେଲ୍ ନାମକ ଏକ କମ୍ପାନୀକୁ ଦାୟିତ୍ବ ଦିଆଯାଇଥିଲା । ୧ ଓ ୨ ଟର୍ବାଇନ୍ର ପୁନରୁଦ୍ଧାର ପାଇଁ ୩୪୧ କୋଟି ଟଙ୍କାର ଟେଣ୍ଡର ହୋଇଥିଲା। ବାସ୍ତବ କ୍ଷେତ୍ରରେ ୫୦୦ କୋଟି ଟଙ୍କାର ଏଷ୍ଟିମେଟ୍ ବ୍ୟୟ ବରାଦ କରାଯାଇଥିଲା। ୨୦୦ କୋଟିରୁ କମ୍ରେ ଭେଲ୍ କମ୍ପାନୀ କାର୍ଯ୍ୟ ଆରମ୍ଭ କରିଥିଲା। ୨୦୨୦ରେ ସେହି କମ୍ପାନୀ ସମ୍ପୂର୍ଣ୍ଣ କାର୍ଯ୍ୟ କରିଥିଲା ।
OHPC କୁ ହସ୍ତାନ୍ତର ବେଳେ ୨୦୨୨ରେ ଟର୍ବାଇନ୍ କାର୍ଯ୍ୟ ଶେଷ ହୋଇଥିବା କମ୍ପାନୀ ଦାବି କରିଥିଲା। ବର୍ତ୍ତମାନ ସମ୍ପୂର୍ଣ କାର୍ଯ୍ୟ ଶେଷ ହୋଇ ନ ଥିବା ଅଭିଯୋଗ ହେଉଛି । ଯାନ୍ତ୍ରିକ ତୃଟିରୁ ଟର୍ବାଇନ୍ଗୁଡିକ ସମ୍ପୂର୍ଣ୍ଣ କାର୍ଯ୍ୟକ୍ଷମ ହୋଇପାରି ନାହିଁ । ବର୍ତ୍ତମାନ DHL କମ୍ପାନୀ କୁ ୩ ଓ ୪ .ନମ୍ବର ଟର୍ବାଇନ୍ର ଦାୟିତ୍ଵ ଦିଆଯାଇଛି। ଅନ୍ୟ ୫, ୬, ୭, ୮ ଟର୍ବାଇନ୍ କାର୍ଯ୍ୟକ୍ଷମ ହେଉଛି। ଆବଶ୍ୟକଠାରୁ କମ୍ ବିଦ୍ୟୁତ୍ ଉତ୍ପାଦନ ହେଉଛି। ୬୦ ପଇସାରେ ୟୁନିଟ୍ ପିଛା ବିଦ୍ୟୁତ୍ କ୍ରୟ କରି OHPC ପକ୍ଷରୁ ୪ ଟଙ୍କାରେ କିଣା ଯାଉଥିବା ବେଳେ ବର୍ତ୍ତମାନ ଜଳବିଦ୍ୟୁତ୍ ପ୍ରକଳ୍ପ ବଦଳରେ ଥର୍ମାଲ ବିଦ୍ୟୁତ୍ ପ୍ରକଳ୍ପଠାରୁ ଏହି ବିଦ୍ୟୁତ୍ କ୍ରୟ କରାଯାଉଛି। OHPC ସମ୍ପୂର୍ଣ୍ଣ କ୍ଷତିରେ ପଡୁଛି । ଏନେଇ କୌଣସି ଅଧିକାରୀ ମୁହଁ ଖୋଲୁ ନାହାନ୍ତି ।
ଚିତ୍ରକୋଣ୍ଡା ର ଯେଉଁ ବିଛିର୍ଣ୍ଣାଞ୍ଚଳ ଯାହା ଆଜିର ସ୍ବାଭିମାନ ଅଞ୍ଚଳର ଲୋକେ ନିଜେ ଅନ୍ଧାର ରେ ରହି ଅନ୍ୟ କୁ ଆଲୋକିତ କରିଥିଲେ। ୧୫୧ ଖଣ୍ଡ ର ଗାଁ ର ୩୫ହଜାର ରୁ ଉର୍ଦ୍ଧ୍ବ ଲୋକେ ନିଜ ଭିଟାମାଟି ହରାଇ ବାସହରା ହୋଇ ଦୁର୍ଦିନ ରେ କାଟୁଥିଲେ।ଏହାର ସୁଯୋଗ ନେଇ ମାଓବାଦୀ ନିଜର ଗଡ଼ କରିନେଲେ।ଆଉ ବନାଇଦେଲେ ଆନ୍ଧ୍ର ଓଡ଼ିଶା ବୋର୍ଡର ଯୋର୍ଣ୍ଣାଲ କମ୍ମିଟି ମାଓ ସଙ୍ଗଠନ ର ନିଜର ସ୍ୱତନ୍ତ୍ର କାର୍ଯ୍ୟାଳୟ। ଆଉ ସେହି ବିଛିନ୍ନା ଞ୍ଚଳରେ ପ୍ରଶାସନ ଶାସନ ବଦଳ ରେ ଚାଲିଲା ମାଓବାଦୀ ଶାସନ।କାରଣ ବିଛିର୍ଣ୍ଣାଞ୍ଚଳ ଲୋକଙ୍କ ପାଖରେ ରାସ୍ତାଘାଟ ର ସୁବିଧା ନଥିବାରୁ ସରକାରୀ ଯୋଜନା ବାଟ ମାରଣା ହେଲା ।
ଲୋକେ ସମସ୍ତ ମୌଳିକ ସୁବିଧା ରୁ ବଞ୍ଚିତ ହେଲେ। ଏହାର ସୁଯୋଗ ନେଇ ମାଓବାଦୀ ଲୋକଙ୍କୁ ସହଯୋଗ କରିବା ର ଆଶ୍ୱାସନା ଦେଇ ବିଛିର୍ଣ୍ଣାଞ୍ଚଳ ରେ ନିଜର ଶକ୍ତି ବଢ଼ିବାରେ ଲାଗିଲା। ଲୋକେ ମଧ୍ୟ ପ୍ରଶାସନ ର କୌଣସି ଯୋଜନା ପାଉନଥିବାରୁ ମାଓବାଦୀଙ୍କ ପଟେ ଧୀରେ ଧୀରେ ଢଳିବାକୁ ଲାଗିଲେ।ଶେଷରେ ଏଠି ଚାଳିଲା ମାଓବାଦୀ ଙ୍କ ଶାସନ।ଯାହାକି ବିଛିର୍ଣ୍ଣାଞ୍ଚଳ ଲୋକେ ବନିଗଲେ ମାଓବାଦୀ ଙ୍କ ସମର୍ଥକ।ନିରୀହ ଜନତା ଆଉ ପୋଲିସ ମଧ୍ୟରେ ଦିର୍ଘ ବର୍ଷ ଚାଲିଲା ଖଣ୍ଡଯୁଦ୍ଧ।ମାଓବାଦୀ ଉଭୟ ଜନତା ଆଉ ପୋଲିସ ର ରକ୍ତ ରେ ହୋଲି ଖେଳି ନିଜ ର ଫାଇଦା ନେଲେ।ସେ ଦୁଃଖ ଆଜିବି ମନେ ପକାଇ ଏହି ସ୍ବାଭିମାନ ଅଞ୍ଚଳ ର ଲୋକେ ଆମ କ୍ୟାମେରା ଆଗରେ ଅନେକ ଦୁଃଖ ବଖାଣିଛନ୍ତି ।
ନିଜେ ଏହି ଜଳ ଭଣ୍ଡାର ନିର୍ମାଣ ପାଇଁ ୧୯୬୨ ମସିହାରୁ ନିଜ ଶ୍ରମ ଦେଇ ୧୯୭୭ ମସିହାରେ ଶେଷ କରିଥିଲେ ବୁହତ୍ତ ଜଳ ଭଣ୍ଡାର କାର୍ଯ୍ୟ।ଆଉ ଏହା ପରେ ବନିଗଲା ବାଲିମେଳା ଜଳ ଭଣ୍ଡାର। ଯାହାକି ଏସିଆର ଦ୍ଵିତୀୟ ବୃହତ୍ତମ ମାଟି ବନ୍ଧ ଭାବେ ପରିଚିତ ହେଲା ସତ କିନ୍ତୁ ଯେଉଁ ମାନେ ନିଜ ଭିଟାମାଟି ଆଉ ନିଜ ଶ୍ରମ ଦାନ କରିଥିଲେ ସେମାନେ ହେଲେ ପରାଧୀନ। ଧାନ ଅଗାଡି ଭଳି ଫପାଡି ହୋଇଗଲେ ଦୀର୍ଘ ବର୍ଷ। ନା ବିଜୁଳି ନା ପାନୀୟ ଜଳ କୌଣସି ବି ସୁବିଧା ସୁଯୋଗ ମିଳିଲା ନାହିଁ । ଏହି ଅଞ୍ଚଳରେ ବିଦ୍ୟୁତ୍ ଉତ୍ପାଦନ ହେଉଥିଲେ ହେଁ ଅଞ୍ଚଳବାସୀଙ୍କୁ ନିଯୁକ୍ତି ମିଳିଲା ନାହିଁ। ସେମାନଙ୍କୁ ଅଦ୍ୟାବଧୂ ସରକାର ମୌଳିକ ସୁବିଧା ଯୋଗାଇବାରେ ବିଫଳ ହୋଇଛନ୍ତି । ଏହି ଅଞ୍ଚଳର ପାରିପାର୍ଶିକ ବିକାଶ ନିମନ୍ତେ ସେହିଭଳି କୌଣସି ପଦକ୍ଷେପ ନିଆଯାଇ ନ ଥିବା ଅଭିଯୋଗ ହେଉଛି। ବାଲିମେଳା ଜଳବିଦ୍ୟୁତ୍ ପ୍ରକଳ୍ପରେ ନିଷ୍କାସିତ ବଳକା ଜଳକୁ ଜଳସେଚନ ନିମନ୍ତେ ୧୯୯୮ରେ ପୋଟେରୁ କେନାଲର କାମ ଆରମ୍ଭ ହୋଇଥିଲା। କେନାଲ ଶେଷ ହୋଇ ପାରିନାହିଁ। ମୋଟୁ, କାଲିମେଳା, ପଡ଼ିଆ, କୋରୁକୋଣ୍ଡାରେ ଥିବା କେନାଲ ଜରାଜୀର୍ଣ୍ଣ ଅବସ୍ଥାରେ ରହିଛି । ଏବେ ପୋଟରୁ ଜଳସେସନ ପ୍ରକଳ୍ପରେ ଦୁର୍ନୀତି ହୋଇଥିବା ଅଭିଯୋଗ ହେଉଛି ।
ସେପଟେ OHPC ଅଧିକାରୀ କହିଛନ୍ତି ସବୁ ଠିକଠାକ ଚାଲିଛି।ଟରବାଇନ 30 ବର୍ଷ ପରେ ତାର ମରାମତି ଆବଶ୍ୟକ ଥିଲା କିନ୍ତୁ ବର୍ତ୍ତମାନ ୫୦ ବର୍ଷ ପୁରିବ ତେଣୁ ତାର ମରାମତି କାମ ଆବଶ୍ୟକ ହୋଇ ପଡିଛି।ଦୁଇ ଦୁଇଟି ଟରବାଇନ କୁ ପର୍ଯ୍ୟାୟ କ୍ରମେ ମରାମତି କରାଯାଉଛି । ଏହି ବିଦ୍ୟୁତ ପ୍ରକଳ୍ପ ଦ୍ବାରା ରାଜ୍ୟରେ ବିଦ୍ୟୁତ ଉପଭକ୍ତା କମ ଦରରେ ପାଇ ପାରୁଛନ୍ତି ।ଜିଲ୍ଲାରେ ଅନେକ କିଛି ଉର୍ଣ୍ଣୟନ କାର୍ଯ୍ୟ OHPC ପକ୍ଷରୁ କରାଯାଇଛି । ଯେଭଳି ସ୍ବାଭିମାନ ଅଞ୍ଚଳ ରେ ଲୋକଙ୍କ ଯାତାୟତ ପାଇଁ ବୋଟ ର ବ୍ୟବସ୍ଥା, ଶିକ୍ଷା ସ୍ୱାସ୍ଥ୍ୟ ଏବଂ ଶିକ୍ଷା ପାଇଁ ଅନେକ କିଛି ପଦକ୍ଷେପ ନେଇଛି OHPC । ଆଗକୁ ଆହୁରି ଅନେକ ଉର୍ଣ୍ଣୟନ କାର୍ଯ୍ୟ ହାତକୁ ନିଆଯାଉଛି ବୋଲି ବାଲିମେଳା OHPC ଜେନେରାଲ ମେନେଜେର କହିଛନ୍ତି ।