Below header

ରାଜମିସ୍ତ୍ରୀ ପ୍ରେମରେ ପଡ଼ି ପୁଅକୁ ବାଥ୍‌ରୁମ୍‌ରେ ପୂରାଇ ସ୍ୱାମୀକୁ ହତ୍ୟା କଲା ସ୍ତ୍ରୀ

ଜଣେ ମହିଳା ୪୫ କୋଟି ସମ୍ପତ୍ତିର ମାଲିକ ସ୍ୱାମୀକୁ ଛାଡ଼ି ରାଜମିସ୍ତ୍ରୀ ପ୍ରେମରେ ପଡ଼ି ଅନ୍ଧ ହୋଇଯାଇଛନ୍ତି । ଯାହାର ପରିଣାମ ସୂରୁପ ତାଙ୍କ ସ୍ୱାମୀକୁ ଜୀବନରୁ ମାରିଦେବାକୁ ସୁପାରୀ ଦେଇ ହତ୍ୟା କରିଛନ୍ତି ।

ଉତ୍ତରପ୍ରଦେଶ : ପ୍ରେମ ଅନ୍ଧ ଏକଥା ଆମେ ଜାଣିଛେ । କିନ୍ତୁ ଏହି ପ୍ରେମ ମଣିଷକୁ ଏତେ ଅନ୍ଧ କରିଦିଏ ଯେ ଯାହାର ଜ୍ୱଳନ୍ତ ଉଦାରଣ ନିକଟରେ ଦେଖିବାକୁ ମିଳିଛି । ଜଣେ ମହିଳା ୪୫ କୋଟି ସମ୍ପତ୍ତିର ମାଲିକ ସ୍ୱାମୀକୁ ଛାଡ଼ି ରାଜମିସ୍ତ୍ରୀ ପ୍ରେମରେ ପଡ଼ି ଅନ୍ଧ ହୋଇଯାଇଛନ୍ତି । ଯାହାର ପରିଣାମ ସୂରୁପ ତାଙ୍କ ସ୍ୱାମୀକୁ ଜୀବନରୁ ମାରିଦେବାକୁ ସୁପାରୀ ଦେଇ ହତ୍ୟା କରିଛନ୍ତି ।

ଏହି ଘଟଣା କୌଣସି ଫିଲ୍ମର କାହାଣୀଠାରୁ କିଛି କମ୍‌ ନୁହେଁ । ବିଶ୍ୱାସ ନହେଉଥିଲେ ମଧ୍ୟ ସମ୍ପୂର୍ଣ୍ଣ ସତ ଘଟଣା । ଏଭଳି ଚାଞ୍ଚଲ୍ୟକର ଘଟଣା ଉତ୍ତରପ୍ରଦେଶର କାନପୁରରେ ଘଟିଛି । ୪୫ କୋଟି ସମ୍ପତ୍ତିର ମାଲିକ ଶିକ୍ଷକ ରାଜେଶ ଗୌତମଙ୍କ ହତ୍ୟା କରାଯାଇଛି । ଏହି ହତ୍ୟା ପଛରେ ତାଙ୍କ ସ୍ତ୍ରୀର ହାତ ଥିବା ଜାଣିବାକୁ ମିଳିଛି । ତେବେ ପ୍ରକୃତରେ ଘଟଣା ଥିଲା ଏପରି, ଶିକ୍ଷକ ରାଜେଶ ଗୌତମ କାନପୁରର କୋୟଲା ନଗରରେ ନୂଆ ଘର ନିର୍ମାଣ କରିଥିଲେ । ଏହି ଘର ନିର୍ମାଣ କାର୍ଯ୍ୟ ପାଇଁ ଶୈଳେନ୍ଦ୍ର ସୋନକର୍‌ଙ୍କୁ ନିଯୁକ୍ତି ଦେଇଥିଲେ । ଏହି ବାହାନାରେ ଶୈଳେନ୍ଦ୍ର ରାଜେଶଙ୍କ ଘରକୁ ବାରମ୍ବାର ଆସୁଥିଲା । ରାଜେଶ୍‌ଙ୍କ ପତ୍ନୀ ଦେଖିବାକୁ ଖୁବ ସୁନ୍ଦର ଥିଲେ ଶୈଳେନ୍ଦ୍ରଙ୍କ ନଜର ପିଙ୍କିଙ୍କ ଉପରେ ପଡ଼ିଥିଲା । ଆଉ ତା ପରେ ଦୁହିଁଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା । ଉଭୟଙ୍କ ପ୍ରେମ ଧିରେ ଧିରେ ଏତେ ନିବିଡ଼ ହୋଇଥିଲା ଯେ । ପରସ୍ପର ପରସ୍ପରଙ୍କୁ ଦିନେ ନ ଭେଟି ରହି ପାରୁନଥିଲେ । ଏପରିକିି ରାଜେଶ୍‌ ନଥିବା ସମୟରେ ଶୈଳେନ୍ଦ୍ର ପିଙ୍କିଙ୍କୁ ଭେଟିବାକୁ ତାଙ୍କ ଘରକୁ ଯାଉଥିଲେ । ଏହି କଥା ଶେଳେନ୍ଦ୍ରଙ୍କ କାନରେ ପଡ଼ିଥିଲା । ଆଉ ଶୈଳେନ୍ଦ୍ରଙ୍କ କଥାକୁ ନେଇ ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବହୁତ୍‌ ଝଗଡ଼ା ଲାଗି ରହୁଥିଲା । ଯେତେବେଳେ ବିବାଦ ଉଗ୍ର ରୁପ ଧାରଣ କଲା ସେତେବେଳେ ପିଙ୍କି ଶୈଳେନ୍ଦ୍ର ସହ ମିଶି ରାଜେଶଙ୍କୁ ହତ୍ୟା କରିବାକୁ ରଚିଥିଲେ ଷଡଯନ୍ତ୍ର । ରାଜେଶଙ୍କୁ ମାରିବାକୁ ୪ ଲକ୍ଷ ଟଙ୍କାର ସୁପାରୀ ଦେଇଥିଲେ ପିଙ୍କି ।

ନଭେମ୍ବର ୪ ତାରିଖ ଦିନ ରାଜେଶ ଯାଉଥିବା ସମୟରେ ଶୈଳେନ୍ଦ୍ର ଓ ସୁପାରୀ ନେଇଥିବା ଲୋକ ଏକ କାରରେ ଆସି ରାଜେଶକୁ ଧକ୍କା ଦେଇ ଚାଲିଯାଇଥିଲା । ପୋଲିସ ଏହି ଘଟଣାର ତଦନ୍ତ କରି ଏହାକୁ ଦୁର୍ଘଟଣା ଜନିତ ମୃତ୍ୟୁ ଭାବି ମାମଲା ବନ୍ଦ କରିଦେଇଥିଲେ । ହେଲେ ରାଜେଶ ଭାଇଙ୍କ ଅଭିଯୋଗକୁ ଆଧାର କରି ପୁଣି ଥରେ ତଦନ୍ତ ଆରମ୍ଭ କରିଥିଲା ପୋଲିସ । ଏହି ମାମଲାର ତଦନ୍ତ କରିବା ପରେ ପୋଲିସ ହାତରେ ସିସିଟିଭି ଭିଜୁଆଲ୍‌ ଲାଗିଥିଲା । ଯେଉଁଥିରେ ଶୈଳେନ୍ଦ୍ର ଏବଂ ସୁପାରୀ କିଲର୍‌ଙ୍କ ଭିଜୁଆଲ୍‌ ସ୍ପଷ୍ଟ ଜଣାପଡ଼ୁଥିଲା । ପୋଲିସ ଅଧିକ ତଦନ୍ତ କରିବା ପରେ ଜଣାପଡ଼ିଥିଲା । ଯେ ଏହି ସୁଚିନ୍ତିତ ହତ୍ୟାକାଣ୍ଡ ପଛରେ କେବଳ ଶୈଳେନ୍ଦ୍ରଙ୍କ ହାତ ନଥିଲା ବରଂ ରାଜେଶ୍‌ଙ୍କ ଧର୍ମ ପତ୍ନୀଙ୍କର ସମ୍ପୂର୍ଣ୍ଣ ହାତ ଥିଲା । ପିିଙ୍କିଙ୍କ ପ୍ରେମରେ ରାଜେଶ୍‌ ବାଧା ଦେବାରୁୁ ଷଡ଼ଯନ୍ତ୍ର କରି ତାଙ୍କୁ ରାସ୍ତାରୁ ହଟାଇଛନ୍ତି ।

ତେବେ ପୋଲିସ କହିବାନୁଯାୟୀ, ଘଟଣା ଘଟିବା ଦିନ ପିଙ୍କିଙ୍କ ପୁଅ ବାପାଙ୍କ ସହ ବାହାରକୁ ଯିବା ପାଇଁ ଜିଦ୍‌ ଧରିଥିଲା । ମାତ୍ର ପିଙ୍କି ତାଙ୍କୁ ଅଟକାଇବା ସହ ଘର ଭିତରକୁ ଡାକି ବାଥରୁମରେ ପୁରାଇ କବାଟ ଦେଇଥିଲେ । ତେବେ ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ଏହି ହତ୍ୟାକାଣ୍ଡରେ ରଚାଯାଇଥିବା ଷଡ଼ଯନ୍ତ୍ରରେ ପିଙ୍କି ଆଉ ଶୈଳେନ୍ଦ୍ର କଲ୍‌ ଡିଟେଲ୍ସରୁ ସବୁ କିଛି ସାମ୍ନାକୁ ଆସିଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.