ରଣବୀରଙ୍କ ‘ଆନିମଲ୍‌’କୁ ନେଇ ବଢ଼ିଲା ଡିମାଣ୍ଡ, ରାତି ୨ଟା ଓ ସକାଳ ସାଢ଼େ ୫ଟାରେ ଚଲାଇବାକୁ ପଡ଼ିଲା ଶୋ’

ବକ୍ସ ଅଫିସ୍‌ରେ ଧମାଲ କରୁଛି ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’। ସନ୍ଦୀପ ରେଡ୍ଡୀ ଭାଙ୍ଗାଙ୍କ ଏହି ଭାଓଲେଣ୍ଟ୍‌ ଫିଲ୍ମକୁ ଦର୍ଶକଙ୍କ ଜବରଦସ୍ତ ରେସ୍‌ପନ୍ସ ମିଳୁଛି। ପ୍ରେକ୍ଷାଳୟରେ ସମସ୍ତ ଶୋ’ ହାଉସ୍‌ଫୁଲ ଚାଲିଛି। ବକ୍ସ ଅଫିସରେ ଏହି ଫିଲ୍ମ ଏତେ ଭଲ ବ୍ୟବସାୟ କରୁଛି ଯେ ବର୍ତ୍ତମାନ ଟିକେଟ କମିବାରେ ଲାଗିଛି।

ମୁମ୍ବାଇରେ ‘ଆନିମଲ୍‌’କୁ ନେଇ ସ୍ଥିତି ଏପରି ହୋଇଛି ଯେ ପ୍ରେକ୍ଷାଳୟରେ ଟିକେଟର ଅଭାବ ଦେଖାଦେଇଛି। ଏହି କାରଣରୁ ଏବେ ଥିଏଟର ମାଲିକମାନେ ମଧ୍ୟରାତ୍ରି ଏବଂ ଭୋର୍‌ ସମୟରେ ଶୋ’ ପାଇଁ ବୁକିଂ ଖୋଲି ଦେଇଛନ୍ତି।

କହି ରଖୁଛୁ, ଏବେ ମୁମ୍ବାଇର ପ୍ରେକ୍ଷାଳୟରେ ‘ଆନିମଲ୍‌’ର ଶୋ’ ବିଳମ୍ବିତ ରାତି ୧ଟା, ୨ଟା ପର୍ଯ୍ୟନ୍ତ ଚାଲିବ ଏବଂ ପୁଣି ଭୋର୍‌ ସାଢ଼େ ୫ଟାରୁ ଆରମ୍ଭ ହେବ। ଏହାର ଅର୍ଥ ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ୍‌’ର ଶୋ’ ୨୪ ଘଣ୍ଟା ପ୍ରେକ୍ଷାଳୟରେ ଦେଖିବାକୁ ମିଳିବ। ସୂଚନାଥାଉ କି, ଏହି ଫିଲ୍ମ ନିଜର ଓପନିଂ ଡେ’ରେ ବିଶ୍ୱ ସ୍ତରରେ ୧୧୬ କୋଟି ଟଙ୍କା ରୋଜଗାର କରି ବକ୍ସ ଅଫିସରେ ହଇଚଇ ସୃଷ୍ଟି କରିଛି।

View this post on Instagram

A post shared by Instant Bollywood (@instantbollywood)

KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.