ଜାଣନ୍ତୁ ଫିଲ୍ମ ‘ଆନିମଲ’ ତୃତୀୟ ଦିନରେ କଲା କେତେ ଇନ୍‌କମ୍‌, ଭାଙ୍ଗିଲା ସବୁ ରେକର୍ଡ

ଫିଲ୍ମଟି ପ୍ରଥମ ଦିନରେ ହିଁ ବହୁତ ଭଲ କଲେକ୍ସନ୍‌ କରିଛି । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ରିଲିଜ୍‌ ହେବାର ତୃତୀୟ ଦିନରେ କେତେ ଟଙ୍କା ଇନ୍‌କମ୍‌ କରିଛି ।

ରଣବୀର କପୁରଙ୍କ ଫିଲ୍ମ ‘ଆନିମଲ’ର କ୍ରେଜ୍‌ ଲୋକଙ୍କ ମଧ୍ୟରେ ବଢି ଚାଲିଛି । ଫ୍ୟାନ୍ସ ଏହି ଫିଲ୍ମ ରିଲିଜ ହେବା ଦିନରୁ ଆରମ୍ଭ କରି ଏବେ ପର୍ଯ୍ୟନ୍ତ ରଣବୀର କପୁରଙ୍କୁ ଅନେକ ଭଲ ପାଇବା ଦେଉଛନ୍ତି । ଫିଲ୍ମଟି ପ୍ରଥମ ଦିନରେ ହିଁ ବହୁତ ଭଲ କଲେକ୍ସନ୍‌ କରିଛି । ତାହେଲେ ଆସନ୍ତୁ ଆମେ ଆଜି ଆପଣଙ୍କୁ ଜଣାଇବୁ ଯେ ରିଲିଜ୍‌ ହେବାର ତୃତୀୟ ଦିନରେ କେତେ ଟଙ୍କା ଇନ୍‌କମ୍‌ କରିଛି ।

ସୂଚନା ମୁତାବକ, ଏହି ଫିଲ୍ମ ଦୁଇ ଦିନ ମଧ୍ୟରେ ୧୩୦ କୋଟି ଟଙ୍କା ଇନ୍‌କମ୍‌ କରିଛି । ବର୍ତ୍ତମାନ ‘ଆନିମଲ’ ଖୁବ୍‌ ଶୀଘ୍ର ୨୦୦ କୋଟି ଟଙ୍କା ଅତିକ୍ରମ କରିବା ପାଇଁ ଯାଉଛି । ତୃତୀୟ ଦିନରେ ଏହି ଫିଲ୍ମ ଭାରତର ସମସ୍ତ ଭାଷାରେ ୯.୪୨ କୋଟି ଟଙ୍କା ରୋଜଗାର କରିଛି । ତଥାପି ବର୍ତ୍ତମାନ ଏହି ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ହେବାରେ ଲାଗିଛି ।

ଏହା ସହିତ ପୂରା ଭାରତରେ ‘ଆନିମଲ’ ୧୩୫.୫୫ କୋଟି ଟଙ୍କା ଇନ୍‌କମ୍‌ କରିଛି । ଏବେ ଆଶା ରହିଛି ଯେ ତୃତୀୟ ଦିନରେ ଫିଲ୍ମ ହିନ୍ଦୀରେ ୬୮ କୋଟି ଟଙ୍କା ଆୟ କରିପାରିବ । ହିନ୍ଦୀ ବ୍ୟତୀତ ଏହି ପ୍ୟାନ୍ ଇଣ୍ଡିଆ ଫିଲ୍ମ ତାମିଲ, ତେଲୁଗୁ, କନ୍ନଡ ଏବଂ ମାଲାୟାଲମରେ ବହୁତ ଭଲ ଇନ୍‌କମ୍‌ କରିଛି ।

ଅନ୍ୟ ଏକ ରିପୋର୍ଟ ମୁତାବକ, ଫିଲ୍ମ ‘ଆନିମଲ’ ପୂରା ବିଶ୍ୱରେ ୧୯୮ କୋଟି ଟଙ୍କା କଲେକ୍ସନ୍‌ କରିଛି । ଏହା ସହ ରିଲିଜ୍ ହୋଇଥିବା ବିକି କଶୌଲଙ୍କ ଫିଲ୍ମ ‘ସାମ ବାହାଦୂର’ ବକ୍ସ ଅଫିସରେ ଏତେ ଖାସ୍‌ ଇନ୍‌କମ୍‌ କରିନି । ଭିକିଙ୍କ ଫିଲ୍ମକୁ ନେଇ ପ୍ରଶଂସକମାନେ ନିରାଶ ହୋଇଥିବା ଜଣାପଡିଛି । ବିଶେଷ କଥା ହେଉଛି ‘ଆନିମଲ’ ପ୍ରଥମ ଦିନରେ ୧୦୦ କୋଟି ଟଙ୍କା ଅତିକ୍ରମ କରି ଇତିହାସ ସୃଷ୍ଟି କରିଛି ।

ଲୋକମାନେ ଭିକି କଶୌଲଙ୍କ ଫିଲ୍ମ ‘ସାମ ବାହାଦୂର’କୁ ଫିଲ୍ମ ‘ଆନୀମଲ’ ପରି ପସନ୍ଦ କରୁନାହାନ୍ତି । ତେବେ ଏହା ଆମେ କହୁନାହୁଁ ବରଂ ବକ୍ସ ଅଫିସ୍ ରିପୋର୍ଟ ଅନୁସାରେ ଏପରି କୁହାଯାଉଛି । ଯେଉଁଠାରେ ରଣବୀରଙ୍କ ଫିଲ୍ମ ବର୍ତ୍ତମାନ ପର୍ଯ୍ୟନ୍ତ ୨୦୦ କୋଟିରେ ପହଞ୍ଚିଛି । ଏଥି ସହିତ, ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଫିଲ୍ମ ମାତ୍ର ୧୬.୨୩ କୋଟି ଟଙ୍କା ଇନ୍‌କମ୍‌ କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.