ମନୋରଂଜନ

ଭାରତ-ପାକିସ୍ତାନ ମ୍ୟାଚରେ ହଜିଗଲା ଉର୍ବଶୀଙ୍କ ୨୪ କ୍ୟାରେଟ ସୁନା ଆଇଫୋନ, ପୋଷ୍ଟ କରି ମାଗିଲେ ସାହାଯ୍ୟ

ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଆଇଫୋନ ହଜିଯାଇଛି । ଏମିତି ସେମିତି ଆଇଫୋନ ନୁହେଁ ୨୪ କ୍ୟାରେଟ ସୁନା ଆଇଫୋନ ଭାରତ-ପାକିସ୍ତାନ ମ୍ୟାଚ ସମୟରେ ଷ୍ଟାଡିୟମରେ ହଜିଯାଇଥିବା ଅଭିନେତ୍ରୀ ଜଣକ ସୋସିଆଲ ମିଡିଆରେ ଜଣାଇଛନ୍ତି । ସୋସିଆଲ ମିଡିଆରେ ସେୟାର କରି ସହାୟତା ମାଗିଲେ ଅଭିନେତ୍ରୀ ।

ଗତକାଲି ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଭାରତ-ପାକିସ୍ତାନ ମ୍ୟାଚ ଦେଖିବାକୁ ଉର୍ବଶୀ ରୌତେଲା ଆସିଥିଲେ । ଆଉ ଖେଳ ସମୟରେ ଷ୍ଟାଡିୟମରେ ଉର୍ବଶୀଙ୍କ ୨୪ କ୍ୟାରେଟ ସୁନା ଆଇଫୋନ ହଜିଯାଇଥିବା ସେ ସେୟାର କରିଥିଲେ । ଉର୍ବଶୀ ଅହମଦାବାଦ ପୋଲିସକୁ ଟାଗ୍‌ କରି ଲେଖିଛନ୍ତି, ‘ମୋ ୨୪ କ୍ୟାରେଟ ଆଇଫୋନ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହଜିଯାଇଛି । ଯଦି କେହି ଏହାକୁ ପାଆନ୍ତି, ତେବେ ତୁରନ୍ତ ସଂପର୍କ କରନ୍ତୁ । ଏହାକୁ ପୋଷ୍ଟ କରିବା ପରେ ଅଭିନେତ୍ରୀ ଜଣକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଷ୍ଟୋରୀ ମଧ୍ୟ ସେୟାର କରିଛନ୍ତି ।

ଏହା ପୂର୍ବରୁ ଉର୍ବଶୀ ଷ୍ଟାଡିୟମର ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ ଭାରତ ବିଜୟ ଆଡକୁ ଅଗ୍ରଗତି କରୁଥିବା ବେଳେ ବହୁତ ଖୁସି ନଜର ଆସିଥିଲେ । ଟିମ୍‌କୁ ସପୋର୍ଟ କରିବା ପାଇଁ ଅଭିନେତ୍ରୀ ଜଣକ ବ୍ଲୁ ଡ୍ରେସ ପିନ୍ଧି ଆସି ଷ୍ଟାଡିୟମରେ ପହଞ୍ଚିଥିଲେ ।

ସୂଚନାଯୋଗ୍ୟ, ଉର୍ବଶୀ ରୌତେଲା କିଛିଦିନ ପୂର୍ବରୁ ବିଗବସ୍‌ ଓଟିଟି ୨ ବିଜେତା ଏଲଭିଶ ଯାଦବ ସହିତ ଏକ ମ୍ୟୁଜିକ ଆଲବମରେ ନଜର ଆସିଥିଲେ । ଏହି ଗୀତକୁ ଦର୍ଶକ ବେଶ୍‌ ପସନ୍ଦ କରିଥିଲେ ।

 

Swagatika

Recent Posts

ବଜ୍ରପାତ ନେଲା ଜୀବନ, ଝିଅର ମୃତ୍ୟୁ, ବାପା ଗୁରୁତର

କରଞ୍ଜିଆ : ବଜ୍ରପାତ ନେଲା ଜୀବନ  । ଏପରି ଅଘଟଣ ସାମ୍ନାକୁ ଆସିଛି ମହୁଲଡିହା ଥାନା ଅନ୍ତର୍ଗତ କୁଇଲିପାଳ ଗ୍ରାମରେ…

30 seconds ago

ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବେ ନେପାଳ ପ୍ରଧାନମନ୍ତ୍ରୀ, ଭାରତରେ ରହିବେ ୩ ଦିନ

ଭାରତ ଆସୁଛନ୍ତି ନେପାଳ ପ୍ରଧାନମନ୍ତ୍ରୀ ପୁଷ୍ପ କମଲ ଦହଲ ‘ପ୍ରଚଣ୍ଡ’ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ…

4 mins ago

ଏହି ଦେଶରେ ମୋଟା ହେବା ବେଆଇନ, ଓଜନ ବଢିବା ପାଇଁ ମିଳିଥାଏ ଦଣ୍ଡ

ଆପଣମାନେ ଜାଣିଥିବେ ଯେ ଦେଶର ସମସ୍ତ ସ୍ଥାନରେ ଭିନ୍ନ ପ୍ରକାରର ଆଇନ ରହିଥାଏ । କିନ୍ତୁ ଅନେକ ଦେଶରେ କିଛି…

4 mins ago

କଣ କଣ ସବୁ ସୁବିଧା ପାଆନ୍ତି ସାଂସଦ, ଏବଂ କେତେ ଟଙ୍କା ସାଲାରୀ ମିଳେ ଜାଣନ୍ତୁ

ଘୋଷଣା ହୋଇସାରିଛି ୨୦୨୪ର ଫଳ । ଶେଷ ହୋଇଛି ଭାରତରେ ଗଣତନ୍ତ୍ରର ମହାପର୍ବ । ନିର୍ବାଚନ ଆୟୋଗ ୫୪୨ ସିଟ୍‌…

14 mins ago

ପବିତ୍ର ତୀର୍ଥ କ୍ଷେତ୍ର ପାଲଟିଛି ପାରାବନ୍ଧ ଠାରେ ଥିବା ମା’ ସାବିତ୍ରୀ ଆଡି ପୀଠ

ଭଦ୍ରକ (କେନ୍ୟୁଜ): ଓଡିଶାର ବିଭିନ୍ନ ପ୍ରାନ୍ତରେ ଅନେକ ପ୍ରସିଦ୍ଧ ଶକ୍ତି ପୀଠ ରହିଛି । ଯାହା ଶ୍ରଦ୍ଧାଳୁମାନଙ୍କ ପାଇଁ ପବିତ୍ର…

30 mins ago

ମଧ୍ୟରାତିରେ ଫୁଡ୍ କ୍ରେଭିଙ୍ଗ ହେଉଛି କି? ଟ୍ରାଏ କରନ୍ତୁ ଏହି ୫ଟି ହେଲଦି ଖାଦ୍ୟ

ମଧ୍ୟରାତ୍ରିରେ ଫୁଡ୍ କ୍ରେଭିଙ୍ଗ ହେବା ଏକ ସାଧାରଣ ସମସ୍ୟା, ଯେଉଁଥିପାଇଁ ଅଧିକାଂଶ ଲୋକ ରାତିରେ ଭୋକିଲା ଅନୁଭବ କରନ୍ତି ।…

35 mins ago