ଭାରତ-ପାକିସ୍ତାନ ମ୍ୟାଚରେ ହଜିଗଲା ଉର୍ବଶୀଙ୍କ ୨୪ କ୍ୟାରେଟ ସୁନା ଆଇଫୋନ, ପୋଷ୍ଟ କରି ମାଗିଲେ ସାହାଯ୍ୟ
ଭାରତ-ପାକିସ୍ତାନ ମ୍ୟାଚ ସମୟରେ ଷ୍ଟାଡିୟମରେ ଉର୍ବଶୀଙ୍କ ୨୪ କ୍ୟାରେଟ ସୁନା ଆଇଫୋନ ହଜିଗଲା । ସୋସିଆଲ ମିଡିଆରେ ସେୟାର କରି ସହାୟତା ମାଗିଲେ ଅଭିନେତ୍ରୀ । ଉର୍ବଶୀ ଅହମଦାବାଦ ପୋଲିସକୁ ଟାଗ୍ କରି ଲେଖିଛନ୍ତି, ‘ମୋ ୨୪ କ୍ୟାରେଟ ଆଇଫୋନ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହଜିଯାଇଛି ।
ବଲିଉଡର ସୁନ୍ଦରୀ ଅଭିନେତ୍ରୀ ଉର୍ବଶୀ ରୌତେଲାଙ୍କ ଆଇଫୋନ ହଜିଯାଇଛି । ଏମିତି ସେମିତି ଆଇଫୋନ ନୁହେଁ ୨୪ କ୍ୟାରେଟ ସୁନା ଆଇଫୋନ ଭାରତ-ପାକିସ୍ତାନ ମ୍ୟାଚ ସମୟରେ ଷ୍ଟାଡିୟମରେ ହଜିଯାଇଥିବା ଅଭିନେତ୍ରୀ ଜଣକ ସୋସିଆଲ ମିଡିଆରେ ଜଣାଇଛନ୍ତି । ସୋସିଆଲ ମିଡିଆରେ ସେୟାର କରି ସହାୟତା ମାଗିଲେ ଅଭିନେତ୍ରୀ ।
ଗତକାଲି ଅହମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଭାରତ-ପାକିସ୍ତାନ ମ୍ୟାଚ ଦେଖିବାକୁ ଉର୍ବଶୀ ରୌତେଲା ଆସିଥିଲେ । ଆଉ ଖେଳ ସମୟରେ ଷ୍ଟାଡିୟମରେ ଉର୍ବଶୀଙ୍କ ୨୪ କ୍ୟାରେଟ ସୁନା ଆଇଫୋନ ହଜିଯାଇଥିବା ସେ ସେୟାର କରିଥିଲେ । ଉର୍ବଶୀ ଅହମଦାବାଦ ପୋଲିସକୁ ଟାଗ୍ କରି ଲେଖିଛନ୍ତି, ‘ମୋ ୨୪ କ୍ୟାରେଟ ଆଇଫୋନ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ହଜିଯାଇଛି । ଯଦି କେହି ଏହାକୁ ପାଆନ୍ତି, ତେବେ ତୁରନ୍ତ ସଂପର୍କ କରନ୍ତୁ । ଏହାକୁ ପୋଷ୍ଟ କରିବା ପରେ ଅଭିନେତ୍ରୀ ଜଣକ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଷ୍ଟୋରୀ ମଧ୍ୟ ସେୟାର କରିଛନ୍ତି ।
📱 Lost my 24 carat real gold i phone at Narendra Modi Stadium, Ahmedabad! 🏟️ If anyone comes across it, please help. Contact me ASAP! 🙏 #LostPhone #AhmedabadStadium #HelpNeeded #indvspak@modistadium @ahmedabadpolice
Tag someone who can help— URVASHI RAUTELA🇮🇳 (@UrvashiRautela) October 15, 2023
ଏହା ପୂର୍ବରୁ ଉର୍ବଶୀ ଷ୍ଟାଡିୟମର ଏକ ଭିଡିଓ ସେୟାର କରିଥିଲେ । ଯେଉଁଥିରେ ସେ ଭାରତ ବିଜୟ ଆଡକୁ ଅଗ୍ରଗତି କରୁଥିବା ବେଳେ ବହୁତ ଖୁସି ନଜର ଆସିଥିଲେ । ଟିମ୍କୁ ସପୋର୍ଟ କରିବା ପାଇଁ ଅଭିନେତ୍ରୀ ଜଣକ ବ୍ଲୁ ଡ୍ରେସ ପିନ୍ଧି ଆସି ଷ୍ଟାଡିୟମରେ ପହଞ୍ଚିଥିଲେ ।
ସୂଚନାଯୋଗ୍ୟ, ଉର୍ବଶୀ ରୌତେଲା କିଛିଦିନ ପୂର୍ବରୁ ବିଗବସ୍ ଓଟିଟି ୨ ବିଜେତା ଏଲଭିଶ ଯାଦବ ସହିତ ଏକ ମ୍ୟୁଜିକ ଆଲବମରେ ନଜର ଆସିଥିଲେ । ଏହି ଗୀତକୁ ଦର୍ଶକ ବେଶ୍ ପସନ୍ଦ କରିଥିଲେ ।